ପାଗନଇ ଗଣହତ୍ୟା ପୂର୍ବ ଶତ୍ରୁତାର କାରଣ: ପୋଲିସ

ବାଲେଶ୍ୱର: ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପରାୟଣ ହୋଇ ଦୁର୍ବୃତ୍ତମାନେ ବାଲେଶ୍ୱର ପାଗନଇରେ ଗଣହତ୍ୟା କରିଥିଲେ। ଏନେଇ ଆଜି ବାଲେଶ୍ୱର ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ରମେଶ ମାଝି ଏବଂ ଚନ୍ଦନ ଜେନା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୯ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଏସ୍‌ପି କହିଛନ୍ତି। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ସୁଦାମ ମାଝି, ଜୟନ୍ତ ମାଝି ଏବଂ […]

rameshmajhi

rameshmajhi

Rakesh Mallick
  • Published: Monday, 30 January 2017
  • Updated: 30 January 2017, 09:39 PM IST

Sports

Latest News

ବାଲେଶ୍ୱର: ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ପରାୟଣ ହୋଇ ଦୁର୍ବୃତ୍ତମାନେ ବାଲେଶ୍ୱର ପାଗନଇରେ ଗଣହତ୍ୟା କରିଥିଲେ। ଏନେଇ ଆଜି ବାଲେଶ୍ୱର ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ରମେଶ ମାଝି ଏବଂ ଚନ୍ଦନ ଜେନା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୯ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଏସ୍‌ପି କହିଛନ୍ତି। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ସୁଦାମ ମାଝି, ଜୟନ୍ତ ମାଝି ଏବଂ ଉପେନ୍ଦ୍ର ମାଝି। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ୯ଟି ତେଲେଙ୍ଗା କଟୁରୀ, ୭ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ପୋଲିସ ସୂଚନା ଅନୁସାରେ ଏହି ହତ୍ୟାକାଣ୍ଡର ଲିଙ୍କ ସୋଏଲପୁର କାହ୍ନୁ ମାଝି ହତ୍ୟାକାଣ୍ଡ ସହ ରହିଛି। ଏହି ଘଟଣାରେ ପାଗନଇର ମୃତ ପ୍ରତିଭା ମଣ୍ଡଳଙ୍କ ଭାଇ ଖାରବେଳ ଏବେ ଜେଲ୍‌ରେ ଅଛି। ଖାରବେଳଙ୍କୁ କେସ୍‌ ଲଢିବାରେ ପ୍ରତିଭା ଆର୍ଥିକ ସହାୟତା କରୁଥିବାରୁ ମାଝି ପରିବାର ତାଙ୍କୁ ଟାର୍ଗେଟ କରିଥିଲେ। ଗତ ଶୁକ୍ରବାର ରାତିରେ ୫ଟି ବାଇକ୍‌ରେ ୧୪ ଜଣ ଦୁର୍ବୃତ୍ତ ପ୍ରତିଭାଙ୍କୁ ପ୍ରଥମେ ହତ୍ୟା କରିଥିଲେ। ଏହାପରେ ଧରାପଡିଯିବା ଭୟରେ ଘରେ ଥିବା ୩ ପିଲାଙ୍କୁ ମଧ୍ୟ ହତ୍ୟା କରିଥିଲେ ବୋଲି ଏସ୍‌ପି ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହାସହ ହତ୍ୟା ଘଟଣାରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ଜଣାପଡିଛି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos