ପୋଲାଭରମ ଓ ମହାନଦୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନର ଦିନ ହଟ୍ଟଗୋଳ ମଧ୍ୟରେ ବନ୍ଦ ହୋଇଛି। ମହାନଦୀ ଓ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡି ବିଧାୟକମାନେ ଆଜି ଗୃହରେ ପ୍ରବଳ ହଟ୍ଟଗୋଲ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୩ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି। ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ବିଜେଡି ବିଧାୟକମାନେ ମହାନଦୀ ଓ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ […]

bjd2

bjd2

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 08:57 PM IST

bjd2ଭୁବନେଶ୍ୱର: ଆଜି ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନର ଦିନ ହଟ୍ଟଗୋଳ ମଧ୍ୟରେ ବନ୍ଦ ହୋଇଛି। ମହାନଦୀ ଓ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡି ବିଧାୟକମାନେ ଆଜି ଗୃହରେ ପ୍ରବଳ ହଟ୍ଟଗୋଲ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୩ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।

ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ବିଜେଡି ବିଧାୟକମାନେ ମହାନଦୀ ଓ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ କରିଦେଇଥିଲେ।

ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି। ନିଜେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଗୃହରେ ମାନିଥିଲେ ସିଡବ୍ଲ୍ୟୁସିର ବିନା ଅନୁମତିରେ  କରାଯାଉଛି। ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ଦାବିପତ୍ର ଦେଇ ଏହି ବେଆଇନ କାମ ବନ୍ଦ କରିବାକୁ ଜଣାଇଛୁ।”

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି,“ପୋଲାଭରମ୍‌ ପ୍ରକଳ୍ପ ହେଲେ ଓଡ଼ିଶାର ବହୁ ଗାଁ ବୁଡିଯିବ ଓ ଜଙ୍ଗଲ ଜମି କ୍ଷତିଗ୍ରସ୍ଥ ହେବ। ଏହାର ସୁରକ୍ଷା ପ୍ରଦାନ ପାଇଁ ଆମେ ଦାବିପତ୍ରରେ ଜଣାଇଛୁ।”

୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସ୍ଥିତି ନ ସୁଧିରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି।

ଆଜି ମୌସୁମୀ ଅଧିବେଶନ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ବେଳେ ବିଜେଡି ବିଧାୟକ ବ୍ୟମୋକେଶ ରାୟ ଓ ଅନ୍ୟ ବିଧାୟକମାନେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଜାତୀୟ ସଙ୍ଗୀତ ଗାନ ସରିବା ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ପ୍ରଶ୍ନ କାଳ ବାତିଲ, ମହାନଦୀ ଓ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ପାଇଁ ମୁଁ ମୋସନ୍‌ ମାଗିଥିଲି। ଏପରିକି ମୁଁ ଛିଡ଼ା ହୋଇ ବାଚସ୍ପତିଙ୍କୁ ଅନୁମତି ମାଗିଥିଲି। ମାତ୍ର ସେ ମୋତେ ସୁଯୋଗ ନ ଦେଇ ପରୋକ୍ଷରେ ଶାସକ ଦଳର ବିଧାୟକମାନଙ୍କୁ ଗୃହରେ ହଟ୍ଟଗୋଳ କରିବାକୁ ଅନୁମତି ଦେଇଥିଲେ। ଏହା ଯୋଜନାବଦ୍ଧ କାର୍ଯ୍ୟକ୍ରମ ବୋଲି ଜଣାପଡ଼ୁଥିଲା। ଏବେ ବିଧାନସଭା ଆଉ ନୀତି ନିୟମରେ ଚାଲୁନାହିଁ। ବାଚସ୍ପତି ତାଙ୍କର ନିରପେକ୍ଷତା ହରାଇ ବସିଛନ୍ତି। ଏହା ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ବିପଦ।”

ସେ ଆହୁରି କହିଛନ୍ତି, “ଗୃହରେ ଜାତୀୟ ସଙ୍ଗୀତ ଗାନ ବେଳେ ବିଜେଡି ବିଧାୟକମାନେ ହୋହଲ୍ଲା କରିଥିଲେ, ଯାହାକି ଜାତୀୟ ସଙ୍ଗୀତ ପ୍ରତି ଅପମାନ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ୱିଧାନର ଆଇନ୍‌କୁ ଉଲ୍ଲଘଂନ କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ବିଧାୟକମାନେ ଜାତୀୟ ସଙ୍ଗୀତକୁ ଅପମାନ କରିଛନ୍ତି। ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ଯେ ଜାତୀୟ ସଂଗୀତ ବୋଲା ସରିବା ପରେ ବାଚସ୍ପତି ଶାସକ ଦଳ ବିଧାୟକଙ୍କୁ ତାଗିଦ୍‌ ମଧ୍ୟ କଲେନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା, ଏହା ଦ୍ୱାରା ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଜାତୀୟ ସଙ୍ଗୀତକୁ ଅବମାନନା କଲେ। ଓଡ଼ିଶା ବିଧାନସଭାରେ କେବେ ଏପରି ଘଟଣା ଘଟି ନ ଥିଲା। ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ବିଧାନସଭାକୁ ସେମାନେ ନିଜେ ଅଚଳ କରିଦେଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଜେଡି କେବଳ ନାଟକବାଜୀ କରୁଛନ୍ତି।”

ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କର ସଂଘୀୟ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ପୂର୍ବରୁ ୟୁପିଏ ସରକାର ପୋଲାଭରମ୍‌କୁ ପରିବେଶ ମଞ୍ଜୁର ଦେଇଥିଲେ। ଆମେ ଭାବିଥିଲୁ ଭାରତବର୍ଷରେ ଗୋଟିଏ ନୂଆ ସରକାର ଆସିଲା ଆମ ଦାବି ଶୁଣିବେ। କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ସରକାର ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ଘୋଷଣା କଲେ ଓ ଶତପ୍ରତିଶତ ଆର୍ଥିକ ସହାୟତା ଦେବାକୁ ଘୋଷଣା କଲେ। ଓଡ଼ିଶା ପ୍ରତି ଏହି  କ୍ରମାଗତ ଅବିଚାର ପ୍ରତିବାଦରେ ଆମେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ।”

ବିଧାୟକ ନୃସିଂହ ସାହୁ କହିଛନ୍ତି, “ ଆଜି ଗୃହରେ  ଜାତୀୟ ସଙ୍ଗୀତ ବୋଲା ଯିବ ବୋଲି ବୋଧେ କିଛି ବିଜେଡି ବିଧାୟକମାନେ ଜାଣି ନ ଥିଲେ। ସେଥିପାଇଁ ହୁଏତ ସେମାନେ ହୋ-ହଲ୍ଲା କରିଥିଲେ। ପରେ ସେମାନେ ଜାତୀୟ ସଙ୍ଗୀତକୁ ସମ୍ମାନ ଦେଇଛନ୍ତି। ଏପରି ଘଟଣା ଅଜାଣତରେ ହେଲା ବୋଲି ମୁଁ ଭାବୁଛି। ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ବିଧାୟକମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି ।”

ଜାତୀୟ ସଙ୍ଗୀତ ଗାନ ବେଳେ ବିଜେଡି ବିଧାୟକଙ୍କ ସ୍ଲୋଗାନ ଓ ନାରାବାଜି ପ୍ରସଙ୍ଗରେ ବିର୍‌ଧୀ ଅଭିଯୋଗ କରିବା ପରେ ବିଜେଡି ପକ୍ଷରୁ କ୍ଷମା ମଗା ଯାଇଛି। ବିଧାୟକଙ୍କ ଏପରି ଆଚରଣ ଠିକ୍‌ ନୁହଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ।

ଅନ୍ୟପକ୍ଷରେ ଗୋଟିଏ ଦିନ ଗୃହକାର୍ଯ୍ୟ ହୋଇପାରି ନ ଥିବାରୁ ନୋ ପେ, ନୋ ୱାର୍କ ନ୍ୟାୟରେ ବିଜେଡି ବିଧାୟକ ଓ ବାଚସ୍ପତିଙ୍କ ଦରମା କାଟ ହେଉ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story