ଏପ୍ରିଲ ୨ରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ସାମିଲ ହେବ

ଭୁବନେଶ୍ୱର: ଏପ୍ରିଲ ୨ରେ ହେବାକୁ ଥିବା ସର୍ବଭାରତୀୟ ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ସାମିଲ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ। ଚଳିତ ବର୍ଷ ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରାଯାଇଛି। ଆଧାରକାର୍ଡ଼ ସହ ଛାତ୍ରଛାତ୍ରୀଙ୍କ ନାଁ ଓ ଜନ୍ମ ତାରିଖ ମେଳ ନ ଖାଇଲେ ଫର୍ମ ପୂରଣ ହୋଇପାରିବ ନାହିଁ। ଆସନ୍ତାମାସ ୧ ତାରିଖରୁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍‌ […]

jee-main

jee-main

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 09:09 PM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ ୨ରେ ହେବାକୁ ଥିବା ସର୍ବଭାରତୀୟ ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶା ସାମିଲ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ।

ଚଳିତ ବର୍ଷ ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରାଯାଇଛି। ଆଧାରକାର୍ଡ଼ ସହ ଛାତ୍ରଛାତ୍ରୀଙ୍କ ନାଁ ଓ ଜନ୍ମ ତାରିଖ ମେଳ ନ ଖାଇଲେ ଫର୍ମ ପୂରଣ ହୋଇପାରିବ ନାହିଁ। ଆସନ୍ତାମାସ ୧ ତାରିଖରୁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍‌ ୱେବସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ ୨ ତାରିଖ ରହିଛି। ଏପ୍ରିଲ ୨ ତାରିଖରେ ପରୀକ୍ଷା ହେବ।

ଚଳିତ ବର୍ଷ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟର ନୂଆ ନିୟମ ଅନୁଯାୟୀ ଜେଇଇ ପରୀକ୍ଷା ଓ ଆଡମିଶନ୍‌ କରାଯିବ। ତେବେ ରାଙ୍କ ପ୍ରସ୍ତୁତି ବେଳେ ଯୁକ୍ତ ଦୁଇ ନମ୍ୱରକୁ ବିଚାରକୁ ନିଆଯିବ ନାହିଁ। କେବଳ ଏଣ୍ଟ୍ରାନ୍ସ ନମ୍ୱର ଆଧାରରେ ରାଙ୍କ ପ୍ରସ୍ତୁତ କରାଯିବ। ଆଇଆଇଟି, ଏନ୍‌ଆଇଟି, ଟ୍ରିପଲଆଇଟି ଭଳି ଶିକ୍ଷାନୁଷ୍ଠାନ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ସାଧାରଣ ବର୍ଗର ପିଲାଙ୍କ ଲାଗି ଯୁକ୍ତ ଦୁଇରେ ୭୫ ପ୍ରତିଶତ ନମ୍ୱର ରହିଥିବା ବେଳେ ଏସ୍‌ସି ଓ ଏସ୍‌ଟି ପିଲାମାନଙ୍କ କ୍ଷେତ୍ରରେ ୬୫ ପ୍ରତିଶତ ରହିଛି।

ଏ ସମ୍ପର୍କରେ ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଗୋଟିଏ ଏଣ୍ଟ୍ରାନ୍ସ ଦେଇ ପିଲାମାନେ ଆଇଆଇଟି ଓ ଏନ୍‌ଆଇଟିରେ ପଢ଼ିପାରିବେ। ଯଦି ଏଣ୍ଟ୍ରାନ୍ସରେ ପିଲାମାନେ ଆଶାନୁରୁପ ପ୍ରଦର୍ଶନ କରି ନ ପାରନ୍ତି ତାହାହେଲେ ସେମାନେ ଓଡ଼ିଶାର ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ପଢ଼ିପାରିବେ। ଏଥିପାଇଁ ଏକାଧିକ ଏଣ୍ଟ୍ରାନ୍ସ ନ ଦେବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।”

ସେ କହିଛନ୍ତି,“ଜେଇଇ ମେନ୍‌ ରାଙ୍କ ଅନୁସାରେ ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ। ଏଥିପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନ୍‌ସେଲିଂ କରିବେ। ତେବେ ରାଜ୍ୟରେ ଇଞ୍ଜିନିୟରିଂ ପଢ଼ିବା ଲାଗି ସାଧାରଣ ବର୍ଗ ପିଲାଙ୍କୁ ଯୁକ୍ତ ଦୁଇରେ ୪୫ ପ୍ରତିଶତ ଓ ଏସ୍‌ସି, ଏସ୍‌ଟି ପିଲାଙ୍କୁ ୪୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos