ପପୁ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ପୀଡିତାଙ୍କ ବାପାଙ୍କ କୋର୍ଟରେ ଆବେଦନ

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଗିରଫ ହୋଇ ଜେଲରେ ଥିବା ସିନେ ଅଭିନେତା ପପୁ ପମପମ୍‌ଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ନେବାକୁ ପୀଡିତାଙ୍କ ବାପା ଆଜି କୋର୍ଟରେ ଆବେଦନ କରିଛନ୍ତି। ପପୁଙ୍କ ନାଁରେ ଆସିଥିବା  ନିର୍ଯାତନା ମାମଲାକୁ ଆଗକୁ ନ ବଢ଼ାଇବାକୁ ନାବାଳିକାଙ୍କ ବାପା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଆସନ୍ତା ୧୧ ତାରିଖରେ ପପୁଙ୍କ ଜାମିନ ଆବେଦନ ସହିତ ଏହି ସତ୍ୟପାଠ ଉପରେ ଶୁଣାଣି […]

papu

papu

Rakesh Mallick
  • Published: Monday, 04 July 2016
  • Updated: 04 July 2016, 09:56 PM IST

Sports

Latest News

papuଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଗିରଫ ହୋଇ ଜେଲରେ ଥିବା ସିନେ ଅଭିନେତା ପପୁ ପମପମ୍‌ଙ୍କ ଉପରୁ ମାମଲା ପ୍ରତ୍ୟାହାର କରି ନେବାକୁ ପୀଡିତାଙ୍କ ବାପା ଆଜି କୋର୍ଟରେ ଆବେଦନ କରିଛନ୍ତି। ପପୁଙ୍କ ନାଁରେ ଆସିଥିବା  ନିର୍ଯାତନା ମାମଲାକୁ ଆଗକୁ ନ ବଢ଼ାଇବାକୁ ନାବାଳିକାଙ୍କ ବାପା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ।

ଆସନ୍ତା ୧୧ ତାରିଖରେ ପପୁଙ୍କ ଜାମିନ ଆବେଦନ ସହିତ ଏହି ସତ୍ୟପାଠ ଉପରେ ଶୁଣାଣି ହେବ। କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ପପୁ ପମ୍‌ପମ୍‌ଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୧ ତାରିଖକୁ ଘୁଞ୍ଚିଛି। କେସ୍‌ ଡାଏରୀ ଦାଖଲ କରିବା ପାଇଁ ୭ ଦିନ ସମୟ  ଦେବାକୁ ପୋଲିସର  ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି।

ନାବାଳିକାଙ୍କ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଭୟ ପକ୍ଷଙ୍କ ମଧ୍ୟରେ ମାମଲାର ଆପୋଷ ସମାଧାନ ହୋଇଥିବାରୁ ଏହି ମାମଲାକୁ ଆଗକୁ ନ ବଢାଇବାକୁ ଅନୁରୋଧ କରିଛନ୍ତି। ଅଭିଯୋଗ ବର୍ଷେ ତଳର, ତେଣୁ ତାଙ୍କ ପରିବାର ଏହାକୁ ଆଗକୁ ବଢାଇବାକୁ ଚାହୁଁ ନାହାନ୍ତି। ଆପୋଷ ସମାଧାନ ହୋଇଥିବାରୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ନେଇ ବିଚାର କରିବାକୁ ସତ୍ୟପାଠରେ ନାବାଳିକାଙ୍କ ବାପା ଉଲ୍ଲେଖ କରିଛନ୍ତି।

ଫ୍ରେଣ୍ଡସ ଫାଉଣ୍ଡେସନ ସମ୍ପାଦିକା ବବିତା କର କହିଛନ୍ତି, “ଯେଉଁ ଦିନ ମୁଁ ମହିଳା ଥାନାରେ କେସ ରୁଜୁ କରିଥିଲି ତାହାର ତିନିଦିନ ଭିତରେ ଜଣେ ବ୍ୟକ୍ତି ନାବାଳିକାର ଘରେ ଏକ ପ୍ୟାକେଟ  ଧରି ପହଞ୍ଚିଥିଲେ। ନାବାଳିକାର ବାପା, ମା  କବାଟ ବନ୍ଦ କରିଦେଇଥିଲେ ଓ ନାବାଳିକାକୁ ମାଡ ମାରିଥିଲେ। ଏହା ପରେ ଆମକୁ ଭେଟିବାକୁ ଅନୁମତି ଦେଇ ନ ଥିଲେ।”

ସେ ଆହୁରି କହିଛନ୍ତି, “ପଇସାପତ୍ର ନେଇ ଏସବୁ କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଏପରି ହୁଏ ନାହିଁ। ସେଥିପାଇଁ  ଏଭଳି ବୁଝାମଣାକୁ କୋର୍ଟ ଗ୍ରହଣ କରି ନାହାନ୍ତି। ଜଣେ ବାପା ନିଜ ଝିଅ ନାଁରେ ଯୌନ ଶୋଷଣ ମାମଲାର ନିଷ୍ପତ୍ତି ଏପରି କରିପାରେ ନାହିଁ। ଏହି ଘଟଣାରେ ଗୋଟିଏ ଗ୍ୟାଙ୍ଗ କାମ କରୁଛି। ପପୁ ଓ ତା’ର ସହଯୋଗୀ ପ୍ରଦୀପକୁ କମିଶନରେଟ୍ ପୋଲିସ୍ ରିମାଣ୍ଡ ନେବା ପାଇଁ ଆବେଦନ କରିନାହିଁ। କେଉଁ ପରିସ୍ଥିତିରେ ଦୁଇ ପକ୍ଷ ମଧ୍ୟରେ ଏପରି ବୁଝାମଣା ହେଲା ତାହା ପଦାକୁ ଆସିବା ଦରକାର।”

ଗତ ୩୦ ତାରିଖରେ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ କମିଶନରେଟ୍‌ ପୋଲିସ ଗିରଫ କରି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସିକ କୋର୍ଟରେ ହାଜର କରିବା ପରେ ଜେଲ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story