ଓସ୍କାର ଚିଟଫଣ୍ଡ ମାମଲା: କାପ୍ରୋଦା କାର୍ଯ୍ୟାଳୟ ପାଲଟିଛି ଡାଇମଣ୍ଡ ଫ୍ୟାକ୍ଟ୍ରି

ସୁରତ: ଓସ୍କାର ଲିଙ୍କ ନେଇ ବୁଧବାର ସୁରତରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଏକ ଟିମ୍‌। ଖୋଳତାଡ ବେଳେ ସୁରତରେ ଓସ୍କାରର କାପ୍ରୋଦା ଅଞ୍ଚଳରେ ଥିବା ଏକ ଅଫିସ୍‌ରେ ଏବେ ଡାଇମଣ୍ଡ ଫ୍ୟାକ୍ଟ୍ରି ଚାଲିଥିବା ଜଣାପଡିଛି। ଏହି ଅଫିସ୍‌ରେ ହୀରା ପଲିସ୍‌ କାମ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ସମ୍ପୃକ୍ତ ହୀରା ପଲିସ କମ୍ପାନୀ ଓସ୍କାରର ଏହି କାର୍ଯ୍ୟାଳୟକୁ ୨୦୧୬ ମାର୍ଚ୍ଚ ମାସରେ କିଣିଥିବା ଜଣାପଡିଛି। ୨୦୧୬ ଫେବୃଆରୀ ମାସରେ ସୁରତରେ ଥିବା ଏହି କାର୍ଯ୍ୟାଳୟରେ ତାଲା […]

oscar chit fond and daimond factory

oscar chit fond and daimond factory

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 12:57 PM IST

Sports

Latest News

oscar chit fond and daimond factory-2ସୁରତ: ଓସ୍କାର ଲିଙ୍କ ନେଇ ବୁଧବାର ସୁରତରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଏକ ଟିମ୍‌। ଖୋଳତାଡ ବେଳେ ସୁରତରେ ଓସ୍କାରର କାପ୍ରୋଦା ଅଞ୍ଚଳରେ ଥିବା ଏକ ଅଫିସ୍‌ରେ ଏବେ ଡାଇମଣ୍ଡ ଫ୍ୟାକ୍ଟ୍ରି ଚାଲିଥିବା ଜଣାପଡିଛି। ଏହି ଅଫିସ୍‌ରେ ହୀରା ପଲିସ୍‌ କାମ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ସମ୍ପୃକ୍ତ ହୀରା ପଲିସ କମ୍ପାନୀ ଓସ୍କାରର ଏହି କାର୍ଯ୍ୟାଳୟକୁ ୨୦୧୬ ମାର୍ଚ୍ଚ ମାସରେ କିଣିଥିବା ଜଣାପଡିଛି।

୨୦୧୬ ଫେବୃଆରୀ ମାସରେ ସୁରତରେ ଥିବା ଏହି କାର୍ଯ୍ୟାଳୟରେ ତାଲା ଝୁଲିବାର ମାସକ ପରେ ଏହାକୁ ହୀରା ପଲିସ୍‌ କମ୍ପାନୀକୁ ବିକ୍ରି କରି ଦିଆଯାଇଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିପାରିଛି। ଯାଞ୍ଚବେଳେ ଦୀପକ୍‌ ଖେତ୍ରୀ ନାମକ ଜଣେ ବ୍ୟକ୍ତି ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଏହାକୁ ବିକ୍ରି କରିଥିବା ଜଣାପଡିଛି। କେବଳ ଏହି କାର୍ଯ୍ୟାଳୟ ନୁହେଁ ସୁରତରେ ଥିବା ଓସ୍କାରର ୧୯ଟି ସ୍ଥାନରେ ଥିବା ସମ୍ପତ୍ତି ମଧ୍ୟରୁ ଅଧିକାଂଶ ସମ୍ପତ୍ତିକୁ ଜାଲ୍‌ କାଗଜପତ୍ର ଜରିଆରେ ବିକ୍ରି କରିଥିବା ଜଣାପଡିଛି। ଏବେ କ୍ରାଇମ୍‌ବ୍ରାଞ୍ଚ ଦୀପକ୍‌ ଖେତ୍ରୀଙ୍କୁ ଖୋଜୁଛି।

ଏନେଇ ହୀରା ପଲିସ୍‌ କମ୍ପାନୀର ମାଲିକ ଗୋକୁଲ ଭାଇ ସୁଦାନୀ କହିଛନ୍ତି,“ଏହି କାର୍ଯ୍ୟାଳୟକୁ ୨୦୧୬ ମାର୍ଚ୍ଚ ମାସରେ ମୁଁ ମାୱା ଭାଇ(ଦୀପକ ଖେତ୍ରୀ) ନାମକ ଜଣେ ଲୋକଙ୍କଠାରୁ କିଣିଥିଲି। ତାଙ୍କଠାରୁ ଏହାର ବାକି କାଗଜ ପତ୍ର ମଧ୍ୟ ପାଇବାକୁ ଥିଲା। ତାଙ୍କ ନାଁରେ ଥିବା କାଗଜ ପତ୍ର ମତେ ଦେଇଛନ୍ତି। ମୁଁ ଜାଣି ନ ଥିଲି ଯେ ଏହି କାର୍ଯ୍ୟାଳୟ ଓସ୍କାର ଚିଟଫଣ୍ଡ ସଂସ୍ଥା ସହ ଜଡିତ ବୋଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story