ପଙ୍କଜ ସାମ୍ନାକୁ ଆସନ୍ତୁ ଓ ମୋ ଝିଅର ବାପା କି ନୁହଁନ୍ତି କୁହନ୍ତୁ: କବିତା

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କୁ ଜେରା କଲେ ସବୁ କଥା ସାମ୍ନାକୁ ଆସିବ ବୋଲି କହିଛନ୍ତି ତାଙ୍କର ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼। ଆଜି ଭୁବନେଶ୍ୱର ମହିଳା ଥାନାରେ ଧାରା ୧୬୧ ଅନୁସାରେ ତାଙ୍କ ରେକର୍ଡ କରାଯିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ଏହି କଥା କହିଥିଲେ। ସେ କହିଥିଲ,“ମୁଁ ପୋଲିସ୍‌କୁ ମୋ ପ୍ରଥମ ବିବାହ କଥା କହିଥିଲି। ଦେବାଶିଷ ମହାକୁଡ଼ଙ୍କ ସହିତ ମୋର ପ୍ରଥମ ବିବାହ ହୋଇଥିଲା। ମୁଁ ବିଧାୟକ […]

kabita-mahakul

kabita-mahakul

Rakesh Mallick
  • Published: Friday, 04 March 2016
  • Updated: 18 March 2016, 10:21 AM IST

Sports

Latest News

kabitaଭୁବନେଶ୍ୱର: ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କୁ ଜେରା କଲେ ସବୁ କଥା ସାମ୍ନାକୁ ଆସିବ ବୋଲି କହିଛନ୍ତି ତାଙ୍କର ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼। ଆଜି ଭୁବନେଶ୍ୱର ମହିଳା ଥାନାରେ ଧାରା ୧୬୧ ଅନୁସାରେ ତାଙ୍କ ରେକର୍ଡ କରାଯିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ଏହି କଥା କହିଥିଲେ।

ସେ କହିଥିଲ,“ମୁଁ ପୋଲିସ୍‌କୁ ମୋ ପ୍ରଥମ ବିବାହ କଥା କହିଥିଲି। ଦେବାଶିଷ ମହାକୁଡ଼ଙ୍କ ସହିତ ମୋର ପ୍ରଥମ ବିବାହ ହୋଇଥିଲା। ମୁଁ ବିଧାୟକ ସନାତନ ମହାକୁଡ଼ଙ୍କ ବଡ଼ ପୁଅ ପଙ୍କଜଙ୍କୁ ଦ୍ୱିତୀୟ ବିବାହ କରିଛି। ମୁଁ ଚାହୁଁଛି ପଙ୍କଜ ପୋଲିସ୍ ଅବା ଗଣମାଧ୍ୟମ ସମ୍ମୁଖକୁ ଆସନ୍ତୁ ଓ ଆମ ଦୁହିଁଙ୍କର ସଂପର୍କ ବିଷୟରେ ସ୍ପଷ୍ଟ କରନ୍ତୁ। ସେ ମୋ ଝିଅର ବାପା କି ନୁହଁନ୍ତି କୁହନ୍ତୁ।”

କବିତା କହିଥିଲେ ଯେ ପୋଲିସ୍ ପଙ୍କଜଙ୍କ ବୟାନ ମଧ୍ୟ ରେକର୍ଡ କରୁ। ତା’ହେଲେ ସବୁ କଥା ସାମ୍ନାକୁ ଆସିଯିବ।

ମହିଳା ଥାନାରେ ଆଜି ସାଢ଼େ ତିନି ଘଣ୍ଟା ଧରି କବିତାଙ୍କ ବୟାନ ରେକର୍ଡ କରାଯାଇଥିଲା। କବିତା ନିଜର ପ୍ରଥମ ବିବାହ, ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କ ସହିତ ତାଙ୍କର ଦ୍ୱିତୀୟ ବିବାହ ସଂପର୍କରେ ପୋଲିସ୍‌କୁ କହିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବୟାନ ରେକର୍ଡ ବେଳେ ପୋଲିସ୍ କବିତାଙ୍କୁ ତାଙ୍କ ପ୍ରଥମ ଓ ଦ୍ୱିତୀୟ ବିବାହ ସଂପର୍କରେ ତଥ୍ୟ ମାଗିଛି। ଏହା ସହ ୧୦ ମାସର ଝିଅର ଜନ୍ମ ସଂପର୍କିତ ତଥ୍ୟ, ସନାତନଙ୍କ ବୋହୂ ହୋଇଥିବା ସଂପର୍କରେ ପ୍ରମାଣ ସହ ପ୍ରଥମ ସ୍ୱାମୀଙ୍କଠାରୁ କାହିଁକି ଅଲଗା ହେଲେ ତାହାର କାରଣ ଜାଣିବାକୁ ଚାହିଁଛି ପୋଲିସ୍।

ଅନ୍ୟପକ୍ଷରେ କବିତା ମନ୍ଦ ଉଦ୍ଦେଶ୍ୟ ରଖି ଏସବୁ କରୁଛନ୍ତି ବୋଲି କହିଛନ୍ତି ତାଙ୍କର ପ୍ରଥମ ସ୍ୱାମୀ ଦେବାଶିଷ ମହାକୁଡ଼।

ସେ କହିଛନ୍ତି,“କବିତା କେବେବି ମୋଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରି ନାହାନ୍ତି। ମୁଁ ଯେତେବେଳେ ତାଙ୍କ ପାଖକୁ ଏକ ନୋଟିସ୍ ପଠାଇଲି ସେ ଉତ୍ତର ଦେଇଥିଲେ ଯେ ଛୁଆର ପାଠପଢ଼ା ପାଇଁ ସେ ମାଲକାନଗିରିରେ ରହୁଛନ୍ତି। ସେ କେବେ ବି ତାଙ୍କର ଦ୍ୱିତୀୟ ବିବାହ ସଂପର୍କରେ ମୋତେ କହି  ନ ଥିଲେ। ସେ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କରୁଛନ୍ତି।”

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ କବିତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସି ଧାରା ୪୯୮ ଏ, ୩୪୧,୨୯୪ ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। କବିତା ଅଭିଯୋଗ କରିଛନ୍ତି ଯେ ସନାତନଙ୍କ ବଡ଼ ପୁଅ ପଙ୍କଜଙ୍କ ସହିତ ୨୦୧୨ରେ ତାଙ୍କର ବିବାହ ହୋଇଥିଲା। ପ୍ରଥମ ସ୍ୱାମୀ ଦେବାଶିଷ ମହାକୁଡ଼ଙ୍କଠାରୁ ଅଲଗା ହେବା ପରେ ସେ ପଙ୍କଜଙ୍କୁ ବିବାହ କରିଥିଲେ। ବିବାହ ପରେ ସେମାନେ ମାଲକାନଗିରି ଜିଲ୍ଲା ମୋଟୁରେ ରହୁଥିଲେ। ତେବେ ସନାତନ ଏ ବିବାହ ସପକ୍ଷରେ ନ ଥିଲେ। ତେଣୁ ୨୦୧୫ ଅଗଷ୍ଟ ମାସରେ ସେ ଜୋରଜବରଦସ୍ତ ପଙ୍କଜଙ୍କୁ ଚମ୍ପୁଆ ନେଇ ଯାଇଛନ୍ତି। ସେହିଦିନଠାରୁ ତାଙ୍କୁ ସନାତନ ଲୁଚାଇ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story