ଓଡ଼ିଶାରେ ହେବ ଅଶୋଧିତ ତୈଳ ଭଣ୍ଡାର

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨୧ ଲକ୍ଷ ୪୬ ହଜାର ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଜି ବଜେଟ୍‌ରେ କେଉଁ ରାଜ୍ୟ କେତେ ପାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଓଡ଼ିଶାରେ ଏକ ଅଶୋଧିତ ତୈଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ଜେଟଲୀ କହିଛନ୍ତି। ଏହାସହ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯିବ […]

arun-jaitley

arun-jaitley

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 11:09 PM IST

Sports

Latest News

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ମୋଟ ୨୧ ଲକ୍ଷ ୪୬ ହଜାର ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଜି ବଜେଟ୍‌ରେ କେଉଁ ରାଜ୍ୟ କେତେ ପାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଓଡ଼ିଶାରେ ଏକ ଅଶୋଧିତ ତୈଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ଜେଟଲୀ କହିଛନ୍ତି। ଏହାସହ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜେଟଲୀ ଘୋଷଣା କରିଛନ୍ତି। ବଜେଟ୍‌ରେ ପାଇକ ନେତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନାଁ ନେବା ସହ ବଜେଟ୍‌ରେ ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଥିବା ଜେଟଲୀ କହିଥିଲେ।

ଚଳିତ ବଜେଟ୍‌ରେ ଦୁଇଟି ଅଶୋଧିତ ତୈଳ ଭଣ୍ଡାର ନିର୍ମାଣ ଲାଗି ବ୍ୟବସ୍ଥା କରାଯାଇଛି। ଗୋଟିଏ ଓଡ଼ିଶାର ଚଣ୍ଡିଖୋଲରେ ଓ ଅନ୍ୟଟି ରାଜସ୍ଥାନରେ ନିର୍ମାଣ ହେବ।

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“୫୦୦୦ କୋଟି ଟଙ୍କା ନିବେଶରେ ଚଣ୍ଡିଖୋଲରେ ୫ ମିଲିୟନ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଅଶୋଧିତ ତୈଳ ଷ୍ଟୋରେଜ ଟ୍ୟାଙ୍କର ହେବ। ବକ୍ସି ଜଗବନ୍ଧୁଙ୍କ ବଳିଦାନକୁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବକ୍ସି ଜଗବନ୍ଧୁଙ୍କୁ ସମ୍ମାନ ଏବଂ ପାଇକ ବିଦ୍ରୋହ ବର୍ଷ ପୂର୍ତ୍ତି ପାଳନ ଓଡ଼ିଶା ଜାତି ପାଇଁ କେନ୍ଦ୍ର ସରକାରଙ୍କ ବଡ ସ୍ୱୀକୃତି।”

ବିଜେଡି ସଂସଦୀୟ ଦଳ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି,“ପାଇକ ବିଦ୍ରୋହ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଓ ଚଣ୍ଡିଖୋଲରେ ଅଶୋଧିତ ତୈଳ ଭଣ୍ଡାର ପ୍ରତିଷ୍ଠା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos