ବମିଖାଲ ବ୍ରିଜ୍ ଭୁଶୁଡ଼ିବା ମାମଲା: ଠିକାଦାର ପ୍ରତାପ ପଣ୍ଡାଙ୍କୁ ଜାମିନ
ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ଓଭର ବ୍ରିଜ୍ ଭୁଶୁଡ଼ିବା ମାମଲାରେ ଠିକାଦାର ପ୍ରତାପ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟର ନିର୍ଦ୍ଦେଶକ ହେଉଛନ୍ତି ପ୍ରତାପ ପଣ୍ଡା। ତେବେ ସର୍ତ୍ତ ସ୍ଥିର କରିବାକୁ ନିମ୍ନ ଅଦାଲତଙ୍କୁ କହିଛନ୍ତି ହାଇକୋର୍ଟ। ପ୍ରତାପ ପଣ୍ଡାଙ୍କ ଓକିଲ ଧରଣୀଧର ନାୟକ ଏ ନେଇ ସୂଚନା ଦେଇଛନ୍ତି।
ଗତ ଚାରି ଦିନ ତଳେ ପ୍ରକଳ୍ପ ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରୁ ଜାମିନ ମିଳିଥିଲା।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ଓଭର ବ୍ରିଜ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।