ପାଲଲହଡ଼ା: ଟ୍ରକକୁ ଧକ୍କା ଦେଲା କାର୍, ବାପାମା’ ଓ ପୁଅ ମୃତ, ଜଣେ ଗୁରୁତର

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ନିକଟସ୍ଥ ବାଲିପଶି ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ  ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସାମ୍ନା ପଟରୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର। ମୃତକମାନେ ହେଲେ ବୀରେନ ବାରିକ, ତାଙ୍କ ବାପା ବସନ୍ତ ବାରିକ ଓ ତାଙ୍କ ମା’। ବୀରେନ ଓ ତାଙ୍କ ବାପାଙ୍କର […]

car-accident

car-accident

Rakesh Mallick
  • Published: Friday, 06 November 2015
  • Updated: 06 November 2015, 09:28 AM IST

Sports

Latest News

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ନିକଟସ୍ଥ ବାଲିପଶି ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ  ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସାମ୍ନା ପଟରୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର। ମୃତକମାନେ ହେଲେ ବୀରେନ ବାରିକ, ତାଙ୍କ ବାପା ବସନ୍ତ ବାରିକ ଓ ତାଙ୍କ ମା’। ବୀରେନ ଓ ତାଙ୍କ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ମା’ଙ୍କର ପରେ ଚିକିତ୍ସାଧୀନ ଅବସ୍ଥାରେ ପାଲଲହଡ଼ା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ବୀରେନଙ୍କ ସାଙ୍ଗ ଗୁରୁତର ଅଛନ୍ତି।

ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାର ଫର୍ଟିଲାଇଜର ଅଞ୍ଚଳର ବାସିନ୍ଦା ବୀରେନ ବାରିକଙ୍କ ପରିବାର ଗତକାଲି କଟକ ଯାଇଥିଲା। ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ସେମାନେ କଟକ ଯାଇଥିଲା। କଟକରୁ କାମ ସାରି ସେମାନେ ଗତକାଲି ରାତିରେ ପୁଣି ରାଉରକେଲା ଅଭିମୁଖେ ଫେରୁଥିଲେ। ବୀରେନଙ୍କ ସାଙ୍ଗ କାର୍ ଚଲାଉଥିଲେ। ତେବେ ଦୁର୍ଘଟଣାସ୍ଥଳରୁ କିଛି ବାଟ ପୂର୍ବରୁ ବସନ୍ତ ଗାଡ଼ି ଚଲାଇବେ ବୋଲି କହିଥିଲେ। ଆଉ ସେ ଗାଡ଼ି ଚଳାଇବାର କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା। ତାଙ୍କ ଆଖି ପଡ଼ିଯାଇଥିବାରୁ ଦୁର୍ଘଟଣା ଘଟି ଥାଇପାରେ ବୋଲି ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos