ଓଡ଼ିଶାରେ ସଂଗଠନକୁ ମଜଭୁତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଲାଲ୍ ବାହିନୀ

ଭୁବନେଶ୍ୱର: ଓଡ଼ିଶାରେ ଦୁର୍ବଳ ହୋଇପଡ଼ିଥିବା ମାଓ ସଂଗଠନକୁ ପୁଣି ଥରେ ମଜଭୁତ କରିବା ପାଇଁ ଲାଲ ବାହିନୀ ବ୍ଲୁ-ପ୍ରିଣ୍ଟ କରିଛି। ଏ ନେଇ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ସବ୍ୟସାଚୀ ପଣ୍ଡାଙ୍କୁ ସେଣ୍ଟ୍ରାଲ କମିଟି ଗଦ୍ଦାର୍ ବୋଲି କୁହିଛି। ସେ ଯିବା ପରେ ଓଡ଼ିଶାରେ ଲଢେଇ ଦୁର୍ବଳ ହୋଇଥିବା ରିପୋର୍ଟ ସ୍ୱୀକାର କରାଯାଇଛି। କମିଟି ପକ୍ଷରୁ ସ୍ୱୀକାର କରାଯାଇଛି, ଓଡ଼ିଶାରେ ଲଗାତାର ମାଓ କ୍ୟାମ୍ପରେ ଚଢାଉ, ଏନକାଉଣ୍ଟର, ଗିରଫଦାରୀ ଓ […]

Maoism

Maoism

Rakesh Mallick
  • Published: Friday, 25 December 2015
  • Updated: 26 December 2015, 02:32 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଦୁର୍ବଳ ହୋଇପଡ଼ିଥିବା ମାଓ ସଂଗଠନକୁ ପୁଣି ଥରେ ମଜଭୁତ କରିବା ପାଇଁ ଲାଲ ବାହିନୀ ବ୍ଲୁ-ପ୍ରିଣ୍ଟ କରିଛି। ଏ ନେଇ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ସବ୍ୟସାଚୀ ପଣ୍ଡାଙ୍କୁ ସେଣ୍ଟ୍ରାଲ କମିଟି ଗଦ୍ଦାର୍ ବୋଲି କୁହିଛି। ସେ ଯିବା ପରେ ଓଡ଼ିଶାରେ ଲଢେଇ ଦୁର୍ବଳ ହୋଇଥିବା ରିପୋର୍ଟ ସ୍ୱୀକାର କରାଯାଇଛି।

କମିଟି ପକ୍ଷରୁ ସ୍ୱୀକାର କରାଯାଇଛି, ଓଡ଼ିଶାରେ ଲଗାତାର ମାଓ କ୍ୟାମ୍ପରେ ଚଢାଉ, ଏନକାଉଣ୍ଟର, ଗିରଫଦାରୀ ଓ ଆତ୍ମସମର୍ପଣ ପରି ଘଟଣ ଯୋଗଁ ମାଓ ସଂଗଠନ ଦୁର୍ବଳ ହୋଇଯାଇଛି। ସବ୍ୟସାଚୀ ପଣ୍ଡା ସଂଗଠନ ଛାଡିବା ଓ ପୋଲିସ ଡିଜି ପ୍ରକାଶ ମିଶ୍ର ଓଡ଼ିଶାର ମାଓବାଦୀ ସଂଗଠନକୁ ସମାପ୍ତ କରିଦେଇଥିବା ଏହାର କାରଣ। ଏହାଦାବ ନାଚିକା ଲିଙ୍ଗା ମାଓବାଦୀଙ୍କ ହାତ ଛାଡିବା ପରେ ନାରାୟଣପାଟଣା ଅଞ୍ଚଳରେ ସଂଗଠନ ଦୁର୍ବଳ ହୋଇଥିବା କୁହାଯାଇଛି। ଗତ ୬ ମାସ ମଧ୍ୟରେ କେହି ନା କେହି କମ୍ରେଡ୍ ଗିରଫ ହୋଇଛନ୍ତି ଆଉ କେହି ସେମାନେ ତାଙ୍କ ଭୁଲ୍ ଯୋଗୁଁ ଗିରଫ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ପୂର୍ବତନ ପୋଲିସ ଡିଜି ଏସ.ଏନ. ତିୱାରୀ କହିଛନ୍ତି, ମାଓବାଦୀମାନେ ୧୪ଥର ଆମ୍ବୁସ ଲଗାଇଥିଲେ। ହେଲେ ପୋଲିସ ଅଲଗା ବାଟରେ ଯିବାରୁ ଏହା ବିଫଳ ହୋଇଥିଲା। ପୋଲିସକୁ ଆଗକୁ ଅଧିକ ସତର୍କ ହେବାକୁ ପଡିବ। ଓଡ଼ିଶା ଓ ଛତିଶଗଡରେ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ଦମନ କରିବାକୁ ଏହା ହେଉଛି ପ୍ରକୃଷ୍ଠ ସମୟ।

ଓଡ଼ିଶାରେ ଏବେ ସିପିଆଇ ମାଓବାଦୀ ଗ୍ରୁପର ୩ଟି ଏରିଆ କମିଟି କାମ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଫୋକସରେ ରହିଛି କଳାହାଣ୍ଡିର ନିୟମଗିରି ଅଞ୍ଚଳ। ଏହି ଅଞ୍ଚଳରେ ଲାଲବାହିନୀ ଲୋକଙ୍କୁ ଏକାଠି କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ନିୟମଗିରିରେ ସାଧାରଣ ଜନତା କମ୍ପାନୀ ବିରୋଧରେ ବିସ୍ଥାପନ ବିରୋଧୀ ଲଢେଇ ଲଢୁଛନ୍ତି। ଏହାର ଫାଇଦା ନେବାକୁ ମାଓବାଦୀମାନେ ଚେଷ୍ଟା କରୁଛନ୍ତି। ସେହିପରି ବରଗଡ଼-ବଲାଙ୍ଗିର ମହା ସମୂନ୍ଦର ମିଟିଂ ସଫଳ ହୋଇଛି ବୋଲି ରିପୋର୍ଟରେ ଦାବି କରାଯାଇଛି। ତେବେ ବିଭିନ୍ନ ସ୍ଥାନରେ ଚାଲିଥିବା କ୍ୟାମ୍ପ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମାଓ ବିଶେଷଜ୍ଞ ନିହାର ନାୟକ କହିଛନ୍ତି, ସେମାନେ ରାଜ୍ୟ କମିଟି ଓ ଏରିଆ କମିଟି ଉପରେ ଫୋକସ କରୁଛନ୍ତି। ଗ୍ରୀନହଣ୍ଟ ଯୋଗୁଁ ସେମାନଙ୍କର ବହୁତ କ୍ଷତି ହୋଇଛି। ଏବେ ସେମାନେ ସଂଗଠନକୁ ଅଧିକ ଗୁରୁତ୍ୱ ଦେବାକୁ ଯୋଜନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos