ପାରଳା ଗଣଆତ୍ମହତ୍ୟା ମାମଲାର ତୃତୀୟ ପର୍ଯ୍ୟୟ ଏସ୍‌ଆଇଟି ତଦନ୍ତ ଶେଷ

ପାରଳାଖେମୁଣ୍ଡି: ପାରଳା ଗଣଆତ୍ମହତ୍ୟା ମାମଲାର ତୃତୀୟ ପର୍ଯ୍ୟାୟ ଏସ୍‌ଆଇଟି ତଦନ୍ତ ସରିଛି। ଦୁଇ ଦିନରେ ଏସ୍‌ଆଇଟି ଆତ୍ମହତ୍ୟା କରିଥିବା ପାରଳା ପ୍ୟାଲେସ୍‌ର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ରଙ୍କ ସମ୍ପର୍କୀୟ, ମନ୍ଦିର ପୂଜକ ଓ ସାମ୍ୱାଦିକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ଆଜି ଏସ୍‌ଆଇଟି ଟିମ୍‌ ଅନଙ୍ଗଙ୍କ ବଡ଼ଭାଇ ଅମୂଲ୍ୟ ପାତ୍ର, ବଡ଼ଭଉଣୀ ରଜନୀ ଦେବୀ, ଭଣଜା ରାମକୃଷ୍ଣ ପଟ୍ଟନାୟକ, ପୂଜକ ରାଧାକାନ୍ତ ପଣ୍ଡା ଓ ଆନ୍ଧ୍ରପ୍ରଦେଶ ପାତାପାଟନମ୍‌ର ଜମି ବ୍ୟବସାୟୀ ଆନନ୍ଦ ରାଓଙ୍କୁ ଜେରା କରିଛି। ସେମାନେ ଏସ୍‌ଆଇଟିକୁ ସହଯୋଗ କରିଥିବା ପ୍ରକାଶ କରିଛନ୍ତି।

ସେହିପରି ସୁଇସାଇଡ୍‌ ନୋଟ୍‌ରେ ନାଁ ଥିବା ସାମ୍ୱାଦିକ ଦେବାଶିଷ ପାଢ଼ୀଙ୍କୁ ମଧ୍ୟ ଏସ୍‌ଆଇଟି ପଚରାଉଚରା କରିଥିବା ଜଣାପଡ଼ିଛି।