ପାର୍ସଲ ବୋମା ଘଟଣାରେ SIT ତଦନ୍ତ ଆରମ୍ଭ: ଫେଲ ମାରିଥିଲା ପୋଲିସ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ SIT ତଦନ୍ତ ହୋଇଛି। କ୍ରାଇବ୍ଲାଞ୍ଚର ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ  SIT ଟିମ କଟକ ବଡ଼ ମେଡିକାଲ ଯାଇ ବିସ୍ଫୋରଣରେ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି । ଘଟଣାକୁ ୨୫ରୁ ଊର୍ଦ୍ଧ୍ୱ ପୁରି ଥିବା ବେଳେ ପୋଲିସ  କୌଣସି ସୁରାକ୍ ପାଇବାରେ ବିଫଳ ହେବାରୁ ଗତକାଲି  ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ।  ତେବେ SIT କେବେ ଓ କେମିତି […]

khabar

khabar

Rakesh Mallick
  • Published: Friday, 23 March 2018
  • Updated: 23 March 2018, 09:47 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ SIT ତଦନ୍ତ ହୋଇଛି। କ୍ରାଇବ୍ଲାଞ୍ଚର ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ  SIT ଟିମ କଟକ ବଡ଼ ମେଡିକାଲ ଯାଇ ବିସ୍ଫୋରଣରେ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି । ଘଟଣାକୁ ୨୫ରୁ ଊର୍ଦ୍ଧ୍ୱ ପୁରି ଥିବା ବେଳେ ପୋଲିସ  କୌଣସି ସୁରାକ୍ ପାଇବାରେ ବିଫଳ ହେବାରୁ ଗତକାଲି  ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ।  ତେବେ SIT କେବେ ଓ କେମିତି ଘଟଣାର ପର୍ଦ୍ଦାଫାଶ କରିପାରୁଛି ତା’ ଉପରେ ନଜର  ରହିଛି।

ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର ଖିଅ ପାଇପାରି ନ ଥିଲା । ସେପଟେ ମୃତ ସୌମ୍ୟଶେଖର ଓ ଆହତ ନବବଧୂ ରୀମାଙ୍କ ବାପ-ମା’ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତୁରନ୍ତ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ।  ସେହିପରି ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀକୁ ଯେପରି ତୁରନ୍ତ ଠାବ କରାଯାଇପାରିବ ସେନେଇ ପଦକ୍ଷେପ ନେବାକୁ ଆହତ ରୀମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ।  ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସିବିଆଇ ତଦନ୍ତ ହେଲେ ହିଁ ସତ ପଦାକୁ ଆସିବ ବୋଲି ମୃତ ସୌମ୍ୟଶେଖର ବାପା ମୁଳରୁ ଦାବି କରି ଆସୁଛନ୍ତି ।

ସେହିପରି ପାଟଣାଗଡ଼ର ଜନସାଧାରଣ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସନ୍ତୁଷ୍ଟ ନୁହନ୍ତି । ପୋଲିସ ପ୍ରାୟ ମାସେ ଧରି ତଦନ୍ତ କରି କୌଣସି ସୁରାକ୍ ପାଇ ନ ଥିବାରୁ କ୍ରାଇମବ୍ରାଞ୍ଚ ଘଟଣାର ମୂଳରେ ପହଞ୍ଚିବାରେ କେତେ ସଫଳ ହେବ ତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ରହିଛି । ଗତ ଫେବ୍ରୁଆରୀ ୨୩ ତାରିଖରେ ବାହାଘର ଉପହାର ବାକ୍ସ ଖୋଲୁ ଖୋଲୁ  ବିସ୍ଫୋରଣ ଘଟିଥିଲା।  ଏଥିରେ ନବ ବିବାହିତ ସୌମ୍ୟଶେଖର ଓ ତାଙ୍କ ସଂପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା। ତେବେ ପାର୍ସଲ ବୋମାର ତୀବ୍ରତା ଯାହା ଥିଲା ସେଭଳି ବୋମା କେବଳ ଜଣେ  ଏକ୍ସପର୍ଟ ହିଁ ତିଆରି କରିପାରିବେ ବୋଲି କୁହାଯାଉଛି।  ସେହିପରି ଏହାକୁ ଫେକ୍ ନାଁ ବ୍ୟବହାର କରି କୋରିଅର ସଂସ୍ଥା ମାଧ୍ୟମରେ ଟ୍ରାକିଂ କରି ଯେଭଳି ସୌମ୍ୟଶେଖରଙ୍କ ଘରେ ପହଞ୍ଚାଗଲା,  ସେଥିରୁ ଷଡ଼ଯନ୍ତକାରୀର କେତେ ଚତୁର ତାହା ସ୍ପଷ୍ଟ ହେଉଛି । ସେ ଦୃଷ୍ଟିରୁ ଚକ୍ରାନ୍ତର ଚାବି ଖୋଲିବାରେ SIT କେତେଦୂର ସଫଳ ହେଉଛି ତାହା ଉପରେ ନଜର।

https://youtu.be/P3zMMFeDXfQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos