‘ଜନ ଆକ୍ରୋଶ ପ୍ରତିଫଳିତ ହୋଇଛି, ବଡ଼ ପରିବର୍ତ୍ତନ ପାଇଁ ସଂକେତ ଦେଇଛି’

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୬୪ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେଏଥିରେ ସ୍ଥାନୀୟ ସରକାର ପ୍ରତି ଜନ ଆକ୍ରୋଶ ପ୍ରତିଫଳିତ ହୋଇଛି। ବଡ଼ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଯିବା ପାଇଁ ମନ ବନଉଛି। ସେ କହିଛନ୍ତି,“ସ୍ଥାନୀୟ ସରକାରଙ୍କ ବିରୋଧରେ ବଡ଼ ଜନ ଆକ୍ରୋଶ ଦେଖା ଦେଇଛି। ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁଭଳି ଏକ ଚାଟିଆ ରାଜତ୍ୱ ଚାଲିଛି ତା’ବିରୋଧରେ ଜନ […]

dharmendra

dharmendra

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 03:10 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୬୪ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେଏଥିରେ ସ୍ଥାନୀୟ ସରକାର ପ୍ରତି ଜନ ଆକ୍ରୋଶ ପ୍ରତିଫଳିତ ହୋଇଛି। ବଡ଼ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଯିବା ପାଇଁ ମନ ବନଉଛି।

ସେ କହିଛନ୍ତି,“ସ୍ଥାନୀୟ ସରକାରଙ୍କ ବିରୋଧରେ ବଡ଼ ଜନ ଆକ୍ରୋଶ ଦେଖା ଦେଇଛି। ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁଭଳି ଏକ ଚାଟିଆ ରାଜତ୍ୱ ଚାଲିଛି ତା’ବିରୋଧରେ ଜନ ବିଦ୍ରୋହ ହୋଇଛି। ପ୍ରଥମ ପର୍ଯ୍ୟାୟର ଟ୍ରେଣ୍ଡରୁ ଜଣାପଡ଼ୁଛି ଏହା ଓଡ଼ିଆ ଲୋକଙ୍କ ବିଜୟ। ଲମ୍ବା ସମୟ ଧରି ଲୋକେ ଯେଉଁ ଭଳି ଭାବେ ପ୍ରତାରଣାର ଶିକାର ହୋଇଛନ୍ତି ତା’ ବିରୋଧରେ ଅସନ୍ତୋଷ ଜାହିର କରିଛନ୍ତି। ବଡ଼ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଯିବାକୁ ପ୍ରସ୍ତୁତ ହେଉଛି।”

ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକରେ କିଛି ଜିଲ୍ଲାରେ ଫଳାଫଳକୁ ପରିବର୍ତ୍ତନ କରି ଦିଆଯାଇପାରେ ବୋଲି ଆଶଙ୍କ କରିବା ସହିତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି,“କିଛି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନେ ବିଜେଡିର ସାଧାରଣ ସଂପାଦକ ଭଳି କାର୍ଯ୍ୟ କରୁଛନ୍ତି। ସରକାରଙ୍କ ପୃଷ୍ଠପୋଷକତାରେ ସେମାନେ କାର୍ଯ୍ୟ କରୁଛନ୍ତି।”

ଧର୍ମେନ୍ଦ୍ର କହିଛନ୍ତି,“ବିଗତ କିଛି ଦିନ ଧରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଯେଉଁ ଭଳି ଭାବେ ଏଠିକାର ସରକାରରେ ବସିଥିବା ରାଜନେତା ଓ ସେମାନଙ୍କର ହାତବାରିସି ସାଜିଥିବା କେତେକ ଅମଲାତନ୍ତ୍ର ନେଇ ଥିବା କିଛି ପଦକ୍ଷେପ ଗଣତନ୍ତ୍ର ପ୍ରତି ବିପଦ।”

ନିର୍ବାଚନରେ ନିରପେକ୍ଷତାକୁ ଜାରି ରଖିବାକୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ ଶାସକଦଳ ରକ୍ତମୁଖା ହୋଇଯାଇଛି। ପତିଆରା ହ୍ରାସ ପାଇଥିବା ଦେଖି ଦଳ ବ୍ୟଗ୍ର ହୋଇପଡ଼ିଛି। ନିଜ ସ୍ଥିତି ବଜାୟ ରଖିବାକୁ ଦଳ ବ୍ୟଗ୍ର ହୋଇଯାଇଛି।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି,“ମନ୍ତ୍ରୀଙ୍କ ଅଭିଯୋଗ କାଳ୍ପନିକ। ଏହା ଦାୟିତ୍ୱହୀନତାର ପରିଚୟ। ତାଙ୍କ ପାଖରେ ଯଦି ତଥ୍ୟ ଅଛି, ତା’ହେଲେ ନିର୍ବାଚନ କମିଶନଙ୍କ ନିକଟରେ ଜଣାନ୍ତୁ।”

ସେ କହିଛନ୍ତି,“କଂଗ୍ରେସ୍ ଭୋଟ୍ ନେଇ ବିଜେପି ବାହାବା ନେଉଛି। ଆଉ ୪ଟି ପର୍ଯ୍ୟାୟ ନିର୍ବାଚନ ଅଛି। ନିର୍ବାଚନ ସରିବା ପରେ ସବୁ ସ୍ପଷ୍ଟ ହୋଇଯିବ। ଆମେ ୧ ନମ୍ବର ଥିଲୁ, ୧ ନମ୍ବରରେ ରହିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos