ଓଡ଼ିଶା ରାଜନୀତିରେ ନୂଆ ସଙ୍କେତ ମିଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସ ସହ ବିଜେଡିର ମେଣ୍ଟ ସମ୍ଭାବନା ସମ୍ପର୍କରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ ଜାରି ରହିଛି। ମେଣ୍ଟକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନା ଓ ଭର୍ତ୍ତୃହରିଙ୍କ ସ୍ପଷ୍ଟୀକରଣ ପରେ ବି ଚର୍ଚ୍ଚା ଥମୁନି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ସାଂସଦ ଭର୍ତ୍ତୃହରି ମହତାବ ଚହଲା ପାଣିରେ ଗୋଡ଼ ଦେବା ଲୋକ ନୁହନ୍ତି। କଂଗ୍ରେସ ସହ ମେଣ୍ଟ ନେଇ ସେ ଦେଇଥିବା […]

d-pradhan

d-pradhan

Rakesh Mallick
  • Published: Saturday, 05 November 2016
  • Updated: 06 November 2016, 07:11 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ସହ ବିଜେଡିର ମେଣ୍ଟ ସମ୍ଭାବନା ସମ୍ପର୍କରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ ଜାରି ରହିଛି। ମେଣ୍ଟକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନା ଓ ଭର୍ତ୍ତୃହରିଙ୍କ ସ୍ପଷ୍ଟୀକରଣ ପରେ ବି ଚର୍ଚ୍ଚା ଥମୁନି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି,“ସାଂସଦ ଭର୍ତ୍ତୃହରି ମହତାବ ଚହଲା ପାଣିରେ ଗୋଡ଼ ଦେବା ଲୋକ ନୁହନ୍ତି। କଂଗ୍ରେସ ସହ ମେଣ୍ଟ ନେଇ ସେ ଦେଇଥିବା ମନ୍ତବ୍ୟ  ଓଡ଼ିଶା ରାଜନୀତିରେ ନୂଆ ସଙ୍କେତ ମିଳୁଛି। ଏଥିପାଇଁ ବିଜେପି ଜମାରୁ ଭୟଭୀତ ନୁହଁ। ଏହି ସ୍ୱାର୍ଥପର ମେଣ୍ଟକୁ ଆମେ ସ୍ୱାଗତ କରୁଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭର୍ତ୍ତୃହରିଙ୍କ ମନ୍ତବ୍ୟର ୨୪ ଘଣ୍ଟା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି କହିଥିଲେ। ତା’ର୨୪ ଘଣ୍ଟା ପରେ କଂଗ୍ରେର ଜଣେ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ବିଜେଡି ସହିତ ଆମର ମେଣ୍ଟ ହେବନାହିଁ। ଇଏ ଏକ ଘଟଣା ନୁହେଁ, ଓଡ଼ିଶା ରାଜନୀତିର ଅସାଧୁ ଲୋକଙ୍କ ନୂଆ ମେଣ୍ଟ। ଏପରି ସମ୍ପର୍କ ଆଜିର ନୁହେଁ ବହୁ ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୯ରେ ରାଜ୍ୟରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଅଡୁଆରେ ପଡ଼ିଯାଇଥିଲା। ଏହି ସମୟରେ କଂଗ୍ରେସ ସେମାନଙ୍କୁ ସମର୍ଥନ ଜଣାଇଥିଲା।”

ଏହାର ଜବାବ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି,“ଏହା ଧର୍ମେନ୍ଦ୍ରଙ୍କ ଏକ କଳ୍ପନା ମାତ୍ର। ବିହାରରୁ ରାଜ୍ୟସଭା ସଦସ୍ୟ ଭାବେ ପ୍ରତିନିଧିତ୍ୱ କରି ସେ ଓଡ଼ିଶାର ବାସ୍ତବ ସ୍ଥିତି ସମ୍ପର୍କରେ ଭୁଲି ଗଲେଣି। ନିଜ ଦଳକୁ ସୁଦୃଢ଼ କରିବା ପାଇଁ ମୋ’ ପ୍ରତି କିମ୍ୱା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ଉଚିତ ନଥିଲା। ବରଂ ପ୍ରଧାନମନ୍ତ୍ରୀ ଦେଇଥିବା ଦାୟୀତ୍ୱକୁ ସେ ଭଲ ଭାବେ ତୁଲାଇବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos