ପାଜେରୋକୁ ନେଇ ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି: ସଞ୍ଜୟ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ଚିଟ୍‌ଫଣ୍ଡ ଠକେଇ ଓ ପାଜେରୋ ଗାଡିକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମୁହଁ ଖୋଲିଛନ୍ତି। “ଏଥିରେ ମୋତେ ଯୋଡ଼ି ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି” ବୋଲି ସେ ଅଭିଯୋଗ କରିଛନ୍ତି। ସେ  କହିଛନ୍ତି, “ପାଜେରୋକୁ ନେଇ ୧୦ ଦିନ ହେବ ରାଜ୍ୟ ରାଜନୀତି ସରଗରମ ରହିଛି। ଏହା ପୂର୍ବରୁ ମାଧବୀଲତା ମାମଲାରେ ମଧ୍ୟ ମୋ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ରାଜଭବନ ସହ ନବୀନ ନିବାସ […]

sanjaya

sanjaya

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 04:47 PM IST

sanjayaଭୁବନେଶ୍ୱର: କିଛି ଦିନର ନିରବତା ପରେ ଚିଟ୍‌ଫଣ୍ଡ ଠକେଇ ଓ ପାଜେରୋ ଗାଡିକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମୁହଁ ଖୋଲିଛନ୍ତି। “ଏଥିରେ ମୋତେ ଯୋଡ଼ି ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି” ବୋଲି ସେ ଅଭିଯୋଗ କରିଛନ୍ତି।

ସେ  କହିଛନ୍ତି, “ପାଜେରୋକୁ ନେଇ ୧୦ ଦିନ ହେବ ରାଜ୍ୟ ରାଜନୀତି ସରଗରମ ରହିଛି। ଏହା ପୂର୍ବରୁ ମାଧବୀଲତା ମାମଲାରେ ମଧ୍ୟ ମୋ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ରାଜଭବନ ସହ ନବୀନ ନିବାସ ଘେରାଉ ହୋଇଥିଲା। ପୁରୀରେ ମଧ୍ୟ ବିରୋଧ କରାଯାଇଥିଲା। ଏହାର ଫଳାଫଳ କ’ଣ ହେଲା ସମସ୍ତେ ଜାଣିଛନ୍ତି। ପୁଣି ସେପରି ଅଭିଯୋଗ ଆସିଛି, ଏହା କୁତ୍ସିତ ରାଜନୀତି।  ଏହା ମୋ ଉପରେ ପ୍ରଭାବ ପକାଇ ନାହିଁ କି ଆଗକୁ ପକାଇବ ନାହିଁ।”

ଦାସବର୍ମାଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ନା ସେ ନିଜେ ଏଥିରେ ସାମିଲ ଏ କଥା ଆଉ କାହା ଅପେକ୍ଷା ତାଙ୍କୁ ବେଶି ଜଣା। ସିବିଆଇ ତଦନ୍ତ ବାଟବଣା ହୋଇଛି। ସିବିଆଇ ତା’ର ତଦନ୍ତ ଠିକ୍‌ ଭାବେ କରୁ ନ ଥିବା ସାଧାରଣ ଲୋକେ କହୁଛନ୍ତି ବୋଲି ବିଜେପି ଦଳର ତୁଙ୍ଗ ନେତା କହିଛନ୍ତି, ଆମେ କହିନାହୁଁ। ସରକାର ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଲୋକଙ୍କୁ ଠକିଛନ୍ତି।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“କୁତ୍ସିତ ରାଜନୀତି କିଏ କରୁଛି ସମସ୍ତେ ଜାଣନ୍ତି। ଆମେ ଯଦି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଚିଟ୍‌ଫଣ୍ଡ ଠକେଇକୁ ଟାଣୁଛୁ ତେବେ ନିଜ ଦଳ ମଧ୍ୟରେ ସେ କାହିଁକି ବିରୋଧର ସମ୍ମୁଖୀନ ହେଉଛନ୍ତି। ବିଜେଡିର ବରିଷ୍ଠ ନେତା ନୀତି, ନୈତିକତା କଥା କହୁଛନ୍ତି। ଆମେ ଅଭିଯୋଗ କରିଛୁ, ସେ ଉତ୍ତର ଦିଅନ୍ତୁ। ଟିମ୍‌ ମିଡିଆ ଆଣ୍ଡ ହସ୍ପିଟାଲିଟି ସର୍ବସାଧାରଣ ପେପର ପ୍ରକାଶ କରୁଛି। ଏହି କମ୍ପାନୀ ତାଙ୍କର କି ନୁହେଁ ସ୍ପଷ୍ଟ ସେ କରନ୍ତୁ।”

କେବଳ ବିରୋଧୀ କଂଗ୍ରେସ ଓ ବିଜେପି ନୁହେଁ ସଞ୍ଜୟଙ୍କୁ ନିଜ ଦଳ ମଧ୍ୟରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ଭର୍ତ୍ତୃହରି ମହତାବ ସଞ୍ଜୟଙ୍କ ନାଁ ନେଇ ନ ଥିଲେ ମଧ୍ୟ ପରୋକ୍ଷରେ ତାଙ୍କୁ ସମାଲୋଚନା କରିଛନ୍ତି। ଆଜି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ପରୋକ୍ଷରେ ସଂଜୟଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି,“ଭଗବାନ ରାମଚନ୍ଦ୍ର ଜାଣିଥିଲେ ସୀତା ହେଉଛନ୍ତି ସତୀ। ତଥାପି ସେ ତାଙ୍କୁ ନିର୍ବାସିତ କରିଥିଲେ। ଏଣୁ ସେ (ସଂଜୟ) ବିଚାର କରିବା କଥା କ’ଣ କରାଯିବା ଉଚିତ୍। ଯେ କେହି ବି ଦୋଷୀ ପ୍ରମାଣିତ ହେଲେ ଦଳ ତାଙ୍କୁ ଦଣ୍ଡ ଦେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos