ଓକିଲାତି ଲାଇସେନ୍ସ ବାତିଲ ନେଇ ଆଇନ ମନ୍ତ୍ରୀଙ୍କୁ ନୋଟିସ ଦେଲା ବାର କାଉନସିଲ

ଭୁବନେଶ୍ୱର: ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟ ବାର କାଉନସିଲ ସଚିବଙ୍କ ପକ୍ଷରୁ ନୋଟିସ କରାଯାଇ ତାଙ୍କ ଓକିଲାତି ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ନୟାଗଡ଼ ବାର କାଉନସିଲ ସଭାପତି ରଣଜିତ ଦାସ ନାମକ ଜଣେ ଆଇନଜୀବୀଙ୍କ ଅଭିଯୋଗକୁ ଆଧାର କରି ଏହି ନୋଟିସ୍‌ ଜାରି କରାଯାଇଛି। ରଣଜିତ ଅଭିଯୋଗ କରିଥିଲେ ଯେ ୧୯୯୬ ମସିହାରେ ଅରୁଣ ଓକିଲାତି ପାଇଁ ଷ୍ଟେଟ୍‌ ବାର କାଉନସିଲ ପକ୍ଷରୁ ଲାଇସେନ୍ସ ପାଇଥିଲେ। ୨୦୧୨ରେ ସେ ମନ୍ତ୍ରୀ […]

arun shaoo

arun shaoo

Rakesh Mallick
  • Published: Friday, 01 July 2016
  • Updated: 01 July 2016, 08:15 PM IST

Sports

Latest News

arun shaooଭୁବନେଶ୍ୱର: ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟ ବାର କାଉନସିଲ ସଚିବଙ୍କ ପକ୍ଷରୁ ନୋଟିସ କରାଯାଇ ତାଙ୍କ ଓକିଲାତି ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ନୟାଗଡ଼ ବାର କାଉନସିଲ ସଭାପତି ରଣଜିତ ଦାସ ନାମକ ଜଣେ ଆଇନଜୀବୀଙ୍କ ଅଭିଯୋଗକୁ ଆଧାର କରି ଏହି ନୋଟିସ୍‌ ଜାରି କରାଯାଇଛି।

ରଣଜିତ ଅଭିଯୋଗ କରିଥିଲେ ଯେ ୧୯୯୬ ମସିହାରେ ଅରୁଣ ଓକିଲାତି ପାଇଁ ଷ୍ଟେଟ୍‌ ବାର କାଉନସିଲ ପକ୍ଷରୁ ଲାଇସେନ୍ସ ପାଇଥିଲେ। ୨୦୧୨ରେ ସେ ମନ୍ତ୍ରୀ ହେବା ପରେ ଏହାକୁ କାଉନସିଲ ନିକଟରେ ଦାଖଲ କରିବାର ଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସେ ତାଙ୍କ ଲାଇସେନ୍ସ ଦାଖଲ କରିନାହାନ୍ତି। ତେଣୁ ଅରୁଣଙ୍କ ଲାଇସେନ୍ସ ବାତିଲ କରିବାକୁ ରଣଜିତ ଆବେଦନ କରିଥିଲେ।

ରଣଜିତ କହିଛନ୍ତି, “ମନ୍ତ୍ରୀ ହେବା ପରେ ସେ ଲାଇସେନ୍ସ ସରେଣ୍ଡର କରିବା କଥା, ଯାହା ସେ କରିନାହାନ୍ତି। ଏହା ୧୯୬୧ ଆଡଭୋକେଟ୍‌ ଆକ୍ଟର ଧାରା ୩୫ର ଉଲ୍ଲଂଘନ କରୁଛି।”

ବରିଷ୍ଠ ଆଇନଜୀବୀ ସୁରେଶ ପୂଜାରୀ କହିଛନ୍ତି, “ଯେତେବେଳେ ଜଣେ ଓକିଲଙ୍କୁ ଅଫିସ ଅଫ ପ୍ରଫିଟ୍‌ ପଦ ମିଳେ ସେ ସମୟରେ ସେ ସାମୟିକ ଭାବେ ଲାଇସେନ୍ସ ସରେଣ୍ଡର କରିଦେବା କଥା। ଅରୁଣ ସାହୁ ଯେହେତୁ ଲାଇସେନ୍ସ ସରେଣ୍ଡର କରି ନାହାନ୍ତି, ବାର କାଉନସିଲ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମୁଁ ଭାବୁଛି।”

ଏହାକୁ ନେଇ ରାଜନୀତି ବି ସରଗରମ ହୋଇଛି। ଆଇନମନ୍ତ୍ରୀ ନିଜେ ଆଇନ ଭାଙ୍ଗି ଥିବାରୁ ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି।

ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଓଡ଼ିଶାର ଆଇନମନ୍ତ୍ରୀଙ୍କ ଦାୟିତ୍ୱ ହେଉଛି ଆଇନର ରକ୍ଷା କରିବା। ହେଲେ ଅରୁଣ ସାହୁ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି। ସେ ଆଇନମନ୍ତ୍ରୀ ହେବାର ବହୁ ଆଗରୁ ଆଡଭୋକେଟ୍ ଆକ୍ଟ ତିଆରି ହୋଇଛି। ଓଡ଼ିଶାବାସୀ ଏବେ ଚାହିଁ ବସିଛନ୍ତି ମୁଖ୍ୟମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ।”

ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଆଇନ ମନ୍ତ୍ରୀଙ୍କୁ ସମାଲୋଚନା କରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସେ ତାଙକ ଓକିଲାତି ଲାଇସେନ୍ସକୁ ସରେଣ୍ଡର କରିବା କଥା। ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ସେ ଓକିଲ ରହିପାରିବେ ନାହିଁ କି ଓକିଲାତି କରିପାରେବେ ନାହିଁ।”

ଏ ସମ୍ପର୍କରେ ଆଇନ ମନ୍ତ୍ରୀ ହିଁ ସ୍ପଷ୍ଟୀକରଣ ଦେଇ ପାରିବେ ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story