ଓଡ଼ିଶା ସରକାରଙ୍କ ଆଖି ଅଛି, ହେଲେ କିଛି ଦିଶୁନାହିଁ: ଗଡ଼କରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଆଜ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ଗଡ଼କରୀ କହିଛନ୍ତି, “ଏଠାରେ ଏପରି ଏକ ସରକାର ଅଛି, ଯାହାର ଆଖି ଅଛି ହେଲେ ଦିଶୁନାହିଁ। ଗୋଡ଼ ଅଛି ହେଲେ ଚାଲୁନାହିଁ। ଏମାନଙ୍କର କୌଣସି ଲକ୍ଷ୍ୟ ନାହିଁ, କେମିତି ଭୋଟ ପାଉଛନ୍ତି କେଜାଣି? ଏଠାରେ ଅଧିକାରୀମାନେ କଣ କରୁଛନ୍ତି ମନ୍ତ୍ରୀଙ୍କ ପାଖରେ ଖବର ନାହିଁ। ମନ୍ତ୍ରୀମାନେ କ’ଣ […]

gadkari

gadkari

Rakesh Mallick
  • Published: Friday, 10 June 2016
  • Updated: 10 June 2016, 09:42 PM IST

Sports

Latest News

gadkariଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଆଜ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ଗଡ଼କରୀ କହିଛନ୍ତି, “ଏଠାରେ ଏପରି ଏକ ସରକାର ଅଛି, ଯାହାର ଆଖି ଅଛି ହେଲେ ଦିଶୁନାହିଁ। ଗୋଡ଼ ଅଛି ହେଲେ ଚାଲୁନାହିଁ। ଏମାନଙ୍କର କୌଣସି ଲକ୍ଷ୍ୟ ନାହିଁ, କେମିତି ଭୋଟ ପାଉଛନ୍ତି କେଜାଣି? ଏଠାରେ ଅଧିକାରୀମାନେ କଣ କରୁଛନ୍ତି ମନ୍ତ୍ରୀଙ୍କ ପାଖରେ ଖବର ନାହିଁ। ମନ୍ତ୍ରୀମାନେ କ’ଣ କରୁଛନ୍ତି ଜନତାଙ୍କ ପାଖରେ ଖବର ନାହିଁ।”

ଗଡ଼କରୀଙ୍କ ମନ୍ତବ୍ୟ ଉପରେ ବିଜେଡି ଜବାବ ରଖିଛି। ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, “ଜଣେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ଏପରି ତାତ୍ସଲ୍ୟ ଶୋଭା ପାଉନାହିଁ। ଓଡ଼ିଶାରେ କ’ଣ କାମ ହେଉଛି ରାଜ୍ୟବାସୀ କେବଳ ଜାଣୁନାହାନ୍ତି, ଅନୁଭବ ବି କରୁଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁ ଥିବାରୁ ଜନତାଙ୍କ ସମର୍ଥନ ମିଳୁଛି। ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ବାସ୍ତବତା ସହ ଏହାର କିଛି ସମ୍ପର୍କ ନାହିଁ।”

ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ପରେ ଗଡ଼କରୀ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ୨ ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “କୃଷି ଓ ଗାଁକୁ ଆମ ସରକାର ପ୍ରାଥମିକତା ଦେଇଛି। ବିକାଶ ଲାଗି ଆମେ ପ୍ରତି ପଞ୍ଚାୟତକୁ ୮୦ ଲକ୍ଷ ଓ ନଗର ପରିଷଦକୁ ୨୨ କୋଟି ଟଙ୍କା ଲେଖାଏଁ ଦେଉଛୁ।”

ସେ କହିଛନ୍ତି, “ଜନଧନ ଯୋଜନା ଯୋଗୁଁ ୧ ଲକ୍ଷ କୋଟି ଟଙ୍କା ବଞ୍ଚିଛି। କୋଇଲା ଅଭାବ ଦୂର ହୋଇଛି, ବିଜୁଳି ବଳକା ହୋଇଛି।”

