ଓଡ଼ିଶାରେ ହୋଇପାରିବ ଦ୍ୱିତୀୟ କୃଷି ବିପ୍ଳବ: ମୋଦି

ଭୁବନେଶ୍ୱର: ପାରଂପରିକ କୃଷି ପ୍ରଣାଳୀ ଛାଡ଼। ବୈଜ୍ଞାନିକ ପ୍ରଣାଳୀରେ ଚାଷ କର। ତା’ହେଲେ ଦେଶରେ ଦ୍ୱିତୀୟ କୃଷି ବିପ୍ଳବ ଆଣିପାରିବ ଓଡ଼ିଶା। ରବିବାର ବରଗଡ଼ ଚାଷୀ ସମାବେଶରେ ଓଡ଼ିଶାର ଚାଷୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ, ଦେଶର ପଶ୍ଚିମାଞ୍ଚଳ ଅପେକ୍ଷା ପୂର୍ବାଞ୍ଚଳ ଗରିବ। ପୂର୍ବାଞ୍ଚଳରେ ପ୍ରକୃତିର ଭଣ୍ଡାର ଥାଇ ବି ଏହା ଗରିବ। ଦେଶର ପୂର୍ବାଞ୍ଚଳକୁ ପଶ୍ଚିମାଞ୍ଚଳ ଭଳି କରିବାକୁ ହେବ। ତେଣୁ ଏ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କରିବାକୁ ପଡ଼ିବ। […]

modi

modi

Rakesh Mallick
  • Published: Sunday, 21 February 2016
  • Updated: 21 February 2016, 12:07 PM IST

Sports

Latest News

modiଭୁବନେଶ୍ୱର: ପାରଂପରିକ କୃଷି ପ୍ରଣାଳୀ ଛାଡ଼। ବୈଜ୍ଞାନିକ ପ୍ରଣାଳୀରେ ଚାଷ କର। ତା’ହେଲେ ଦେଶରେ ଦ୍ୱିତୀୟ କୃଷି ବିପ୍ଳବ ଆଣିପାରିବ ଓଡ଼ିଶା। ରବିବାର ବରଗଡ଼ ଚାଷୀ ସମାବେଶରେ ଓଡ଼ିଶାର ଚାଷୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି କହିଥିଲେ, ଦେଶର ପଶ୍ଚିମାଞ୍ଚଳ ଅପେକ୍ଷା ପୂର୍ବାଞ୍ଚଳ ଗରିବ। ପୂର୍ବାଞ୍ଚଳରେ ପ୍ରକୃତିର ଭଣ୍ଡାର ଥାଇ ବି ଏହା ଗରିବ। ଦେଶର ପୂର୍ବାଞ୍ଚଳକୁ ପଶ୍ଚିମାଞ୍ଚଳ ଭଳି କରିବାକୁ ହେବ। ତେଣୁ ଏ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କରିବାକୁ ପଡ଼ିବ। ତା’ହେଲେ ଯାଇ ଭାରତର ସମୃଦ୍ଧି ହେବ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ। ଏଠାରେ ସବୁଠୁ ଅଧିକ ଜଳ ଅଛି। ବିପୁଳ ପରିମାଣରେ ଜମି ଅଛି। ତା’ସହିତ ଅଛନ୍ତି କଠିନ ପରିଶ୍ରମ କରି ପାରୁ ଥିବା ଚାଷୀ। ତେଣୁ ଆଧୁନିକ ପ୍ରଣାଳୀରେ ଚାଷ କରାଗଲା ଦେଶର ପୂର୍ବାଞ୍ଚଳ କୃଷି କ୍ଷେତ୍ରରେ ଦେଶରେ ଦ୍ୱିତୀୟ ବିପ୍ଳବ ଆଣିପାରିବ। ଓଡ଼ିଶା, ବିହାର, ଆସାମ, ପଶ୍ଚିମବଙ୍ଗ ଆଦି ଦେଶରେ ଦ୍ୱିତୀୟ କୃଷି ବିପ୍ଳବ ଆଣିପାରିବେ। ସେଥିପାଇଁ ଆମ ସରକାର କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛି।

କୃଷି କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଉତ୍ତର ପ୍ରଦେଶ ପରେ ସବୁଠୁ ଅଧିକ ଜଳ ଅଛି ଓଡ଼ିଶାରେ। ଏଠି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଭଳି ନଦୀ ରହିଛି। ପାଣିର ଭଣ୍ଡାର ରହିଛି ଓଡ଼ିଶାରେ। ତେଣୁ ଓଡ଼ିଶା ଚାହିଁଲେ କୃଷି କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ।

ମୋଦି କହିଥିଲେ, ଚାଷୀମାନଙ୍କୁ ପାରଂପରିକ କୃଷି ପ୍ରଣାଳୀ ଛାଡ଼ିବାକୁ ହେବ ଓ ଆଧୁନିକ କୃଷି ପ୍ରଣାଳୀ ଆପଣାଇବାକୁ ହେବ। ଚାଷୀକୁ ତା’ର ଜମିକୁ ତିନି ଭାଗରେ ବିଭକ୍ତ କରିବାକୁ ହେବ। ଗୋଟିଏ ଭାଗରେ ଧାନ ଆଦି ଫସଲ ଚାଷ କରିବ। ଚାଷ ଜମିର ହିଡ଼ ବା ସୀମାରେ ଶାଗୁଆନ ଗଛ ଲଗାଇବ। ଶାଗୁଆନ ଗଛର ବଜାର ମୂଲ୍ୟ ଖୁବ୍ ଅଧିକ। ଯାହା ଭବିଷ୍ୟତରେ ଚାଷୀ ପାଇଁ ବେଶ୍ ସହାୟକ ହେବ। ସେହିପରି ଆଉ ଏକ ଭାଗ ଜମିରେ ଚାଷୀ ପ୍ରାଣୀପାଳନ କରିବ। ଧାନ ଆଦି ଚାଷ ସହିତ ମାଛ, କୁକୁଡ଼ା ଓ ମହୁ ଆଦି ଚାଷ କରିବା ପାଇଁ ସେ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ମାଛ ଚାଷ ପାଇଁ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମି ଥିବା ସେ କହିଥିଲା।

ପ୍ରତି ଫସଲ ମଝିରେ ଡାଲି ଜାତୀୟ ଫସଲ କରିବା ପାଇଁ ମୋଦି ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଫସଲ ଚକ୍ର ମଝିରେ ଡାଲି ଜାତୀୟ ଫସଲ ଚାଷ କଲେ ଜମିକୁ ଯବକ୍ଷାରଜାନ ମିଳେ। ଫଳରେ ମାଟି ହାଲ୍‌କା ରହେ।

ଜମିକୁ ଜଳସେଚନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ମୋଦି। ସେ କହିଥିଲେ, ଏକଦା ମଧ୍ୟପ୍ରଦେଶ ବୀମାରୁ ରାଜ୍ୟ ଭାବେ ପରିଗଣିତ ଥିଲା। କିନ୍ତୁ ସେଠାକାର ଶିବରାଜ ସିଂହ ଚୌହାନ ସରକାର ଜଳ ସେଚନକୁ ପ୍ରାଧ୍ୟାନ ଦେଇଛନ୍ତି। ଫଳରେ ଏବେ ସେଠାରେ ଜଳ ସେଚିତ ଜମିର ପରିମାଣ ୧୨ ଲକ୍ଷରୁ ୩୨ ଲକ୍ଷ ହେକ୍ଟରରେ ପହଞ୍ଚିଛି। ତେଣୁ ଓଡ଼ିଶା ସରକାର ଚାହିଁଲେ ଜଳସେଚନରେ ଓଡ଼ିଶାକୁ ଦେଶର ଆଗୁଆ ରାଜ୍ୟ କରିପାରିବେ।

ଚାଷୀମାନଙ୍କୁ ପରାମର୍ଶ ଦେଇ ମୋଦି କହିଲେ ମଣିଷ ଶରୀର ଭଳି ମଝିରେ ମଝିରେ ଜମିର ମାଟି ପରୀକ୍ଷା କରାଇ ନେବା ଉଚିତ୍। ତା’ହେଲେ ଜମିର ସ୍ଥିତି ସଂପର୍କରେ ସମସ୍ତ ତଥ୍ୟ ଜାଣି ହେବ। କାରଣ ସାର, ଔଷଧ ଆଦି ପ୍ରୟୋଗ ଦ୍ୱାରା ଜମି ରୋଗୀଣା ହୋଇଯାଇଥାଏ। ଜମି ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ତାଙ୍କ ସରକାର ସଏଲ୍ ହେଲ୍ଥ କାର୍ଡ ପ୍ରଚଳନ କରିଛନ୍ତି। ଏହାର ଫାଇଦା ନେବାକୁ ସେ ଓଡ଼ିଶାର ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାର ଦେଶର କୃଷି ଓ କୃଷକମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ସେ ସବୁଠୁ ଅଧିକ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ। ଓଡ଼ିଶାରେ ଚାଷୀମାନେ ଏହାକୁ ବୁଝିବାକୁ ଓ ଏଥିରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଯୋଜନା ସଂପର୍କରେ ରାଜ୍ୟର ପ୍ରତି ଚାଷୀଙ୍କୁ ଅବଗତ କରାଇବାକୁ ସେ ସଭାରେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ୧୦୦ରେ ୨୦ ଜଣ ଚାଷୀ ଫସଲ ବୀମା ଭୁକ୍ତ ହେଉଛନ୍ତି। ଏହାକୁ ଅତିକମ୍‌ରେ ୫୦କୁ ନେବାକୁ ପଡ଼ିବ। ଅର୍ଥାତ ୧୦୦ରେ ୫୦ ଜଣ ଚାଷୀ ଯେପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବେ ସେ ନେଇ ଉଦ୍ୟମ କରିବାକୁ ପଡ଼ିବ। ଏହା ଚାଷୀଙ୍କ ପାଇଁ ଏକ ଭଲ ଯୋଜନା। ଚାଷୀ ଯେତେ ଅଧିକ ବୀମା କରିବ ସେତେ ଅଧିକ ବୀମା ରାଶି ପାଇ‍ବ। ପ୍ରାକୃତିକ ବିପର୍ଯ୍ୟୟ ଆଦିରେ ଫସଲ ନଷ୍ଟ ହେଲେ ଚାଷୀକୁ ପୂରା ବୀମା ରାଶି ମିଳିବ। କୃଷି ପାଇଁ ବ୍ୟାଙ୍କରୁ ଋଣ କରି ଥିଲେ ବି ପୂରା ବୀମା ରାଶି ପାଇବ ଚାଷୀ। ଧାନ ଆଦି ଫସଲ ଅମଳ ହେବାର ୧୪ ଦିନ ମଧ୍ୟରେ ଜମିରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ନଷ୍ଟ ହେଲେ ମଧ୍ୟ ବୀମା ରାଶି ମିଳିବ।

ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ୫୦ ପ୍ରତିଶତ ଫସଲ ନଷ୍ଟ ହେଲେ ଚାଷୀକୁ କ୍ଷତିପୂରଣ ଦିଆଯାଉଥିଲା। ତେଣୁ ୪୯ ପ୍ରତିଶତ ଫସଲହାନି ହେଲେ ବି ଚାଷୀ କ୍ଷତିପୂରଣ ପାଉ ନ ଥିଲା।  କିନ୍ତୁ ତାଙ୍କ ସରକାର ଏହାକୁ ୩୩ ପ୍ରତିଶତକୁ ଖସାଇ ଦେଇଛନ୍ତି।

ସେହିପରି ତାଙ୍କ ସରକାର ଶାସନକୁ ଆସିବା ପରେ ୟୁରିଆର କଳାବଜାରି ପୂରା ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, ୟୁରିଆ କଳାବଜାରି ନେଇ ୨୦୧୪ରେ ତାଙ୍କ ସରକାର ଆସିବା ପରେ ଅନେକ ଅଭିଯୋଗ ତାଙ୍କ ପାଖକୁ ଆସିଥିଲା। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସାଂସଦମାନେ ଏହି ଅଭିଯୋଗ କରିଥିଲେ। କିନ୍ତୁ ୨୦୧୫ରେ କେହି ଏନେଇ ଅଭିଯୋଗ ଆଣି ନାହାନ୍ତି। କାରଣ ୟୁରିଆ କଳାବଜାରିକୁ ରୋକିବାକୁ ତାଙ୍କ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ନିମ କୋଟିଂର ୟୁରିଆ ପ୍ରସ୍ତୁତ କରାଯାଉଛି। ଯାହା କେବଳ ଜମିରେ ପଡ଼ିପାରିବ। କୌଣସି କେମିକାଲ୍ ଫ୍ୟାକ୍ଟ୍ରିରେ ଏହା କାମ ଦେବ ନାହିଁ। ତେଣୁ କଳାବଜାରୀ ବନ୍ଦ ହୋଇଯାଇଛି। ପୁଣି ନିମ୍ କୋଟିଂ ୟୁରିଆ ପ୍ରସ୍ତୁତ ପାଇଁ ନିମ୍ବ ଗଛର ରସ ଆବଶ୍ୟକ ହେଉଥିବା ଯୋଗୁଁ ଏହା ବି ଗାଁଗହଳିରେ ଲୋକଙ୍କ ପାଇଁ ରୋଜଗାରର ଏକ ପନ୍ଥା ହୋଇପାରିବ।

୨୦୨୨ରେ ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରିବାକୁ ଯାଉଥିବା ବେଳେ ଦେଶର ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ତାଙ୍କ ସରକାର ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ବରଗଡ଼ ଚାଷୀ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଅନ୍ୟାନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story