ମେ’ ୮ରେ ଓଜେଇଇ, ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ଆସନ୍ତା ମେ’ ୮ ତାରିଖରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ହେବ। ଏଥିପାଇଁ ଆସନ୍ତା ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଓଜେଇଇ ୱେବସାଇଟରେ ଏହି ଆବେଦନ କରିପାରିବେ। ଇଞ୍ଜିନିୟରିଂ, ମେଡିକାଲ ବ୍ୟତୀତ ଅନ୍ୟ ସମସ୍ତ ପ୍ରଫେସନାଲ କୋର୍ସରେ ଆଡମିଶନ ପାଇଁ ଏହି ପରୀକ୍ଷା ହେବ। ବିଶେଷକରି ଏମଟେକ, ଏମ୍ ଫାର୍ମା, ବି ଫାର୍ମା, ଏମବିଏ, ଏମସିଏ, ଲାଟେରାଲ ଏଣ୍ଟ୍ରୀ ଇଞ୍ଜିନିୟରିଂ, ବି.ଏ.ଏମ.ଏସ ଓ ବି.ଏଚ.ଏମ.ଏସ ପାଇଁ ଆବେଦନ କରିପାରିବେ। ବୁଧବାର ଓଜେଇଇ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।