ବିଜେଡିକୁ ଫେରିବେ ପୁରୁଣା ନେତା!, ସଂକେତ ଦେଲେ ନବୀନ

ଭୁବନେଶ୍ୱର: ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରିପାରନ୍ତି। ଆଜି ଏହି ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଛାଡ଼ିଥିବା ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଛନ୍ତି। ତେବେ ଏ ନେଇ ଜଣ ଜଣ କରି ପ୍ରସଙ୍ଗର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାଓ୍ୱାରି ଚାଲିଥିବା ସମୀକ୍ଷା ବୈଠକ ଅବସରରେ ନବୀନ […]

naveen

naveen

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 08:32 PM IST

ଭୁବନେଶ୍ୱର: ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରିପାରନ୍ତି। ଆଜି ଏହି ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଛାଡ଼ିଥିବା ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଛନ୍ତି। ତେବେ ଏ ନେଇ ଜଣ ଜଣ କରି ପ୍ରସଙ୍ଗର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାଓ୍ୱାରି ଚାଲିଥିବା ସମୀକ୍ଷା ବୈଠକ ଅବସରରେ ନବୀନ ଏହି ସୂଚନା ଦେଇଛନ୍ତି।

ନବୀନଙ୍କ ଏହି ଧାଡିକିଆ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ନବୀନଙ୍କ କଥାକୁ ଆଉଟିକେ ସ୍ପଷ୍ଟ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମଦୋର ରାଉତ। ଦଳଠାରୁ ଯେଉଁମାନେ ଦୂରେଇ ଯାଇଛନ୍ତି ସେମାନଙ୍କୁ ଫେରେଇବାର ଯୋଜନା ଅଛି। ଚର୍ଚ୍ଚା ହେଉଛି ସେମାନଙ୍କ ଭିତରେ ଦିଲୀପ ରାୟ ଓ ବିଜୟ ମହାପତ୍ର, ପ୍ରଫୁଲ୍ଲ ଘଡେଇ, ରଘୁନାଥ ମହାନ୍ତି ଓ ପଞ୍ଚାନନ କାନୁନଗୋ ପ୍ରମୁଖ ଅଛନ୍ତି। ସେହିପରି ଯେଉଁମାନଙ୍କର ନିଜ ନିର୍ବାଚନମଣ୍ଡଳୀରେ ପ୍ରଭାବ ରହିଛି ସେମାନଙ୍କୁ ବି ଦଳକୁ ଫେରେଇବାକୁ ଚର୍ଚ୍ଚା ହେଉଛି।

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି,“ବିଭିନ୍ନ କାରଣରୁ ପ୍ରଫୁଲ୍ଲ ଘଡେଇ, ବିଜୟ ମହାପାତ୍ର, ଦିଲୀପ ରାୟ ପ୍ରମୁଖ ନେତା ଦଳରୁ ବାଦ୍ ପଡ଼ିଛନ୍ତି। ସେମାନେ ଫେରିଲେ ଦଳ ଅଧିକ ଶକ୍ତିଶାଳୀ ଓ ରୁଦ୍ଧିମନ୍ତ ହେବ।”

ବିଜେଡି ଛାଡ଼ିଥିବା ପ୍ରଫୁଲ୍ଲ ଘଡେଇ କହିଛନ୍ତି,“ଭୁଲ ବୁଝାମଣା ଓ ପରାମର୍ଶ ଯୋଗୁଁ ଦଳଠାରୁ ଦୂରେଇ ରହିଛି। ମୁଁ ଏବେ ମଧ୍ୟ ଦଳରେ ରହିଛି ଓ ଦଳ ପାଇଁ କାମ କରୁଛି। ଯଦି ଅଧିକ କାମ କରିବାକୁ ଦଳ ସୁଯୋଗ ଦେବ ମୁଁ କରିବାକୁ ପ୍ରସ୍ତୁତ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos