ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଥିଲେ କ’ଣ କରିବେ ?

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରୀରୁ କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ କରି ଦେଇଛନ୍ତି। କଳାଧନ ଓ ଜାଲ୍‌ ନୋଟ୍‌ କାରବାର ରୋକିବାକୁ ଏହା ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଛନ୍ତି। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଘୋଷଣା ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ପାଖରେ ପୁରୁଣା ନୋଟ୍‌ ଥିଲେ ଏହାକୁ କିପରି […]

note

note

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 10:41 AM IST

Sports

Latest News

note

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରୀରୁ କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ କରି ଦେଇଛନ୍ତି। କଳାଧନ ଓ ଜାଲ୍‌ ନୋଟ୍‌ କାରବାର ରୋକିବାକୁ ଏହା ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଛନ୍ତି। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ଘୋଷଣା ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ପାଖରେ ପୁରୁଣା ନୋଟ୍‌ ଥିଲେ ଏହାକୁ କିପରି ବ୍ୟବହାର କରିବେ ଓ ବଦଳାଇବେ ସେ ନେଇ ଆରବିଆଇ ପକ୍ଷରୁ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆପଣଙ୍କ ପାଖରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଥିଲେ ନଭେମ୍ବର ୧୦ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କିମ୍ବା ଡାକଘରେ ବଦଳାଇ ପାରିବେ। ଟଙ୍କା ଜମା କରିବା ସମୟରେ ଆଧାରକାର୍ଡ କିମ୍ବା ପାନ୍‌କାର୍ଡ ଦେଖାଇବାକୁ ପଡ଼ିବ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ପାଇଁ କୌଣସି ସୀମା ନାହିଁ। ତେବେ କେୱାଇସିରେ କୌଣସି ଅସୁବିଧା ଥିଲେ ସର୍ବାଧିକ ୫୦,୦୦୦ ଟଙ୍କା ଜମା କରି ପାରିବେ। ଏହାସହ ୨୦୧୭ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆରବିଆଇରେ ସିଧାସଳଖ ଟଙ୍କା ଜମାକରି ହେବ।

ବ୍ୟାଙ୍କ କିମ୍ବା ଡାକଘରେ ଅତିବେଶୀରେ ୪ ହଜାର ଟଙ୍କା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳା ଯାଇପାରିବ। ସରକାର ୧୫ ଦିନ ପରେ ସରକାର ଏହି ନିୟମରର ପୁନର୍ବିଚାର କରିବେ।

ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏଟିଏମ୍‌ରୁ ଦିନକୁ ଅତିବେଶୀରେ ୨୦୦୦ ଟଙ୍କା ଉଠାଇ ହେବ। ୧୯ ତାରିଖଠାରୁ ୪୦୦୦ ଟଙ୍କା ଉଠାଇ ହେବ।

ଚେକ୍‌, ଡିମାଣ୍ଡ ଡ୍ରାଫ୍ଟ, ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ, ଅନଲାଇନ ବ୍ୟାଙ୍କିଂ, ନନ୍‌ କ୍ୟାସ୍‌ ପେମେଣ୍ଟ ଉପରେ ଏହି କଟକଣା ଲାଗୁ କରାଯାଇନାହିଁ।

ନଭେମ୍ବର ୨୪ ତାରିଖ ମଧ୍ୟରେ ବ୍ୟାଙ୍କରୁ ଦିନକୁ ୧୦,୦୦୦ ଓ ସପ୍ତାହକୁ ୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ହେବ।

ବିଦେଶୀ ପର୍ଯ୍ୟଟକମାନେ ବିମାନବନ୍ଦରରେ ଟଙ୍କା ବଦଳାଇବାର ବ୍ୟବସ୍ଥା କରାଯାଇଛି।

ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ନଭେମ୍ବର ୧୦ ତାରିଖରୁ ପ୍ରଚଳନ କରିବାକୁ ଯାଉଛନ୍ତି। ଆରବିଆଇ ପକ୍ଷରୁ ଗତକାଲି ଏହାର ଡିଜାଇନ ପ୍ରଦର୍ଶନ କରାଯାଇଛି। ନୂଆ ୫୦୦ ଟଙ୍କିଆ ନୋଟ୍‌ର ଗୋଟିଏ ପଟେ ମହାତ୍ମାଗାନ୍ଧୀ ଏବଂ ଅନ୍ୟପଟେ ଲାଲକିଲ୍ଲାର ଫଟୋଚିତ୍ର ରହିବ। ସେହିପରି ପ୍ରଥମଥର ପାଇଁ ପ୍ରଚଳିତ ହେବାକୁ ଥିବା ୨୦୦୦ ଟଙ୍କିଆ ନୋଟ୍‌ର ଗୋଟିଏ ପଟେ ମହାତ୍ମାଗାନ୍ଧୀ ଓ ଅନ୍ୟପଟେ ମଙ୍ଗଳଯାନର ଫଟୋଚିତ୍ର ରହିବ।


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos