ପରିବାର ସଂଖ୍ୟାକୁ ନେଇ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ଭିନ୍ନ ମତ

ଭୁବନେଶ୍ୱର: ସରକାରଙ୍କ ଦୁଇ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟରେ ତାଳମେଳ ନାହିଁ। ଆଜି ଏପରି ଦେଖିବାକୁ ମିଳିଛି ମୌସୁମୀ ଅଧିବେସନରେ। ରାଜ୍ୟରେ ପରିବାର ସଂଖ୍ୟାକୁ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ପଞ୍ଚାୟତିରାଜ ବିଭାଗର ତଥ୍ୟରେ ୫,୫୬,୯୩୨ ଅଧିକ ପରିବାର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଲୋକଙ୍କୁ ବିଦ୍ୟୁତ୍‌, ସଡ଼କ, ପାଣି ଓ ପାଇଖାନା ଯୋଗାଇବା ନେଇ ବାହାବାହା ନେଇଥିବା ସରକାରଙ୍କ ସତ୍ୟ ବିଧାନସଭା ତଥ୍ୟରୁ […]

assembly

assembly

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 08:41 PM IST

Sports

Latest News

assemblyଭୁବନେଶ୍ୱର: ସରକାରଙ୍କ ଦୁଇ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟରେ ତାଳମେଳ ନାହିଁ। ଆଜି ଏପରି ଦେଖିବାକୁ ମିଳିଛି ମୌସୁମୀ ଅଧିବେସନରେ। ରାଜ୍ୟରେ ପରିବାର ସଂଖ୍ୟାକୁ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ପଞ୍ଚାୟତିରାଜ ବିଭାଗର ତଥ୍ୟରେ ୫,୫୬,୯୩୨ ଅଧିକ ପରିବାର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଲୋକଙ୍କୁ ବିଦ୍ୟୁତ୍‌, ସଡ଼କ, ପାଣି ଓ ପାଇଖାନା ଯୋଗାଇବା ନେଇ ବାହାବାହା ନେଇଥିବା ସରକାରଙ୍କ ସତ୍ୟ ବିଧାନସଭା ତଥ୍ୟରୁ ପଦାରେ ପଡିଛି।

ଆଜି ଗୃହରେ ଉତ୍ତର ରଖିବା ବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ ଗ୍ରାମାଞ୍ଚଳରେ ମୋଟ ୮୧,୨୦,୬୧୯ ପରିବାର ରହୁଛନ୍ତି। କିନ୍ତୁ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ୮୬,୭୭,୫୫୧ ପରିବାର ଅଛନ୍ତି। ଦୁଇ ମନ୍ତ୍ରୀଙ୍କ ଏପରି ଭିନ୍ନ ତଥ୍ୟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଗୃହରେ ଉତ୍ତର ରଖିବା ବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦେଇଥିବା ତଥ୍ୟରୁ ଗ୍ରାମାଞ୍ଚଳର ବିକାଶ କେତେ ହୋଇଛି ତାହା ପଦାରେ ପଡିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ମୋଟ ୫୦,୦୦୦ ଗାଁରୁ ୧୫,୨୪୭ ଗାଁକୁ ଏପର୍ଯ୍ୟନ୍ତ ସବୁଦୁନିଆ ରାସ୍ତା ନାହିଁ। ୮୧,୨୦,୬୧୯ ପରିବାର ମଧ୍ୟରୁ ମାତ୍ର ୧,୭୪.୦୦୦ ପରିବାର ପାଖରେ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିଛି। ୫୧,୪୩,୦୦୦ ପରିବାର ପାଖରେ ପାଇଖାନା ନାହିଁ। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ କହିଛନତି ୮୬,୭୭,୫୫୧ ପରିବାର ମଧ୍ୟରୁ ୪୮,୮୨,୦୦୦ ପରିବାର କଚ୍ଚା ଘରେ ରହୁଛନ୍ତି। ଶକ୍ତିମନ୍ତ୍ରୀଙ୍କ ତଥ୍ୟ କହୁଛି ରାଜ୍ୟରେ ଏବେ ମଧ୍ୟ ୧୫୬୯ ଗାଁକୁ ବିଦ୍ୟୁତ୍‌ ପହଞ୍ଚି ପାରିନାହିଁ।

୩ ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି,“ବିଭାଗ ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ। ଏଥିରୁ ଜଣାପଡୁଛି ଏମାନେ ଲୋକଙ୍କ ପାଇଁ କ’ଣ କାମ କରୁଛନ୍ତି। କେବଳ ନିର୍ବାଚନ ସମୟରେ ଭୋଟ କେମିତି ଆସିବ ସେଥିପାଇଁ ଯୋଜନା କରୁଛନ୍ତି। ଏହା ଏକ ସ୍ଥାଣୁ ସରକାର।”

ବିଜେପି ବିଧାୟକ ରବି ନାରାୟଣ ନାଏକ କହିଛନ୍ତି,“ଦୁଇ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ନ ରହିବା ଆମ ପାଇଁ ଦୁର୍ଭାଗ୍ୟ। ବିଭାଗ ବିଭାଗ ପାଖରେ ସଠିକ୍‌ ତଥ୍ୟ ନ ରହିଲେ ଲୋକଙ୍କ କାମ କେମିତି କରିବ।”

ବିଜେଡି ମୁଖ୍ୟପାତ୍ର ସମୀର ଦାଶ କହିଛନ୍ତି,“ବିତ୍ୟୁତ୍‌, ସଡ଼କ ଗ୍ରାମାଞ୍ଚଳରେ ନିଶ୍ଚିତ ଭାବେ ପହଞ୍ଚିଛି। ଗ୍ରାମାଞ୍ଚଳର ଲୋକେ ଏହାକୁ ଗ୍ରହଣ କରିଛି। ଆପଣ ଗ୍ରାମାଞ୍ଚଳକୁ ଗଲେ ଜାଣିପାରିବେ। ଯେଉଁ ତାଳମେଳ କଥା କୁହାଯାଉଛି ମୋତେ ଲାଗୁଛି ପ୍ରିଣ୍ଟରେ କିଛି ତ୍ରୁଟି ରହିଥିବ। ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନ ଥିବା ଅଭିଯୋଗ ଠିକ୍‌ ନୁହେଁ।”

ମାଓବାଦୀ ପ୍ରଭାବିତ ସମସ୍ତ ଗାଁକୁ ୨୦୧୯ ସୁଦ୍ଧା ସରକାର ସଡ଼କ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବିଦ୍ୟୁତ୍‌ ନ ଥିବା ଗାଁରେ ବିଭିନ୍ନ ଯୋଜନାରେ ବିଜୁଳି ସଂଯୋଗ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏସବୁ କେବେ କାର୍ଯ୍ୟକାରୀ କେବେ ତାକୁ ନେଇ ପ୍ରଶ୍ନ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos