ଓଜେଇଇରେ ପୁଣି ଲାଗୁ ହେବ ମାଇନସ୍‌ ମାର୍କିଂ: ପ୍ରତି ଭୁଲ୍ ଉତ୍ତର ପାଇଁ କଟିବ ୧ ମାର୍କ

ଭୁବନେଶ୍ୱର:ଚଳିତ ବର୍ଷ ଓଜେଇ ପରୀକ୍ଷାରେ ପୁଣି ମାଇନସ୍ ମାର୍କିଂ ବ୍ୟବସ୍ଥା ଲାଗୁ ହେବ। ପ୍ରତି ଭୁଲ୍ ଉତ୍ତର ପାଇଁ ୧ ମାର୍କ ମାଇନସ୍‌ କରାଯିବ। ଏହି ବ୍ୟବସ୍ଥା ନେଇ ଶନିବାର ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଧାବୀ ପିଲାଙ୍କୁ ଉପଯୁକ୍ତ ରାଙ୍କ୍ ଦେବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ରାଙ୍କ୍ ବ୍ୟବସ୍ଥାରେ ମାଇନସ୍ ମାର୍କିଂ ଉଚ୍ଛେଦ ହୋଇଥିବାରୁ ଛାତ୍ରଛାତ୍ରୀମାନେ ମନଇଚ୍ଛା ଉତ୍ତର ଦେଉଥିଲେ ଓ ଅନେକ ସମୟରେ ରାଙ୍କ୍ ମଧ୍ୟ ପାଇ […]

OJEE

OJEE

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 04:28 PM IST

ଭୁବନେଶ୍ୱର:ଚଳିତ ବର୍ଷ ଓଜେଇ ପରୀକ୍ଷାରେ ପୁଣି ମାଇନସ୍ ମାର୍କିଂ ବ୍ୟବସ୍ଥା ଲାଗୁ ହେବ। ପ୍ରତି ଭୁଲ୍ ଉତ୍ତର ପାଇଁ ୧ ମାର୍କ ମାଇନସ୍‌ କରାଯିବ। ଏହି ବ୍ୟବସ୍ଥା ନେଇ ଶନିବାର ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମେଧାବୀ ପିଲାଙ୍କୁ ଉପଯୁକ୍ତ ରାଙ୍କ୍ ଦେବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କାରଣ ରାଙ୍କ୍ ବ୍ୟବସ୍ଥାରେ ମାଇନସ୍ ମାର୍କିଂ ଉଚ୍ଛେଦ ହୋଇଥିବାରୁ ଛାତ୍ରଛାତ୍ରୀମାନେ ମନଇଚ୍ଛା ଉତ୍ତର ଦେଉଥିଲେ ଓ ଅନେକ ସମୟରେ ରାଙ୍କ୍ ମଧ୍ୟ ପାଇ ଯାଉଥିଲେ। ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ପ୍ରଭାବିତ ହେଉଥିଲେ। ତେଣୁ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସାଙ୍ଗକୁ ରାଙ୍କ୍ ବ୍ୟବସ୍ଥାରେ ନ୍ୟାୟ ଦେବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷାରେ ଗୋଟିଏ ଉତ୍ତର ଭୁଲ୍ ଲେଖିଲେ ୧ ମାର୍କ ମାଇନସ୍ ହେବ। ଏହି ବ୍ୟବସ୍ଥା ୨୦୧୨ ପର୍ଯ୍ୟନ୍ତ ପ୍ରଚଳନ ଥିଲା।

୨୦୧୩, ୨୦୧୪ ଓ ୨୦୧୫- ଏହି ତିନିବର୍ଷ ଓଜେଇ ପରୀକ୍ଷାରୁ ଏହି ମାଇନସ୍ ମାର୍କିଂ ଉଚ୍ଛେଦ କରିଥିଲେ ରାଜ୍ୟ ସରକାର। ତେବେ ଅନ୍ୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ପରିଚାଳନାକୁ ଦୃଷ୍ଟିରେ ରଖି ଏଆଇପିଏମ୍‌ଟି  ଓ ଜେଇଇମେନ୍‌ ପରୀକ୍ଷାରେ ମଧ୍ୟ ମାଇନସ୍ ମାର୍କିଂ ବ୍ୟବସ୍ଥା ଥିବାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ଅନୁମାନ କରି ଉତ୍ତର ଦେଉଥିବା ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯିବ ନାହିଁ। ଅନେକ ପିଲା ଅନୁମାନ କରି ଉତ୍ତର ଦେଉଛନ୍ତି ଓ ମାର୍କ ପାଇଯାଉଛନ୍ତି। ତେଣୁ  ପିଲାଙ୍କ ରାଙ୍କ୍ ନିର୍ଦ୍ଧାରଣ ଜ୍ଞାନ ଆଧାରରେ ହେଉ ନାହିଁ। ମାଇନସ୍ ମାର୍କିଂ ରହିଲେ ପିଲାଙ୍କ ଦକ୍ଷତା ଓ ଜ୍ଞାନର ସଠିକ୍ ପରୀକ୍ଷା ହୋଇପାରିବ। ତେଣୁ ଏହି ପରୀକ୍ଷା ଦେଉଥିବା ସମସ୍ତ ପିଲାଙ୍କୁ ନ୍ୟାୟ ଦିଆଯାଇପାରିବ।”

ଏହି ପଦକ୍ଷେପକୁ ଶିକ୍ଷାବିତ୍‌ମାନେ ସ୍ୱାଗତ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“ଏହି ବ୍ୟବସ୍ଥା ଦ୍ୱାରା ନିଶ୍ଚିତ ଭାବେ ମେଧାବୀ ପିଲାଙ୍କୁ ଠିକ୍ ରାଙ୍କ୍ ମିଳିବ। ସେହିପରି ସାଧାରଣ ପିଲା ମେଧାବୀ ହେବା ପାଇଁ ପ୍ରୟାସ କରିବେ। କାରଣ ପୂର୍ବରୁ ଯେଉଁଭଳି ୨୦/୨୫ ‘ଏ’ ଲେଖା ହୋଇଥିବା ସ୍ଥାନରେ ଗୋଲ୍ ବୁଲାଇ ସେମାନେ ମାର୍କ ଆଣୁଥିଲେ, ସେମିତି ଆଉ ହେବ ନାହିଁ। ସେମାନଙ୍କୁ ପଢ଼ିବାକୁ ପଡ଼ିବ।”

ଅନ୍ୟପକ୍ଷରେ ଓଡ଼ିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ ସଂପାଦକ ବିନୋଦ ଦାଶ କହିଛନ୍ତି ଯେ ସରକାରଙ୍କ ଏହି ମାଇନସ୍ ମାର୍କିଂ ବ୍ୟବସ୍ଥା ଦ୍ୱାରା କିଛି ଫରକ ପଡ଼ିବ ନାହିଁ। କାରଣ ଭଲ ପିଲା ଭଲ ରାଙ୍କରେ ରହିବେ ଓ ଖରାପ ପିଲା ତଳ ରାଙ୍କ୍‌ରେ ରହିବେ। ତେଣୁ ଏଥିରେ କିଛି ନୂଆ ନାହିଁ। ସରକାର କେବଳ ଏପରି ଏକ ବ୍ୟବସ୍ଥା କରି ବାଃ ବାଃ ନେବା କଥା।

ଓଜେଇ ପରୀକ୍ଷା ଆସନ୍ତା ମେ’୮ ତାରିଖରେ ଅନୁଷ୍ଠିତ ହେଉଥିବା ବେଳେ ଏହି ପରୀକ୍ଷା ଲାଗି ଏବେ ସୁଦ୍ଧା ମୋଟ ୪୨ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୦ ତାରିଖ ରଖାଯାଇଥିବା ବେଳେ ଗତ ୯ ତାରିଖରେ ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଅନ୍ୟପକ୍ଷରେ ଇଂଜିନିୟରିଂ ଆଡ୍‌ମିଶନ୍‌ ନେଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌କାର୍ଡ ଉପଲବ୍ଧ ହୋଇଛି। ଏଥିପାଇଁ ୪୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଏପ୍ରିଲ୍ ୩ରେ ଅଫ୍‌ଲାଇନ୍‌ ଓ ଏପ୍ରିଲ୍ ୯ ଏବଂ ୧୦ ତାରିଖରେ ଅନ୍‌ଲାଇନ୍‌ ପରୀକ୍ଷା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story