ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥାର ୩ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥାର ତିନି ଜଣ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ଏହାସହିତ ଜଣେ ଜମି ଦଲାଲଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାପଡ଼ିଛି। ତିନି ନିର୍ଦ୍ଦେଶକ ହେଉଛନ୍ତି କୀର୍ତ୍ତ ବସ୍ତିଆ, ଅବନୀ ପଟ୍ଟନାୟକ ଓ  ତାରା ପ୍ରସାଦ ହୋତା । ତାରା ପ୍ରସାଦ ସୁରଟ ଅଫିସର ନିର୍ଦ୍ଦେଶକ ଅଛନ୍ତି। ଏମାନେ ଗିରଫ ହେବା ପରେ ପ୍ରଭାସଙ୍କ ଅର୍ଥନୈତିକ କାରବାରର ଆହୁରି ଗୁମର ଫିଟିବା ନେଇ ଆଶା କରାଯାଉଛି। ଆଜି ପ୍ରଭାସ […]

oscar

oscar

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 09:12 AM IST

Sports

Latest News

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥାର ତିନି ଜଣ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ଏହାସହିତ ଜଣେ ଜମି ଦଲାଲଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାପଡ଼ିଛି। ତିନି ନିର୍ଦ୍ଦେଶକ ହେଉଛନ୍ତି କୀର୍ତ୍ତ ବସ୍ତିଆ, ଅବନୀ ପଟ୍ଟନାୟକ ଓ  ତାରା ପ୍ରସାଦ ହୋତା । ତାରା ପ୍ରସାଦ ସୁରଟ ଅଫିସର ନିର୍ଦ୍ଦେଶକ ଅଛନ୍ତି। ଏମାନେ ଗିରଫ ହେବା ପରେ ପ୍ରଭାସଙ୍କ ଅର୍ଥନୈତିକ କାରବାରର ଆହୁରି ଗୁମର ଫିଟିବା ନେଇ ଆଶା କରାଯାଉଛି।

ଆଜି ପ୍ରଭାସ ରାଉତଙ୍କ ରିମାଣ୍ଡ ଅବଧି ସରୁଛି। ଅଧିକ ପଚରାଉଚରା ପାଇଁ ତାଙ୍କୁ ଆଉ ସାତଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇପାରେ। ପ୍ରଭାସଙ୍କୁ ପୁଣି ରିମାଣ୍ଡରେ ଆଣିବା ପରେ  ଗିରଫ ତିନି ନିର୍ଦ୍ଦେଶକଙ୍କ ସହ ମିଳିତ ଭାବେ କ୍ରାଇମବ୍ରାଞ୍ଚ ଜେରା କରିପାରେ।

ଗତକାଲି ପ୍ରଭାସ ରାଉତଙ୍କୁ  କ୍ରାଇମବ୍ରାଞ୍ଚର ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା ଜେରା କରିଥିଲେ। ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପ୍ରଭାସଙ୍କ ଆଉ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ପୂର୍ବରୁ ୬୦ ଲକ୍ଷ ବ୍ୟାଙ୍କ ଜମା ଠାବ କରାଯାଇଥିଲା। ଗୁଜରାଟରେ ପ୍ରଭାସଙ୍କ ନାଁରେ ତିନୋଟି ମାମଲା ରହିଛି। ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଗୁଜରାଟ ଯାଇ ଏହାର ତଦନ୍ତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos