ଗଠନ ହେଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ: ପ୍ରସ୍ତୁତ ହୋଇପାରୁନି ଗାଇଡ୍‌ଲାଇନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ହେଲା। ଏପରିକି ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ୬ଟି ଜିଲ୍ଲାରେ ଅଧ୍ୟକ୍ଷ ନିଯୁକ୍ତି ପାଇଲେ। ହେଲେ ଏହି ପରିଷଦ କେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେବ ଓ କେଉଁ କେଉଁ କ୍ଷେତ୍ରରେ ସରକାରଙ୍କ ଅନୁଦାନ ଖର୍ଚ୍ଚ କରିବ, ସେନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇନାହିଁ। ତେଣୁ ପରିଷଦର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଦିବାସୀମାନେ ବିକାଶ […]

tribal-tours-in-odisha

tribal-tours-in-odisha

Rakesh Mallick
  • Published: Friday, 13 October 2017
  • Updated: 13 October 2017, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ହେଲା। ଏପରିକି ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ୬ଟି ଜିଲ୍ଲାରେ ଅଧ୍ୟକ୍ଷ ନିଯୁକ୍ତି ପାଇଲେ। ହେଲେ ଏହି ପରିଷଦ କେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେବ ଓ କେଉଁ କେଉଁ କ୍ଷେତ୍ରରେ ସରକାରଙ୍କ ଅନୁଦାନ ଖର୍ଚ୍ଚ କରିବ, ସେନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇନାହିଁ। ତେଣୁ ପରିଷଦର କାର୍ଯ୍ୟକାରିତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଆଦିବାସୀମାନେ ବିକାଶ ପ୍ରକ୍ରିୟାରେ ସାମିଲ ହେବେ ନିଜେ ଆଦିବାସୀ। ବଜାୟ ରହିବ ସେମାନଙ୍କ ସଂସ୍କୃତି ଓ ପରିଚୟ। ଏଇଥିପାଇଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ହୋଇଛି। ରାଜ୍ୟର ୯ଟି ଜିଲ୍ଲାର ୧୧୨ଟି ବ୍ଲକ୍ ପାଇଁ ବର୍ଷକୁ ଦେଢ଼ କୋଟି ଲେଖାଏଁ ଖର୍ଚ୍ଚ ହେବ। ତେବେ ପ୍ରଶ୍ନ ଉଠୁଛି କେମିତି ଖର୍ଚ୍ଚ ହେବ ଏହି ଟଙ୍କା? କିଭଳି ରହିବ ପରିଷଦର ରୂପରେଖ। ଯେଉଁ ୬ଟି ଜିଲ୍ଲାରେ ପରିଷଦର ଅଧ୍ୟକ୍ଷ ନିଯୁକ୍ତି ସରିଛି, ସେମାନଙ୍କ କାର୍ଯ୍ୟକାଳ ନେଇ ମଧ୍ୟ ସେମାନେ ଅଜ୍ଞ।

tribal1ରାଜ୍ୟ ସରକାର ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି। ଏହି ପରିଷଦର ଅଧ୍ୟକ୍ଷମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବାକୁ ଘୋଷଣା ମଧ୍ୟ କରିଛନ୍ତି ରାଜ୍ୟ ସରକାର। ତେବେ କୋରାପୁଟ ଜିଲ୍ଲା ପାଇଁ ନବନିଯୁକ୍ତ ଅଧ୍ୟକ୍ଷ କମୁଳୁ ଜାନୀ ବୋରିଗୁମ୍ମା ବ୍ଲକ୍ ବିଜାପୁର ପଞ୍ଚାୟତର ସରପଞ୍ଚ ଅଛନ୍ତି। ସେହିପରି ରାୟଗଡ଼ା ଜିଲ୍ଲା ପାଇଁ ନବନିଯୁକ୍ତ ଅଧ୍ୟକ୍ଷ ଜଗନ୍ନାଥ ନୃଣ୍ଡୃକା ମୁନିଗୁଡ଼ା ବ୍ଲକ୍ ଶିବପଦର ପଞ୍ଚାୟତ ସମିତି ସଭ୍ୟ ଅଛନ୍ତି। ତେଣୁ ଏମାନେ ଦୁଇ ଦୁଇଟି ଦାୟିତ୍ୱ କିଭଳି ସୂଚାରୁ ରୂପେ ତୁଲାଇବେ? ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି-“ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଏଥିପାଇଁ ଗଠିତ ହୋଇଥିବା କମିଟିରେ କିଛି ବିଶେଷଜ୍ଞ ରହିବେ। ଏହାଛଡ଼ା ଅନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ସଭ୍ୟ ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos