ପାରଳା ମୃତ୍ୟୁ ରହସ୍ୟ: ମାତ୍ରାଧିକ ଔଷଧ ସେବନ ଯୋଗୁଁ ସନ୍ତୋଷର ମୃତ୍ୟୁ

ଗଜପତି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ହସ୍ତାକ୍ଷର ମ୍ୟାଚ୍‌ ହେବା ପରେ ଆଜି ଭିସେରା ରିପୋର୍ଟ ଆସିଛି। ମାତ୍ରାଧିକ ଔଷଧ ସେବନ ଯୋଗୁଁ ସନ୍ତୋଷ ପାତ୍ର ଓରଫ ଟୁଲୁଙ୍କ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପରେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ବ୍ୟକ୍ତି ଓ ସଙ୍ଗଠନର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଅନଙ୍ଗଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅଗଷ୍ଟ […]

parala

parala

Rakesh Mallick
  • Published: Saturday, 17 September 2016
  • Updated: 18 September 2016, 08:40 AM IST

Sports

Latest News

ଗଜପତି: ପାରଳାଖେମୁଣ୍ଡି ମହାରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ହସ୍ତାକ୍ଷର ମ୍ୟାଚ୍‌ ହେବା ପରେ ଆଜି ଭିସେରା ରିପୋର୍ଟ ଆସିଛି। ମାତ୍ରାଧିକ ଔଷଧ ସେବନ ଯୋଗୁଁ ସନ୍ତୋଷ ପାତ୍ର ଓରଫ ଟୁଲୁଙ୍କ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପରେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ବ୍ୟକ୍ତି ଓ ସଙ୍ଗଠନର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଅନଙ୍ଗଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଅଗଷ୍ଟ ୨୧ ତାରିଖରେ ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର, ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ରଙ୍କ ମୃତଦେହ ପୋଲିସ୍‌ ଉଦ୍ଧାର କରିଥିଲା। ଅନଙ୍ଗ ମଞ୍ଜରୀଙ୍କ ଅନ୍ୟ ଜଣେ ଭାଇ ଟୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ଅନଙ୍ଗମଞ୍ଜରୀ ଓ ତାଙ୍କ ୩ ଭାଇଭଉଣୀ ସେମାନଙ୍କ ମୃତ୍ୟୁର କାରଣ ଏବଂ କେଉଁମାନେ ଦାୟୀ ଅଛନ୍ତି ସେ ସମ୍ପର୍କରେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ଉକ୍ତ ସୁଇସାଇଡ୍‌ ନୋଟ୍‌କୁ ଏସ୍‌ଆଇଟି ଜବତ କରି ଯାଞ୍ଚ ପାଇଁ ଫୋରେନ୍‌ସିକ ଲାବକୁ ପଠାଯାଇଥିଲା। ଗତକାଲି ତାର ରିପୋର୍ଟ ଆସିଥିଲା। ସୁଇସାଇଡ୍‌ ନୋଟ୍‌ର ହସ୍ତାକ୍ଷର ସହ ମୃତକଙ୍କ ହସ୍ତାକ୍ଷର ମ୍ୟାଚ ହେଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ସନ୍ତୋଷ ପାତ୍ର ଅତ୍ୟଧିକ କ୍ଲୋରୋ ଡାଏଜୋପୋକ୍ସାଇଡ୍‌ ଓ ଏମ୍‌ଇ ଟ୍ରିପଟାଲିନ୍‌ ସେବନ କରିଥିବାରୁ ମୃତ୍ୟୁ ହୋଇଛି ବୋଲି ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଏମ୍‌କେସିଜି ଫରେନ୍‌ସିକ ମୁଖ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କୁହନ୍ତି,“ପ୍ରଥମରୁ ଆମେ ସନ୍ଦେହ କରୁଥିଲୁ ଏହା ଏକ ବିଷକ୍ରିୟ ଜନିତ ମାମଲା। କିନ୍ତୁ ଏ ସମ୍ପର୍କରେ ଆମେ କିଛି କହିନଥିଲୁ। ଗତକାଲି ଆସିଥିବା ଫୋରେନ୍‌ସିକ ରିପୋର୍ଟରୁ ଜଣାପଡ଼ିଛି ଯେ କ୍ଲୋରୋ ଡାଏଜୋପୋକ୍ସାଇଡ୍‌ ଓ ଏମ୍‌ଇ ଟ୍ରିପଟାଲିନ୍‌ ଓଭର ଡୋଜ ଯୋଗୁଁ ମୃତ୍ୟୁ ହୋଇଛି।”

ସୁଇସାଇଡ୍‌ ନୋଟ୍‌ ହସ୍ତାକ୍ଷର ମ୍ୟାଚ୍‌ ଓ ଭିସେରା ରିପୋର୍ଟ ଆସିବା ପରେ ମୃତକମାନେ ଲେଖିଥିବା ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଅନଙ୍ଗଙ୍କ ଭଉଣୀ ପୂର୍ଣ୍ଣିମା ଦାବି କରିଛନ୍ତି। ସେ କହିଛନ୍ତି, “ଆମେ ଚାହୁଛୁଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏପରିକି ମିଥ୍ୟା ଖବର ପ୍ରଚାର କରିଥିବା ଏକ ଚ୍ୟାନେଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story