ଆଗାମୀ ବଜେଟ୍‌ରେ ୫,୮୭୦ କୋଟି ଟଙ୍କା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ବଜେଟରେ ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୫,୮୭୦କୋଟି ଟଙ୍କାର ପ୍ୟାକେଜ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ସଂକ୍ରାନ୍ତରେ ଆଜି ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି,“ରେଲୱେ ଓଡ଼ିଶାରୁ ବାର୍ଷିକ ୧୫,୦୦୦ କୋଟି ଟଙ୍କା ପାଉଛି। ଏହା ସତ୍ତ୍ୱେ ରେଳ ଯୋଗାଯୋଗ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶା ବହୁ ପଛରେ ରହିଛି। ଗୋପାଳପୁର-ସିଙ୍ଗାପୁର ରୋଡ଼୍‌ ଭାୟା ପଦ୍ମପୁର-ରାମନାଗୁଡ଼ା-ବାଙ୍କିଲି, ଭଦ୍ରାଞ୍ଚଳମ୍‌-ବିମଳାଗଡ଼, […]

naveen

naveen

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 04:48 PM IST

Sports

Latest News

naveenଭୁବନେଶ୍ୱର: ଆସନ୍ତା ବଜେଟରେ ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୫,୮୭୦କୋଟି ଟଙ୍କାର ପ୍ୟାକେଜ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଏହି ସଂକ୍ରାନ୍ତରେ ଆଜି ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି,“ରେଲୱେ ଓଡ଼ିଶାରୁ ବାର୍ଷିକ ୧୫,୦୦୦ କୋଟି ଟଙ୍କା ପାଉଛି। ଏହା ସତ୍ତ୍ୱେ ରେଳ ଯୋଗାଯୋଗ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡ଼ିଶା ବହୁ ପଛରେ ରହିଛି। ଗୋପାଳପୁର-ସିଙ୍ଗାପୁର ରୋଡ଼୍‌ ଭାୟା ପଦ୍ମପୁର-ରାମନାଗୁଡ଼ା-ବାଙ୍କିଲି, ଭଦ୍ରାଞ୍ଚଳମ୍‌-ବିମଳାଗଡ଼, ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ଓ ତାଳଚେର-ଗୋପାଳପୁର ମଧ୍ୟରେ ରେଳ ସଂଯୋଗ କରାଯାଉ। ଏହାଛଡ଼ା ଜଳେଶ୍ୱର-ଦୀଘା ରେଳ ପ୍ରକଳ୍ପ, ସମ୍ୱଲପୁର-ଟିଟଲାଗଡ଼, ଟିଟଲାଗଡ଼-ରାୟପୁର, ତାଳଚେର-ବିମଳାଗଡ଼, ଦୈତାରୀ-କେନ୍ଦୁଝର-ବାଂଶପାଣି ରେଳଲା
ଇନ୍‌କୁ ଦୋହରୀକରଣ କରାଯିବା ସହ ବାରଙ୍ଗ-ଭୁବନେଶ୍ୱର ଥାର୍ଡ଼ ଲାଇନ୍‌ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉ।”

ସେହିପରି ମାଲ ପରିବହନ ପାଇଁ ଖଡ଼ଗପୁରରୁ ବିଜୟୱାଡ଼ା ସ୍ୱତନ୍ତ୍ର ପୂର୍ବତନ କରିଡ଼ର ଏବଂ ଝାରସୁଗୁଡ଼ାରୁ ବିଳାସପୁର ସ୍ୱତନ୍ତ୍ର ପୂର୍ବ-ପଶ୍ଚିମ କରିଡ଼ର ପାଇଁ ମଧ୍ୟ ଦାବି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

କଳାହାଣ୍ଡିରେ ବିଦ୍ୟୁତ୍‌ ଲୋକୋମୋଟିଭ୍‌ ମେଣ୍ଟନାନ୍ସ, ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀରେ ୱାଗନ ମରାମତି କାରଖାନା, କଣ୍ଟାବାଞ୍ଜି ଓ ବନ୍ଧମୁଣ୍ଡାରେ କଂକ୍ରିଟ୍‌ ସ୍ଲିପର ପ୍ଲାଣ୍ଟ ଏବଂ କେବିକେ ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା, ରାୟଗଡ଼ା, ଯାଜପୁର-କେନ୍ଦୁଝର ରୋଡ୍‌ ଓ ରାଉରକେଲାରେ ନୂଆ ଡିଭିଜନାଲ ମୁଖ୍ୟାଳୟ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos