ମେ’ ୮ରେ ଓଜେଇଇ, ଫେବ୍ରୁଆରୀ ୫ରୁ ଆବେଦନ

ଭୁବନେଶ୍ୱର: ମେ’ ୮ ତାରିଖରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ଏଥିପାଇଁ ଫେବ୍ରୁଆରୀ ୫ରୁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୧୦।  ମେଡିକାଲ୍ ଓ ଇଂଜିନିୟରିଂ ବ୍ୟତୀତ ଓଡ଼ିଶାରେ ଏମବିଏ, ଏମସିଏ, ବି-ଫାର୍ମା ଓ ଏମ୍ ଫାର୍ମା ଆଦି ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଓଜେଇଇ ଦେବାକୁ ପଡ଼ିବ।

ଜୁନ୍ ପହିଲାରେ ଓଜେଇଇର ଫଳାଫଳ ବାହାରିବ ବୋଲି ଜଣାପଡ଼ିଛି।