ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ଜେଲ୍‌ ଗଲେ ବାପି ସର୍ଖେଲ

ପାରାଦୀପ: ସିୱେଜ୍ ସିପିଂ କଂପାନୀର ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଜେଲ୍‌ ଯିବାକୁ ପଡିଛି। ଆଜି ଜଗତସିଂହପୁର ପୋଲିସ ବାପିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା। ଲୁକ୍ ଆଟ୍ ସର୍କୁଲାର ଜାରି ପରେ ବାପି ଶତାଧିକ ସମର୍ଥକଙ୍କ ସହ ରଘୁନାଥପୁର ଥାନାକୁ ଯାଇ ହାଜର ହୋଇଥିଲେ। ସେଠାରୁ ବାପିଙ୍କୁ ପାରାଦୀପ ଥାନାକୁ ନିଆଯାଇଥିଲା। ପରେ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହୋଇଯିବାରୁ […]

bapi

bapi

Rakesh Mallick
  • Published: Friday, 18 November 2016
  • Updated: 17 April 2017, 01:42 PM IST

Sports

Latest News

bapiପାରାଦୀପ: ସିୱେଜ୍ ସିପିଂ କଂପାନୀର ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଜେଲ୍‌ ଯିବାକୁ ପଡିଛି। ଆଜି ଜଗତସିଂହପୁର ପୋଲିସ ବାପିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା। ଲୁକ୍ ଆଟ୍ ସର୍କୁଲାର ଜାରି ପରେ ବାପି ଶତାଧିକ ସମର୍ଥକଙ୍କ ସହ ରଘୁନାଥପୁର ଥାନାକୁ ଯାଇ ହାଜର ହୋଇଥିଲେ। ସେଠାରୁ ବାପିଙ୍କୁ ପାରାଦୀପ ଥାନାକୁ ନିଆଯାଇଥିଲା। ପରେ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହୋଇଯିବାରୁ ବାପିଙ୍କୁ କୁଜଙ୍ଗ ଜେଲ୍‌କୁ ପଠାଇ ଦିଆଯାଇଛି।

ମହେନ୍ଦ୍ରଙ୍କ ହତ୍ୟା ମାମଲାରେ ପୂର୍ବରୁ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ସମେତ ୫ ଜଣଙ୍କୁ ଗିରଫ କରିସାରିଛି।

ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ବୟାନ ଆଧାରରେ ଆଜି ସକାଳେ ପୋଲିସ୍ ବାପି ସର୍ଖେଲଙ୍କ ପାରାଦୀପ ସ୍ଥିତ ଅଫିସ୍‌ ସମେତ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ରାକେଶ ଚୌବେ ସହିତ ବାପିଙ୍କର ସଂପର୍କ ଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ କିଛି କାଗଜପତ୍ର ଜବତ କରିଛି।

ବାପି ସର୍ଖେଲ ପାରାଦୀପ ଇଣ୍ଟ୍ରାପୋର୍ଟ ଡମ୍ପର ଡ୍ରାଇଭର ଆଣ୍ଡ ହେଲପର ଆସୋସିଏସନ୍‌ର ବି ସଭାପତି ଅଛନ୍ତି। ସେ କହିଛନ୍ତି,“ମୁଁ ଷ୍ଟିଭେଡରିଂ କରେ ନାହିଁ। ମୁଁ ଶ୍ରମିକ ନେତା, ରାଜନୀତି କରେ। ଏହି ହତ୍ୟାକାଣ୍ଡ ସହିତ ମୋର କୌଣସି ସଂପୃକ୍ତି ନାହିଁ।”

ରାକେଶ ଚୌବେ ସହ ମିଶି ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌)ର ମୁଖ୍ୟ ମହିମା ମିଶ୍ର ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ ବୋଲି ଗତକାଲି ପୋଲିସ୍ ସୂଚନା ଦେଇଥିଲା।  ଏନେଇ ସେମାନେ ୨୦୧୫ରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ପୋଲିସ୍ କହିଛି। ପାରାଦୀପରେ ଷ୍ଟିଭେଡରିଂ ବିବାଦ ପାଇଁ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos