ଶିଶୁ ମନ୍ଦିର ପିଲାଙ୍କ ପାଇଁ ଖୁସି ଖବର: ପ୍ରଥମରୁ ଅଷ୍ଟମ ଯାଏଁ ମାଗଣାରେ ମିଳିବ ବହି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁମନ୍ଦିରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ପ୍ରଥମରୁ ଅଷ୍ଟମ ଶ୍ରେଣୀ  ପର୍ଯ୍ୟନ୍ତ ପିଲାମାନଙ୍କୁ ଏଣିକି ମାଗଣାରେ ବହି ଦେବେ ରାଜ୍ୟ ସରକାର। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଓଡିଆ ଭାଷାରେ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ଏନେଇ ଟେଷ୍ଟ ବୁକ୍ ପ୍ରଡକଶନ୍‌ ଓ ମାର୍କେଟିଂ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ରାଜ୍ୟରେ […]

sisu mandir student

sisu mandir student

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 09:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁମନ୍ଦିରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ପ୍ରଥମରୁ ଅଷ୍ଟମ ଶ୍ରେଣୀ  ପର୍ଯ୍ୟନ୍ତ ପିଲାମାନଙ୍କୁ ଏଣିକି ମାଗଣାରେ ବହି ଦେବେ ରାଜ୍ୟ ସରକାର। ଚଳିତ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। ଓଡିଆ ଭାଷାରେ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ଏନେଇ ଟେଷ୍ଟ ବୁକ୍ ପ୍ରଡକଶନ୍‌ ଓ ମାର୍କେଟିଂ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ରାଜ୍ୟରେ ଥିବା ୧୦୩୭ ସ୍କୁଲକୁ ମାଗଣା ବହି ଦିଆଯିବ। ଏହାଦ୍ୱାରା ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ମାଗଣା ବହି ଯୋଗାଣ ଲାଗି ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା। ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ବହି ବଣ୍ଟନ ପ୍ରକ୍ରିୟାର ତଦାରଖ କରିବେ। ମାଟ୍ରିକ ପରୀକ୍ଷାରେ ସରକାରୀ ସ୍କୁଲ ଅପେକ୍ଷା ଶିଶୁ ମନ୍ଦିର ଛାତ୍ରଛାତ୍ରୀ କ୍ରମାଗତ ଭଲ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ସହଯୋଗର ହାତ ବଢାଇଛନ୍ତି।

ପାଠ୍ୟ ପୁସ୍ତକ ପାଇବା ଲାଗି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଥିଲା। ଏପରିକି ପଯର୍ୟାପ୍ତ ପରିମାଣରେ ବହି ଠିକ୍‌ ସମୟରେ ମିଳୁନଥିଲା। ଏବେ ସରକାରୀ ବହି ମିଳିଲେ ଆଗକୁ ଏହି ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଉଛି। ସେପଟେ ନବମ ଓ  ଦଶମ ଶ୍ରେଣୀ ପାଇଁ ମଧ୍ୟ ରାଜ୍ୟ ସରକାର ବହି ଦେବାକୁ ଦାବି ହେଉଛି।

କିଏ କ’ଣ କହୁଛନ୍ତି

ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ରାଜ୍ୟରେ ଥିବା ଶିଶୁ ମନ୍ଦିର ଗୁଡ଼ିକରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ବହି ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।”

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସାଧାରଣ ସଂପାଦକ କରୁଣାକର ପ୍ରଧାନ କହିଛନ୍ତି-“ଆଗରୁ ପିଲାମାନେ ବହି ପାଉନଥିଲେ। ପାଠ ପଢ଼ିବା ପାଇଁ ବହୁ ଅସୁବିଧାରେ ପଡୁଥିଲେ। ଏବେ ରାଜ୍ୟ ସରକାର ମାଗଣାରେ ବହି ଯୋଗାଇବାକୁ ରାଜି ହୋଇଥିବାରୁ ପୂର୍ବପରି ଆଉ ସମସ୍ୟା ଦେଖାଦେବ ନାହିଁ। ପିଲାମାନେ ପିଠ ପଢ଼ିବାରେ ମନୋନିବେଶ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos