କଟକରେ ଏନକାଉଣ୍ଟର: ଅପରାଧୀ ଖୋକନ ଆହତ

କଟକ: କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ଅପରାଧୀ ଖୋକନ ଓରଫ ପିନାକି ବାରିକ। ଆଜି ଭୋରରୁ ଲିଙ୍କରୋଡ୍ ଅଞ୍ଚଳରେ ବୋମାମାଡ଼ ପାଇଁ ଖୋକନ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ  ଖବର ପାଇଥିଲା ବାଦାମବାଡ଼ି ପୋଲିସ। ଲିଙ୍କ୍‌ ରୋଡ ନିକଟ ସନ୍ତୋଷ ପେଟ୍ରୋଲ ପମ୍ପ ନିକଟରେ ଖୋକନ ଥିବା ଜାଣି ପୋଲିସ ସେଠାକୁ ଯାଇଥିବା ବେଳେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଖୋକନ।  ପରେ ପୋଲିସ ପକ୍ଷରୁ ପାଲଟା ଗୁଳିରେ ଖୋକନ ଆହତ […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 07:43 AM IST

Sports

Latest News

କଟକ: କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ଅପରାଧୀ ଖୋକନ ଓରଫ ପିନାକି ବାରିକ। ଆଜି ଭୋରରୁ ଲିଙ୍କରୋଡ୍ ଅଞ୍ଚଳରେ ବୋମାମାଡ଼ ପାଇଁ ଖୋକନ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ  ଖବର ପାଇଥିଲା ବାଦାମବାଡ଼ି ପୋଲିସ। ଲିଙ୍କ୍‌ ରୋଡ ନିକଟ ସନ୍ତୋଷ ପେଟ୍ରୋଲ ପମ୍ପ ନିକଟରେ ଖୋକନ ଥିବା ଜାଣି ପୋଲିସ ସେଠାକୁ ଯାଇଥିବା ବେଳେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଖୋକନ।  ପରେ ପୋଲିସ ପକ୍ଷରୁ ପାଲଟା ଗୁଳିରେ ଖୋକନ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।  ପୋଲିସ ଖୋକନକୁ କାବୁ କରିବା ପରେ ଏସସିବିରେ ଭର୍ତ୍ତି କରିଛି।

ଖୋକନ ବାଦାମବାଡ଼ି ସିରିଜ୍  ବୋମା ବିସ୍ଫୋରଣ ଘଟାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି। ତା’ ବିରୋଧରେ କଟକର ବିଭିନ୍ନ ଥାନାରେ  ଏକାଧିକ ବୋମାମାଡ଼ ଓ ଅନ୍ୟାନ୍ୟ ଅପରାଧ ମାମଲା ରହିଥିବା ପୋଲିସ କହିଛି। ଗୁଳି ବିନିମୟରେ  ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos