କୋରାପୁଟ: ପହଞ୍ଚିଲାନି ଜନନୀ ସୁରକ୍ଷା ଗାଡ଼ି, ରାସ୍ତାକଡ଼ରେ ପ୍ରସବ କଲେ ମହିଳା

କୋରାପୁଟ: ବାରମ୍ବାର ଫୋନ ସତ୍ତ୍ୱେ ପହଞ୍ଚିଲାନି ଜନନୀ ସୁରକ୍ଷା ଗାଡ଼ି। ଶେଷରେ ରାସ୍ତାକଡ଼ରେ ପ୍ରସବ କଲେ ମହିଳା। ସବୁଠାର ବଡ଼ କଥା ହେଉଛି, ପ୍ରସବର ମାତ୍ର କେଇ ଘଣ୍ଟା ଭିତରେ ଶିଶୁର ମୃତ୍ୟୁ ଘଟିଥିଲା। କୋରାପୁଟ ଜିଲ୍ଲାରେ ଘଟିଥିବା ଏ ଘଟଣା ଉପାନ୍ତରେ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ନଗ୍ନ ଚେହେରାକୁ ପଦାକୁ ଆଣିଛି। ସେମିଳିଗୁଡ଼ା ବ୍ଲକ ମୁଖିବଡ଼େଇ ଗାଁର ମହିଳା ଜାନକୀ ହନ୍ତାଳକୁ କୋରାପୁଟ ଡାକ୍ତରଖାନା ଆଣିଥିଲେ ସ୍ୱାମୀ। ଡେଲିଭରି ପାଇଁ ଆହୁରି ୨ ମାସ ସମୟ […]

women-deliverd-at-roadside

women-deliverd-at-roadside

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 03:10 PM IST

Sports

Latest News

women-deliverd-at-roadsideକୋରାପୁଟ: ବାରମ୍ବାର ଫୋନ ସତ୍ତ୍ୱେ ପହଞ୍ଚିଲାନି ଜନନୀ ସୁରକ୍ଷା ଗାଡ଼ି। ଶେଷରେ ରାସ୍ତାକଡ଼ରେ ପ୍ରସବ କଲେ ମହିଳା। ସବୁଠାର ବଡ଼ କଥା ହେଉଛି, ପ୍ରସବର ମାତ୍ର କେଇ ଘଣ୍ଟା ଭିତରେ ଶିଶୁର ମୃତ୍ୟୁ ଘଟିଥିଲା। କୋରାପୁଟ ଜିଲ୍ଲାରେ ଘଟିଥିବା ଏ ଘଟଣା ଉପାନ୍ତରେ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରେ ନଗ୍ନ ଚେହେରାକୁ ପଦାକୁ ଆଣିଛି।

ସେମିଳିଗୁଡ଼ା ବ୍ଲକ ମୁଖିବଡ଼େଇ ଗାଁର ମହିଳା ଜାନକୀ ହନ୍ତାଳକୁ କୋରାପୁଟ ଡାକ୍ତରଖାନା ଆଣିଥିଲେ ସ୍ୱାମୀ। ଡେଲିଭରି ପାଇଁ ଆହୁରି ୨ ମାସ ସମୟ ଥିଲା। ତେଣୁ ଆଉଟ୍‌ ଡୋରରେ ଦେଖାଇବା ପରେ ମଟରସାଇକେଲ ଯୋଗେ ଗାଁକୁ ଫେରିବା ବେଳେ ରାସ୍ତାରେ ଜାନକୀଙ୍କ ପ୍ରସବ ବେଦନା ହୋଇଥିଲା। ବାରମ୍ବାର ଫୋନ୍‌ ସତ୍ତ୍ୱେ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାକଡ଼ରେ ମହିଳା ସନ୍ତାନ ପ୍ରସବ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମା’ ଓ ଶିଶୁଙ୍କୁ କୋରାପୁଟ ହସ୍ପିଟାଲ ଅଣାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଶିଶୁଟି ଅବିକଶିତ ଭାବେ ଜନ୍ମ ନେଇଥିବାରୁ ତାକୁ ବଞ୍ଚାଇବା ସମ୍ଭବ ହେଲା ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ କେଉଁ କାରଣ ପାଇଁ ଜନନୀ ସୁରକ୍ଷା ଗାଡ଼ି ପହଞ୍ଚିଲାନି ତା’ର ତଦନ୍ତ ହେବ ବୋଲି ଏଡିଏମ୍‌ଓ କାଳି ପ୍ରସାଦ ବେହେରା କହିଛନ୍ତି।

ଜାନକୀଙ୍କ ସ୍ୱାମୀ ମଲ୍ଲିକ ହନ୍ତାଳ କହିଛନ୍ତି,“ଚେକ୍‌ଅପ୍‌ କରିବାକୁ କୋରାପୁଟ ମେଡିକାଲ୍‌ ଆସି ଆଉଟ୍‌ଡୋରରେ ଡାକ୍ତରଙ୍କ ପରାମର୍ଶ ନେଇଥିଲୁ। ଡାକ୍ତର କହିଲେ ପ୍ରସବ ହେବାକୁ ଆହୁରି ୨ ମାସ ବାକି ରହିଛି। ତେଣୁ ଆମେ ବାଇକ୍‌ରେ ଘରକୁ ଫେରି ଯାଉଥିଲୁ। ବାଟରେ ପ୍ରସବ ବେଦନା ଆରମ୍ଭ ହେଲା। ଆମ୍ବୁଲାନ୍ସ ପାଇଁ ବହୁ ଥର ଫୋନ୍‌ କରିଥିଲେ ମଧ୍ୟ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଶେଷରେ ପିଲାଟି ପ୍ରାଣ ହରାଇଥିଲା।”

ଏନେଇ ପ୍ରତ୍ୟକ୍ଷଦର୍ଶୀ ରାମଚନ୍ଦ୍ର ବେନିଆ କହିଛନ୍ତି,“ମୁଁ ନିଜେ ଆମ୍ବୁଲାନ୍ସ ଓ ଜନନୀ ସୁରକ୍ଷା ଗାଡି ପାଇଁ ବହୁଥର ଫୋନ୍‌ କରିଛି। ୩ ଘଣ୍ଟା ଅପେକ୍ଷା କରିଲୁ। ସେପଟରୁ ବାରମ୍ବାର ଶୁଣିବାକୁ ମିଳୁଥିଲା ଗାଡି ନାହଁ, ରୋଗୀକୁ ନେଇ ଜୟପୁର ଯାଇଛି, କିଛି ସମୟ ଅପେକ୍ଷା କର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos