ପାରଳା ପ୍ୟାଲେସ୍ ମୃତ୍ୟୁ ରହସ୍ୟ: ରାଜାଙ୍କ ଆଇନ୍‌ ପରାମର୍ଶଦାତା ଓ ପୂର୍ବତନ ମ୍ୟାନେଜରଙ୍କ ଭଉଣୀଙ୍କୁ ପଚରାଉଚରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜ ପ୍ରାସାଦରେ ୪ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଯାଇଥିବା କ୍ରାଇମବ୍ରାଞ୍ଚର ସ୍ପେଶାଲ ଇନ୍‌ଭେଷ୍ଟିକେସନ ଟିମ୍(ଏସ୍‌ଆଇଟି) ଆଜି ମହାରାଜାଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ଭଉଣୀ ପୂର୍ଣ୍ଣିମାଙ୍କୁ ତାଙ୍କ ଘରେ ଜେରା କରିଛି। ପରେ ମହାରାଜାଙ୍କ ଆଇନ୍‌ ପରାମର୍ଶଦାତାଙ୍କୁ ତାଙ୍କ ଘରେ ପଚାରାଉଚରା କରିଛି। ରାଜାଙ୍କ ଆଇନ୍‌ ପରାମର୍ଶଦାତା ଏଲ୍‌.କେ. ଅଧିକାରୀ କହିଛନ୍ତି, “ଏସ୍‌ଆଇଟି ଟିମ୍‌ ମୋତେ ରାଜାଙ୍କ ସମ୍ପତ୍ତି ସମ୍ପର୍କରେ ପଚାରିଥିଲେ। ମୁଁ ତାଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରିଛି।” […]

paralakham

paralakham

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 09:57 PM IST

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜ ପ୍ରାସାଦରେ ୪ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଯାଇଥିବା କ୍ରାଇମବ୍ରାଞ୍ଚର ସ୍ପେଶାଲ ଇନ୍‌ଭେଷ୍ଟିକେସନ ଟିମ୍(ଏସ୍‌ଆଇଟି) ଆଜି ମହାରାଜାଙ୍କ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ଭଉଣୀ ପୂର୍ଣ୍ଣିମାଙ୍କୁ ତାଙ୍କ ଘରେ ଜେରା କରିଛି। ପରେ ମହାରାଜାଙ୍କ ଆଇନ୍‌ ପରାମର୍ଶଦାତାଙ୍କୁ ତାଙ୍କ ଘରେ ପଚାରାଉଚରା କରିଛି।

ରାଜାଙ୍କ ଆଇନ୍‌ ପରାମର୍ଶଦାତା ଏଲ୍‌.କେ. ଅଧିକାରୀ କହିଛନ୍ତି, “ଏସ୍‌ଆଇଟି ଟିମ୍‌ ମୋତେ ରାଜାଙ୍କ ସମ୍ପତ୍ତି ସମ୍ପର୍କରେ ପଚାରିଥିଲେ। ମୁଁ ତାଙ୍କୁ ସମସ୍ତ କାଗଜପତ୍ର ପ୍ରଦାନ କରିଛି।”

ଏସ୍‌ଆଇଟିର ଅନ୍ୟ ଏକ ଟିମ୍‌ ମହାରାଜାଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ସମ୍ପର୍କରେ ରାଜ ଉଆସରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିଥିଲା।

ପାରଳାଖେମୁଣ୍ଡି ଥାନାରେ ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଦେଇଥିବା ଏତଲାରେ ସ୍ଥାନୀୟ ବିଧାୟକ, ପୂର୍ବତନ ବିଜେଡି ଜିଲ୍ଲା ସଭାପତିଙ୍କ ସମେତ ଅନେକ ନେତାଙ୍କ ନାମ ଥିବାରୁ ସେମାନଙ୍କୁ ଜେରା କରାଯିବା ସମ୍ଭାବନା ରହିଛି। ଏକ ଘରୋଇ ଚ୍ୟାନେଲ କର୍ମକର୍ତ୍ତାଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି।

ସେହିପରି ବିଭିନ୍ନ ଗଣମାଧ୍ୟମରେ ରାଜାଙ୍କ ଭାଇ ବୋହୂଙ୍କ ସହ ବିଧାୟକଙ୍କ ଫଟୋ ଘୋରି ବୁଲୁଛି। ଏହାକୁ ତଦନ୍ତ ପରିସରକୁ ନିଆଯାଇପାରେ ବୋଲି ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos