କାଷ୍ଟିଂ କାଉଚ୍‌ ଅଭିଯୋଗ: ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶ ପରେ ପପୁ ପମ୍‌ପମ୍‌ଙ୍କ ନାଁରେ ମାମଲା

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିନେତା ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ମହିଳା ଥାନାରେ ଏହି ମାମଲା ରୁଜୁ ହୋଇଥିବା ପୋଲିସ କମିଶନର ୱାଇ.ବି.ଖୁରାନିଆ କହିଛନ୍ତି। ଉଭୟଙ୍କ ନାଁରେ ମାମଲା ରୁଜୁ କରିବାକୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗର ସତ୍ୟତା ଥିବା ସିଡବ୍ଲ୍ୟୁସି କହିଛନ୍ତି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୬୪ ଧାରାରେ […]

papu pam pam

papu pam pam

Rakesh Mallick
  • Published: Monday, 27 June 2016
  • Updated: 27 June 2016, 09:04 PM IST

papu pam pamଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିନେତା ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ମହିଳା ଥାନାରେ ଏହି ମାମଲା ରୁଜୁ ହୋଇଥିବା ପୋଲିସ କମିଶନର ୱାଇ.ବି.ଖୁରାନିଆ କହିଛନ୍ତି। ଉଭୟଙ୍କ ନାଁରେ ମାମଲା ରୁଜୁ କରିବାକୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗର ସତ୍ୟତା ଥିବା ସିଡବ୍ଲ୍ୟୁସି କହିଛନ୍ତି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୬୪ ଧାରାରେ ବୟାନ ରେକର୍ଡ ପାଇଁ ମଧ୍ୟ କୁହାଯାଇଛି।

ଏହି ମାମଲାରେ ନାବାଳିକାଙ୍କ ସହ କିପରି ବ୍ୟବହାର କରାଯିବ ସେ ନେଇ ପ୍ରୋଟୋକଲ ମାନିବାକୁ କୁହାଯାଇଛି। ନାବାଳିକା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୫ ତାରିଖରେ ପପୁଙ୍କ ନାଁରେ ‘ଦି ଫ୍ରେଣ୍ଡସ୍‌ ଫାଉଣ୍ଡାସନ ଟ୍ରଷ୍ଟ’ ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଅଣାଯାଇଥିଲା। ପପୁଙ୍କ ସହ ଜଣେ ପ୍ରଯୋଜକଙ୍କ ପୁଅ ଗୀଟୁଙ୍କ ନାଁରେ ସଂସ୍ଥା ପକ୍ଷରୁ ଅଭିଯୋଗ ଏତଲା ଦିଆଯାଇଥିଲା। ଫିଲ୍ମରେ ଅଭିନେତ୍ରୀ କରାଇ ଦେବାକୁ କହି ପପୁ ଏବଂ ଗୀଟୁ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିବା ଗଣମାଧ୍ୟମରେ ପ୍ରଚାରିତ ହୋଇଥିବାରୁ ଉଭୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା।

ସିଡବ୍ଲ୍ୟୁସି ଶିଶୁ କଲ୍ୟାଣ ସମିତି ସଦସ୍ୟ ବେଣୁଧର ସାହୁ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବା ପ୍ରମାଣ ମିଳିଛି। ଗଣମାଧ୍ୟମ ରିପୋର୍ଟକୁ ନେଇ ଅଭିଯୋଗ ହୋଇଥିଲା। ଏହାକୁ ମାମଲାରେ ପରିବର୍ତ୍ତନ କରାଯିବ। ଦୁଇଜଣ ଅଭିଯୁକ୍ତ ଅଛନ୍ତି। ପୋଲିସ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story