ଓସ୍କାର ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ ପ୍ରଭାସ ରାଉତଙ୍କୁ ୫ ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ଓସ୍କାର ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ ପ୍ରଭାସ ରାଉତଙ୍କୁ ୫ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପୋଲିସ ଦିଲ୍ଲୀରୁ ଗିରଫ କରି ରିମାଣ୍ଡରେ ଓଡ଼ିଶା ଆଣିଥିଲା। ଦିଲ୍ଲୀରେ ହୌଜଖାସ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭାସ ଲକ୍ଷ୍ମଣ ନାୟକ ନାମରେ ରହୁଥିଲେ। ମେ’ ୨୫ ତାରିଖରୁ ଚିକିତ୍ସା ବାହାନାରେ ପ୍ରଭାସ ସେଠାରେ ରହୁଥିବା ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନ୍ଦିରର ରେଜିଷ୍ଟରରେ ପ୍ରଭାସ ତାଙ୍କ ବାପାଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ […]

pravat

pravat

Rakesh Mallick
  • Published: Friday, 10 June 2016
  • Updated: 10 June 2016, 10:34 PM IST

Sports

Latest News

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ଓସ୍କାର ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ ପ୍ରଭାସ ରାଉତଙ୍କୁ ୫ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପୋଲିସ ଦିଲ୍ଲୀରୁ ଗିରଫ କରି ରିମାଣ୍ଡରେ ଓଡ଼ିଶା ଆଣିଥିଲା।

ଦିଲ୍ଲୀରେ ହୌଜଖାସ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭାସ ଲକ୍ଷ୍ମଣ ନାୟକ ନାମରେ ରହୁଥିଲେ। ମେ’ ୨୫ ତାରିଖରୁ ଚିକିତ୍ସା ବାହାନାରେ ପ୍ରଭାସ ସେଠାରେ ରହୁଥିବା ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନ୍ଦିରର ରେଜିଷ୍ଟରରେ ପ୍ରଭାସ ତାଙ୍କ ବାପାଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ ଉଲ୍ଲେଖ କରିଥିଲେ।

ପ୍ରଭାସଙ୍କ ବିରୋଧରେ ୨୩୦ କୋଟି  ଟଙ୍କାର ଠକେଇ ଅଭିଯୋଗ ଥିଲା। ସେ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଟଙ୍କା ଲଗାଇଥିବା ସୂଚନା ମିଳିଥିଲା। ତାଙ୍କ ପ୍ରଯୋଜନାରେ ‘ବାଳୁଙ୍ଗା ଟୋକା’, ‘ରଙ୍ଗିଲା ଟୋକା’, ‘ତୋ ଆଖିରେ ମୁଁ’ ଓ ‘ମୋଷ୍ଟ ୱାଣ୍ଟେଡ୍’ ପରି ଓଡ଼ିଆ ଫିଲ୍ମ ନିର୍ମାଣ ହୋଇଛି। ଓଡ଼ିଶା ସମେତ ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରଭାସଙ୍କ ଚିଟଫଣ୍ଡ କାରବାର ଚାଲିଥିଲା। ପୂର୍ବରୁ ଓସ୍କାର ଏମଡିଙ୍କୁ ଗିରଫ କରାଯିବା ସହ କମ୍ପାନୀର ସମ୍ପତ୍ତି ଜବତ କରାଯାଇଥିଲା।

କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି, “ଦିଲ୍ଲୀ ପୋଲିସ ସହାୟତାରେ ପ୍ରଭାସଙ୍କୁ ଗିରଫ କରାଯାଇଛି। ଓସ୍କାର ଚିଟଫଣ୍ଡ ସଂସ୍ଥାର ଓଡ଼ିଶାରେ ୫୦ଟି ବ୍ରାଞ୍ଚ ଥିବା ବେଳେ  ଗୁଜରାଟରେ ୪୫ ଓ ମହାରାଷ୍ଟ୍ରରେ ୫ଟି ବ୍ରାଞ୍ଚ ଥିଲା। ତାଙ୍କ ବିରୋଧରେ ଜମାକାରୀଙ୍କ ଠାରୁ ୨୩୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି।ଦିଲ୍ଲୀର ସାକେତ କୋର୍ଟରେ ହାଜର ପରେ ତାଙ୍କୁ ରିମାଣ୍ଡରେ ଆଣାଯାଇଛି। ଏଠାରେ ତାଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯିବ।”

ସେ କହିଛନ୍ତି, “ଓସ୍କାର ଚିଟଫଣ୍ଡ ସଂସ୍ଥାର ଟଙ୍କା ସିନେମାରେ ଲଗାଯାଇଥିବା ଜଣାପଡ଼ିଛି। ଓସ୍କାର  ବ୍ୟାନରରେ  ୪ଟି ସିନେମା କରାଯାଇଛି। ଏଥିରେ ଯେଉଁ କଳାକାରଙ୍କ ସଂପୃକ୍ତି ଜଣାପଡ଼ିବ ତାଙ୍କୁ ଜେରା କରାଯିବ।”

ରାଉତଙ୍କ ଗିରଫ ପରେ ତାଙ୍କ ପ୍ରଯୋଜିତ ସିନେମାରେ ଅଭିନେତା କହିଛନ୍ତି ଯେ ପ୍ରଯୋଜକ କେଉଁଠାରୁ ପଇସା ଆଣୁଛନ୍ତି, ତାହା ଜାଣିବା ସେମାନଙ୍କ ପକ୍ଷରେ  ସମ୍ଭବ ନୁହେଁ।

ରଙ୍ଗିଲା ଟୋକାରେ  ମୁଖ୍ୟ ଭୂମିକା ନିଭାଇଥିବା ଫିଲ୍ମ ଅଭିନେତା ପପୁ ପମପମ୍ କହିଛନ୍ତି, “ଓସ୍କାର ବ୍ୟାନରେ ଯେତେବେଳେ ଫିଲ୍ମ ହେଉଥିଲା ଏପରି ଠକେଇ ଚାଲିଥିବା କାହାକୁ ଜଣା ନ ଥିଲା। ଓସ୍କାର ଚିଟଫଣ୍ଡ ସଂସ୍ଥାରରେ ମୋର ଗୋଟିଏ ଆକାଉଣ୍ଟ ଅଛି। ସଂସ୍ଥା ସମ୍ପର୍କରେ ଜଣାପଡିବା ପରେ ସବୁ କଳାକାର ସଚେତନ ହୋଇଯାଇଛନ୍ତି। ଗରିବ ଲୋକଙ୍କ ପଇସାରେ ଯଦି ଫିଲ୍ମ କରାଯାଇଥାଏ  ତାହା ହେଲେ  ପ୍ରଭାସଙ୍କୁ ଭଗବାନ ବି ସହିବେ ନାହିଁ।”

ସଙ୍ଗୀତ ନିର୍ଦ୍ଦେଶକ ପ୍ରେମଆନନନ୍ଦ କହିଛନ୍ତି, “ଏହା ଏକ ସମ୍ବେଦନଶୀଳ ଘଟଣା। ଗରିବ ଲୋକଙ୍କ ପଇସା ଆଣି ଫିଲ୍ମ ଦୁନିଆରେ ଲଗାଇବା ଦୁର୍ଭାଗ୍ୟଜନକ। ଆମେ କଳାକାର ସ୍କାନିଂ ମେସିନ ନୁହେଁ, କିଏ କେଉଁଠୁ ପଇସା ଆଣିଲା ଜାଣିବୁ କେମିତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story