ବିଜୟୀ ସରପଞ୍ଚ ଓ ୱାର୍ଡ ମେମ୍ୱରଙ୍କ ତାଲିକା ଘୋଷଣା

ଭୁବନେଶ୍ୱର: ଆଜି ବିଧିବଦ୍ଧ ଭାବେ ବ୍ଲକ୍ ସ୍ତରରେ ପ୍ରକାଶ ପାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ସରପଞ୍ଚ ଓ ୱାର୍ଡ ମେମ୍ୱରଙ୍କ ତାଲିକା।

ପଞ୍ଚାୟତ ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଶେଷ ହେବା ପରେ ଆଜି ବ୍ଲକ୍ ସ୍ତରରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷ ପ୍ରାୟ ୬,୭୮୩ ସରପଞ୍ଚ ଓ ୯୧,୮୩୩ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆସନ୍ତା ୨୫ ତାରିଖରେ ବିଜୟୀ ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ତାଲିକା ଘୋଷଣା ହେବ।