‘ଓଡ଼ିଶାରେ କଞ୍ଚାମାଲର ସୁବିନିଯୋଗ ପାଇଁ ଗୁରୁତ୍ୱ ଦିଆଯିବା ଦରକାର’

ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ସମ୍ପଦ ଭରପୂର ରହିଛି। କଞ୍ଚାମାଲର ଉପଯୁକ୍ତ ବିନିଯୋଗ କରି ରାଜ୍ୟରେ ହିଁ ଉତ୍ପାଦନକୁ ବୃଦ୍ଧି କରାଯିବା ଦରକାର ବୋଲି ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଉଦଯାପନୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶକ୍ତି ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାରୁ କଞ୍ଚାମାଲ ବାହାରକୁ ରତ୍ପାନୀ ହେଉଛି। ଏହାକୁ ଓଡ଼ିଶା ଭିତରେ କିପରି ସୁବିନିଯୋଗ କରାଯିବ ତା’ ଉପରେ ଗୁରତ୍ୱ ଦିଆଯିବା ଦରକାର।” ସେ ଆହୁରି କହିଛନ୍ତି,“ଓଡ଼ିଶାର ଖଣିଜ ଶିଳ୍ପ […]

cm-concleve

cm-concleve

Rakesh Mallick
  • Published: Friday, 02 December 2016
  • Updated: 02 December 2016, 10:29 PM IST

Sports

Latest News

cm-concleve-bbsrଭୁବନେଶ୍ୱର: ଓଡ଼ିଶାରେ ଖଣିଜ ସମ୍ପଦ ଭରପୂର ରହିଛି। କଞ୍ଚାମାଲର ଉପଯୁକ୍ତ ବିନିଯୋଗ କରି ରାଜ୍ୟରେ ହିଁ ଉତ୍ପାଦନକୁ ବୃଦ୍ଧି କରାଯିବା ଦରକାର ବୋଲି ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଉଦଯାପନୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶକ୍ତି ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ସେ କହିଛନ୍ତି,“ଓଡ଼ିଶାରୁ କଞ୍ଚାମାଲ ବାହାରକୁ ରତ୍ପାନୀ ହେଉଛି। ଏହାକୁ ଓଡ଼ିଶା ଭିତରେ କିପରି ସୁବିନିଯୋଗ କରାଯିବ ତା’ ଉପରେ ଗୁରତ୍ୱ ଦିଆଯିବା ଦରକାର।”

ସେ ଆହୁରି କହିଛନ୍ତି,“ଓଡ଼ିଶାର ଖଣିଜ ଶିଳ୍ପ ରାଜ୍ୟରେ ପୂର୍ଣ୍ଣ ନିଯୁକ୍ତି ଦେବାକୁ ସକ୍ଷମ। ୨୦୧୮ ସୁଦ୍ଧା ରାଜ୍ୟରେ ସବୁ ଗାଁକୁ ବିଜୁଳି ପହଞ୍ଚିବ।”

ଉଦ୍‌ଯାପନୀ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟରେ ହୋଇଥିବା ଓ ହେବାକୁ ଯାଉଥିବା ବିଭିନ୍ନ ପୁଞ୍ଜିନିବେଶ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ,“ବରଗଡ଼ରେ ଭାରତ ପେଟ୍ରୋଲିୟମ କର୍ପୋରେସନ ତରଫରୁ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି କୃଷି ଜାତୀୟ ବର୍ଜ୍ୟବସ୍ତୁ ଭିତରୁ ୨ଜି ଏଥନଲ ବନାଇବାର ଏକ କାରଖାନା ପ୍ରତିଷ୍ଠା କରାଯିବ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣଙ୍କୁ କରୁଛି ସେଠାକୁ ଯାଇ ଆମେ ମିଶି ଏହାକୁ ଶୁଭଦେବା। ୪୫୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ କୋଷ୍ଟାଲ ହବ୍‌ ନିର୍ମାଣ କରାଯାଉଛି। ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ପ୍ରାଧିକରଣ ଜାତୀୟ ରାଜପଥ ନିର୍ମାଣ କରୁଛି।”

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ କହିଥିଲେ,“ଅନୁଗୋଳରେ ନାଲକୋ ସହଯୋଗରେ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ସ ପାରାଦୀପରେ ଆଇଓସିଏଲ୍‌ ସହଯୋଗରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos