ବୋଲ ମାନିଲାନି ପ୍ଲସ-୩ ଝିଅ: ଫେକ୍‌ ଆଇଡି କରି ଅଶ୍ଲୀଳ ମେସେଜ୍‌ ଛାଡ଼ିଲା ପ୍ଲସ୍‌-୨ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖବର ଆଦାନ ପ୍ରଦାନର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ମାତ୍ର କେତେକ ଖଳ ପ୍ରକୃତିର ଲୋକଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ଆଜି ବଦ୍‌ନାମ ହେବାରେ ଲାଗିଛି। ଏଥିରେ ଶିକାର ହେଉଛନ୍ତି ନାବାଳିକା, ଯୁବତୀ ଓ ମହିଳା। ସେମାନଙ୍କ ଜୀବନ ସହିତ କଦର୍ଯ୍ୟ ଖେଳ ଖେଳି ଖଳ ପ୍ରକୃତିର ଲୋକେ ସିଧାସଳଖ ସୋସିଆଲ ମିଡ଼ିଆରେ ଛାଡ଼ି ଦେଉଛନ୍ତି। ଯାହା ଭାଇରାଲ ହୋଇଯାଉଛି। ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ପ୍ରେମ ନିବେଦନକୁ […]

one-sided-love-story-in-bbsr

one-sided-love-story-in-bbsr

Rakesh Mallick
  • Published: Monday, 20 November 2017
  • Updated: 20 November 2017, 07:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖବର ଆଦାନ ପ୍ରଦାନର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ମାତ୍ର କେତେକ ଖଳ ପ୍ରକୃତିର ଲୋକଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ଆଜି ବଦ୍‌ନାମ ହେବାରେ ଲାଗିଛି। ଏଥିରେ ଶିକାର ହେଉଛନ୍ତି ନାବାଳିକା, ଯୁବତୀ ଓ ମହିଳା। ସେମାନଙ୍କ ଜୀବନ ସହିତ କଦର୍ଯ୍ୟ ଖେଳ ଖେଳି ଖଳ ପ୍ରକୃତିର ଲୋକେ ସିଧାସଳଖ ସୋସିଆଲ ମିଡ଼ିଆରେ ଛାଡ଼ି ଦେଉଛନ୍ତି। ଯାହା ଭାଇରାଲ ହୋଇଯାଉଛି। ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିବାକୁ ଫେସବୁକ୍‌ରେ ଅଶ୍ଲୀଳ ମେସେଜ ପଠାଇଲା ଏକ ତରଫା ପ୍ରେମ ନିବେଦନ କରୁଥିବା ପ୍ରେମିକ।

ନୟାପଲ୍ଲୀ ଅଞ୍ଚଳ ଏକ କଲେଜରେ ଛାତ୍ରୀ ଜଣକ ଯୁକ୍ତ ୩ ପ୍ରଥମ ବର୍ଷ ପାଠ ପଢ଼ନ୍ତି। ତାଙ୍କୁ ଏକ ତରଫା ଭଲ ପାଉଥିଲେ ସେହି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ର। ପ୍ରଥମେ ପ୍ରେମିକ ପ୍ରବର ପ୍ରେମ ନିବେଦନ କରିଥିଲେ। ମାତ୍ର ଛାତ୍ରୀ ଜଣ ରାଜି ନହେବାରୁ ପ୍ରେମିକ ପ୍ରବର ଫେକ୍‌ ଆଇଡି ଖୋଲି ଅଶ୍ଲୀଳ ମେସେଜ ପଠାଇଲେ। ଏନେଇ ଛାତ୍ରୀଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଶ୍ଳୀଳ ମେସେଜ ଗୁଡ଼ିକୁ ଜବତ କରିଥିଲା। ପରେ ନାବାଳକ ପ୍ରେମିକ ପ୍ରବରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos