ପାରଳା ମୃତ୍ୟୁ ରହସ୍ୟ: ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଓ ଅନ୍ୟ ୩ ଜଣଙ୍କ ଆତ୍ମହତ୍ୟା ଘଟଣାର ଆଜିଠାରୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବ। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଯାଇ ପୁଣି ଥରେ ତଦନ୍ତ କରିବ। ଚାରି ଜଣଙ୍କୁ ଆତ୍ମହତ୍ୟା ପାଇଁ କିଏ ଉସୁକାଇଥିଲେ ଓ କେଉଁ ପରିସ୍ଥିତିରେ ଏମାନେ ଆତ୍ମହତ୍ୟା ପନ୍ଥା ବାଛିନେଲେ ତାହା ତଦନ୍ତର ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି। ପାରଳାରାଜ ପ୍ରସାଦ ମ୍ୟାନେଜର ସମେତ ୪ ଜଣ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚ ପୁଣି ଥରେ ତଦନ୍ତ ଆରମ୍ଭ କରୁଛି।

ସୁଇସାଇଡ୍ ନୋଟରେ ମୃତକଙ୍କ ହସ୍ତାକ୍ଷର ମ୍ୟାଚ୍‌ ହେବା ପରେ ସୁଇସାଇଡ୍‌ ନୋଟରେ ନାଁ ଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥାର ଅଧିକାରୀଙ୍କୁ ଜେରା କରିବ ଏସଆଇଟି। ମୃତକଙ୍କ ପରିବାର ବର୍ଗ ଦେଇଥିବା ଏଫଆଇଆରରେ ଉଲ୍ଲେଖ ଥିବା ବ୍ୟକ୍ତି ଓ ସଂସ୍ଥାର ଅଧିକାରୀଙ୍କୁ ବି ଜେରା କରିବ ଏସଆଇଟି। ଏହାସହ ମୃତ୍ୟୁ ସମୟରେ ପାରିପାର୍ଶ୍ୱିକ ପରିସ୍ଥିତି ସଂପର୍କରେ ବି ଯାଞ୍ଚ କରିବ ଏସଆଇଟି।