ପଟ୍ଟାମୁଣ୍ଡାଇରେ ୫ମ ଦିନରେ ୧୪୪ ବଳବତ୍ତର

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପଞ୍ଚମ ଦିନ ପାଇଁ ୧୪୪ ଧାରା ଜାରି ରହିଛି। ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ। ସହରର ପ୍ରମୁଖ ଛକରେ ପୋଲିସ୍‌ ମୁତୟନ ହୋଇଛନ୍ତି। ପରିସ୍ଥିତିରେ ସୁଧାର ପାଇଁ  ଆଜି ବସିଥିବା ଶାନ୍ତି କମିଟି ବୈଠକରେ ଅଞ୍ଚଳରେ ଶାନ୍ତି ବଜାଇ ରଖିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି।

ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ ଦେବପ୍ରିୟ ଦାସଙ୍କ ସମେତ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଏସ୍‌ପି, ବ୍ଲକ ଅଧ୍ୟକ୍ଷ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷା ପ୍ରମୁଖ ଯୋଗ ଦେଇଥିଲେ। ସବୁ ପକ୍ଷର ମତାମତ ସଂଗ୍ରହ କରାଯିବା ପରେ ସର୍ବ ସାଧାରଣ ରାସ୍ତାରେ ସମସ୍ତଙ୍କ ମେଢ଼ ଯିବ। ଯାହାର କିଛି ଅଭିଯୋଗ ଥିବ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବ ବୋଲି ଜିଲ୍ଲପାଳ କହିଥିଲେ।