ଟୋଲ୍‌ଗେଟକୁ ନେଇ ଦେଖା ଦେଖାଇଥିବା ବିବାଦ ସମ୍ପର୍କରେ ଗଡକରୀ କହିଛନ୍ତି, “ଓଡ଼ିଶାରେ କୌଣସି ବେଆଇନ ଟୋଲ୍‌ଗେଟ୍‌ ନାହିଁ। ମୁଁ ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ଦେଖିଛି, ଏଥିରେ ରାଜ୍ୟରେ ବେଆଇନ ଭାବେ ଗୋଟିଏ ବି ଟୋଲଗେଟ୍‌ ନ ଥିବା ଉଲ୍ଲେଖ ରହିଛି। ଆମେ ରାଜପଥ ବିକାଶ ପାଇଁ ୧୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରୁଛୁ। ଏଥିପାଇଁ ଋଣ କରିବାକୁ ପଡୁଛି। ଭଲ ରାଜପଥରେ ଯିବାକୁ ହେଲେ ପ୍ରତି ଦେଶର ଲୋକେ ଟୋଲ୍‌ ଦେଇଥାନ୍ତି। ଆପଣଙ୍କୁ ଭଲ ରାସ୍ତା ବ୍ୟବହାର କରିବାକୁ ହେଲେ ଟୋଲ୍‌ ଦେବାକୁ ପଡିବ।”

ସେ କହିଛନ୍ତି, “ବସ୍‌ ମାଲିକମାନେ ମୋତେ ଭେଟି ଆଲୋଚନା କରିଥିଲେ। ସେମାନେ କିଛି ଦାବି କରିଥିଲେ ଯାହା କେବଳ ଓଡ଼ିଶା ପାଇଁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏ ନେଇ ଆମେ କିଛି ନିଷ୍ପତ୍ତି ନେଲେ, ପୂରା ଦେଶ ପାଇଁ ନେବାକୁ ପଡିବ। ତଥାପି ପାସେଞ୍ଜର ବସ୍‌ ପାଇଁ ଟୋଲ୍‌ ପ୍ରଦାନରେ କିଛି ରିହାତି ଯଦି ହୋଇପାରିବ ତାହା କରିବାକୁ ମୁଁ ଚେଷ୍ଟା କରିବି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି।”

ସେ କହିଛନ୍ତି, “ଓଡ଼ିଶାରୁ ପୂର୍ବ ଭାରତରେ ସବୁ ପ୍ରକାର ରତ୍ପାନୀର କେନ୍ଦ୍ର କରିବାକୁ ଆମେ ଯୋଜନା କରିଛୁ। ବର୍ତ୍ତମାନ ଓଡ଼ିଶାରେ ୧୩୦୦ କି.ମି. ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଆହୁରି ୨୦୦୦ କି.ମି. ରାଜପଥ ନିର୍ମାଣ କରିବାକୁ ଆମ ସରକାର ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ କହିଥିଲି। ପାରାଦୀପ ବନ୍ଦରର ବିକାଶ ଉପରେ ପ୍ରାଥମିକତା ଦିଆଯାଉଛି। ଏହାକୁ ପୂର୍ବ ଭାରତର ଗ୍ରୋଥ ଇଂଜିନ କରାଯିବ। ଏମ୍‌ସିଏଲ୍‌ର ଉତ୍ପାଦନ ୩୦୦ ମିଲିୟନ ଟନ୍‌କୁ ବୃଦ୍ଧି କରାଯିବ। ଜଳପଥରେ କୋଇଲା ପରିବହନ କରାଯିବାକୁ ଯୋଜନା କରାଯାଉଛି।”

ସମଯାଜପୁର ରେଲୱେ ଓଭର ବ୍ରିଜ୍‌ ଦବିଯିବା ସମ୍ପର୍କରେ ଗଡ଼କରୀ କହିଛନ୍ତି, “ସେଠାରେ ମାଟିରେ କିଛି ସମସ୍ୟା ଥିଲା। ଯାହା ଫଳରେ କିଛି ଅଂଶ ଦବି ଯାଇଛି। ଆସନ୍ତା ୨୦ ତାରିଖରୁ ମରାମତି କାମ ଆରମ୍ଭ ହୋଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story