ସଙ୍ଗିଲ୍‌ ୱିଣ୍ଡୋ ବୈଠକରେ ୩ ପ୍ରକଳ୍ପକୁ ମଞ୍ଜୁରୀ: ନିବେଶ ହେବ ୮୬୪ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସଚିବାଳୟରେ ବସିଥିବା ସଙ୍ଗିଲ୍‌ ୱିଣ୍ଡୋ ବୈଠକରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ମୋଟ୍‌ ୮୬୪ କୋଟି ଟଙ୍କା ନିବେଶ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୋଟ୍‌ ୨୧୩୫ ଜଣ ନିଯୁକ୍ତି ପାଇବେ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏହି ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ଇପିକଲ ଜିଏମ୍ କଲ୍ୟାଣ ମହାନ୍ତି କହିଛନ୍ତି-‘‘ବିଜୟନଗର ବାୟୋଟେକ୍‌ କମ୍ପାନୀ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଏକ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 07:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସଚିବାଳୟରେ ବସିଥିବା ସଙ୍ଗିଲ୍‌ ୱିଣ୍ଡୋ ବୈଠକରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ମୋଟ୍‌ ୮୬୪ କୋଟି ଟଙ୍କା ନିବେଶ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୋଟ୍‌ ୨୧୩୫ ଜଣ ନିଯୁକ୍ତି ପାଇବେ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏହି ୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ବୈଠକ ପରେ ଇପିକଲ ଜିଏମ୍ କଲ୍ୟାଣ ମହାନ୍ତି କହିଛନ୍ତି-‘‘ବିଜୟନଗର ବାୟୋଟେକ୍‌ କମ୍ପାନୀ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଏକ ମକା ପ୍ରକ୍ରିୟାକରଣ ପ୍ରକଳ୍ପ କରିବ। ଏଥିପାଇଁ ୫୯ କୋଟି ଟଙ୍କା ନିବସ ହେବ। ଏଥିରେ ପାଖାପାଖି ୪୦୦ ଲୋକ ନିଯୁକ୍ତି ପାଇବେ।”

ସେ କହିଛନ୍ତି-“ମୁମ୍ୱାଇର କାଦର ଇନ୍‌ଭେଷ୍ଟମେଣ୍ଟ୍‌ ଟ୍ରେଡିଂ କମ୍ପାନୀ ଡେରାସରେ ଏକ ପ୍ରକଳ୍ପ କରିବ। ଏଥିପାଇଁ ୫୫ କୋଟି ଟଙ୍କା ନିବେଶ ହେବ। ଏଠାରେ ୧୦୩୦ ଲୋକ ନିଯୁକ୍ତି ପାଇବେ। ସେହିପରି ସୋନପୁରରେ ବାଙ୍ଗର ଗ୍ରୁପ୍‌ ଏକ ପେପର ମିଲ୍‌ କରିବ। ଏଠାରେ ପେକେଜିଂ ଜିନିଷ ତିଆରି ହେବ। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଓ ପାଣି ରାଜ୍ୟ ସରକାର ଯୋଗାଇ ଦେବେ। ଏହି ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ନିବେଶ ହେବ।  ୭୦୦ ଲୋକ ନିଯୁକ୍ତି ପାଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos