ଓଆରଭି ଆଇନ କାର୍ଯ୍ୟକାରୀ ଦାବି, ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଧାୟକ

ଭୁବନେଶ୍ୱର: ଓଆର୍‌ଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନ କରୁଥିବା ବିଧାୟକ ଓ ବିଧାନସଭା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ଧସ୍ତାଧସ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ ଉଦ୍ୟମ ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଧା ଦେଇଥିଲେ ପରେ ଆନ୍ଦୋଳନରତ ବିଧାୟକଙ୍କୁ ଧାରଣାସ୍ଥଳରୁ ଜବରଦସ୍ତ ଉଠାଇ ନେଇଥିଲେ ସୁରକ୍ଷାକର୍ମୀ। ତେବେ ବିଧାୟକମାନେ ପୁଣି ବାଚସ୍ପତିଙ୍କ ପ୍ରକୋଷ୍ଠ ଆଗରେ ଯାଇ ଧାରଣାରେ ବସିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତାଙ୍କ ହସ୍ତକ୍ଷେପ ପରେ ବିଧାୟକମାନେ ସେଠାରୁ ଉଠି […]

andolan

andolan

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 05:00 PM IST

Sports

Latest News

assemblyଭୁବନେଶ୍ୱର: ଓଆର୍‌ଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନ କରୁଥିବା ବିଧାୟକ ଓ ବିଧାନସଭା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ଧସ୍ତାଧସ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ଅବରୋଧ ଉଦ୍ୟମ ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଧା ଦେଇଥିଲେ ପରେ ଆନ୍ଦୋଳନରତ ବିଧାୟକଙ୍କୁ ଧାରଣାସ୍ଥଳରୁ ଜବରଦସ୍ତ ଉଠାଇ ନେଇଥିଲେ ସୁରକ୍ଷାକର୍ମୀ। ତେବେ ବିଧାୟକମାନେ ପୁଣି ବାଚସ୍ପତିଙ୍କ ପ୍ରକୋଷ୍ଠ ଆଗରେ ଯାଇ ଧାରଣାରେ ବସିଥିଲେ। ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତାଙ୍କ ହସ୍ତକ୍ଷେପ ପରେ ବିଧାୟକମାନେ ସେଠାରୁ ଉଠି ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ।

ସରକାରୀ ଦଳର ମୁଖ୍ୟସଚେତକ ଅନନ୍ତ ଦାଶ କହିଛନ୍ତି, “ବାରମ୍ୱାର ବାଚସ୍ପତି କହିଛନ୍ତି ବିଧାନସଭା ମଧ୍ୟରେ କୌଣସି ଅନଶନ ହୋଇପାରିବ ନାହିଁ। ଯାହା କିଛି ଆଲୋଚନା କରିବାର ଅଛି ବିଧାନସଭା ଭିତରେ କରାଯାଇ ପାରିବ।”

ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି, “ଗଣତନ୍ତ୍ରକୁ ମୁଖ୍ୟମନ୍ତ୍ରୀ ହତ୍ୟା କରିଛନ୍ତି।  ଗଣତନ୍ତ୍ର ରାଷ୍ଟ୍ରରେ ଧର୍ମଘଟ, ଆମରଣ ଅନଶନ କରିବାର ଅଧିକାର ରହିଛି। ଏସ୍‌ଟି.ଏସ୍‌ସି ବିଧାୟକମାନେ ଗତକାଲିଠାରୁ ଧାରଣାରେ ବସିଛନ୍ତି, ସେମାନଙ୍କ ଦାବି ଉପରେ ସରକାର ଆଲୋଚନା ନ କରି  ବଳ ପ୍ରୟୋଗ କରି ସେମାନଙ୍କୁ ଧାରଣାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ଜନତା ଦଳର ବିଧାୟକମାନେ ଦାବିପତ୍ର ଅନୁସାରେ ଧାରଣା ଦେବାକୁ କହିଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ ଏହି ବିଧାୟକମାନେ ଆମରଣ ଅନଶନରେ ଯୋଗ ଦେଲେ ନାହିଁ। ଆଜି ଏହି ବିଧାୟକମାନେ ଧାରଣାରେ ବସିଥିବା ବିଧାୟକମାନଙ୍କୁ ବିରୋଧ କରୁଛନ୍ତି।”

ଗତକାଲିଠାରୁ ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ପୁଣି ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି ବିଧାୟକ। ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉ ନ ଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି।

ଗତ ସପ୍ତାହରେ ମଧ୍ୟ ସମାନ ଦାବି ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଧାନସଭାର କର୍ମକର୍ତ୍ତା ବନ୍ଧୁମାନେ ଇତିହାସ ସୃଷ୍ଟି କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ବିଧାୟକମାନଙ୍କ ଉପରେ ବଳ ପ୍ରୟୋଗ ନିନ୍ଦନୀୟ। ଏହା ମାନବିକ ଅଧିକାର କ୍ଷୁର୍ଣ୍ଣ କରୁଛି। ମୁଁ ଏପରି ଘଟଣାକୁ ନିନ୍ଦା କରୁଛି।”

କଂଗ୍ରେସ ବିଧାୟକ ଭୁଜବଳ ମାଝି କହିଛନ୍ତି, “ଏ ସରକାର ସମସ୍ତଙ୍କ ଉପରେ ବଳ ପ୍ରୟୋଗ କରି ଚୁପ କରିଦେବାକୁ ଚାହୁଁଛନ୍ତି। ଜୋରଜବରଦସ୍ତ ଆମକୁ ହଟାଯିବା ବେଳେ ମୋ ମୁଣ୍ଡରେ ଆଘାତ ଲାଗିଛି।”

ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଓ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କ ବହିଷ୍କାର ଦାବିରେ ହଟ୍ଟଗୋଳ କରିଥିଲେ। ଫଳରେ ବିଧାନସଭାକୁ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ମୁଲତବି କରିଦେଇଥିଲେ। ଅପରାହ୍ନ ଅଧିବେଶନରେ ବି ହଟ୍ଟଗୋଳ ଲାଗି ରହିଥିଲା। ଗୃହ ୩ ଥର ମୁଲତବି ହେବା ପରେ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଏଥିରେ ଅଂଶଗ୍ରହଣ ନ କରି ବିରୋଧୀ କକ୍ଷ ତ୍ୟାଗ କରିଥିଲେ। ପରେ ବିରୋଧୀମାନେ ଆଲୋଚନାକୁ ନ ଆସିବାରୁ ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ରେ ପାରିତ ହୋଇଥିଲା।

ଗୃହରେ ଅଚଳାବସ୍ଥା ଲାଗି ରହିବାକୁ ନେଇ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେଇଛନ୍ତି। ଅନ୍ୟପକ୍ଷରେ ଗୃହ ସ୍ୱାଭାବିକ କରିବା ପାଇଁ ବିରୋଧୀ ଦଳ ନେତା ମିଶ୍ର ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।ଆଜିକୁ ମିଶାଇ ଗତ ୮ ଦିନ ହେଲା ଚିଟ୍‌ଫଣ୍ଡ୍ ଓ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆ ନ ଯିବା ପ୍ରସଙ୍ଗରେ ବିଧାନସଭା ଅଚଳାବସ୍ଥା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story