ପାଉଁରୁଟିରେ କ୍ୟାନସର ସୃଷ୍ଟିକାରୀ ନମୁନା ଥିବା ଘଟଣା: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ମ୍ୟାଗି ନୁଡୁଲ୍ସ ପରେ ଏବେ ପାଉଁରୁଟି ପ୍ରସ୍ତୁତକୁ ନେଇ ଅଭିଯୋଗ ଆସିଛି। ପାଉଁରୁଟି, ପିଜା ପ୍ରଭୃତିର ପ୍ରସ୍ତୁତିରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ମିଶୁଥିବା ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଉଁରୁଟି ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶୀଘ୍ର ପାଉଁରୁଟିର ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରସ୍ତୁତ ହେଉଥିବା ପାଉଁରୁଟି କ୍ଷତିକାରକ ନୁହେଁ ବୋଲି ପ୍ରସ୍ତୁତକାରୀ କମ୍ପାନୀମାନେ […]

bread

bread

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 05:15 PM IST

Sports

Latest News

breadଭୁବନେଶ୍ୱର: ମ୍ୟାଗି ନୁଡୁଲ୍ସ ପରେ ଏବେ ପାଉଁରୁଟି ପ୍ରସ୍ତୁତକୁ ନେଇ ଅଭିଯୋଗ ଆସିଛି। ପାଉଁରୁଟି, ପିଜା ପ୍ରଭୃତିର ପ୍ରସ୍ତୁତିରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ମିଶୁଥିବା ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଉଁରୁଟି ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶୀଘ୍ର ପାଉଁରୁଟିର ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରସ୍ତୁତ ହେଉଥିବା ପାଉଁରୁଟି କ୍ଷତିକାରକ ନୁହେଁ ବୋଲି ପ୍ରସ୍ତୁତକାରୀ କମ୍ପାନୀମାନେ କହିଛନ୍ତି।

ପାଉଁରୁଟି ପ୍ରସ୍ତୁତ ପାଇଁ ମଇଦା, ଚିନି, ତେଲ, ଇଷ୍ଟ ଓ ଇମ୍ପ୍ରୁଭର ବ୍ୟବହାର ହୋଇଥାଏ। ଇମ୍ପ୍ରୁଭରରେ ପୋଟାସିୟମ ଆୟୋଡେଟ୍‌ ଓ ପୋଟାସିୟମ ବ୍ରୋମେଟ୍‌ ଭଳି ପଦାର୍ଥ । ଏ ସମସ୍ତ ପଦାର୍ଥ ମିଶ୍ରଣ ପରେ ଏହାକୁ ବେକ୍‌ କରାଯାଇଥାଏ। ବେକିଂ ପରେ କିଛି ସମୟ ଥଣ୍ଡା କରାଯାଇ ସ୍ଲାଇସିଂ ଓ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଇଥାଏ। ତେବେ ମିଶା ଯାଉଥିବା ଏହି ସାମଗ୍ରୀ ବ୍ୟବହାର ପୂର୍ବରୁ ଯାଞ୍ଚ କରାଯାଇଥାଏ। ଏବେ ବିବାଦ ଦେଖା ଦେଇଥିବାରୁ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ପୁଣି ଏହାକୁ ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଥିବା ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି।

ପ୍ୟାରିସ ବେକେରୀ ସିଇଓ ଜୟନାରାୟଣ ପୂଜାପଣ୍ଡା କହିଛନ୍ତି, “ଇମ୍ପ୍ରୁଭର କମ ହୋଇଗଲେ ପାଉଁରୁଟି ଟାଣ ହୋଇଯାଏ ଓ ଅଧିକ ପକାଇଲେ ଏହାର ଆକୃତି ଠିକ ରହିବ ନାହିଁ। ବଜାରକୁ ପାଉଁରୁଟି ଯିବା ପୂର୍ବରୁ ଆମ କ୍ୱାଲିଟି କଣ୍ଟୋଲ ଟିମ୍‌ ପୂରା ପ୍ରକ୍ରିୟାକୁ ଯାଞ୍ଚ କରିଥାନ୍ତି। ଅଭିଯୋଗ ଆସିବା ପରେ ଆମେ ଟେଷ୍ଟ ପାଇଁ ପଠାଇଛୁ।”

ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି, “ଦିନେ ଦୁଇଦିନ ମଧ୍ୟରେ ଯେତେ ପାରିବୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବୁ। ଆମ ରାଜ୍ୟରେ ପ୍ରସ୍ତୁତ ହେଉଥିବା ପାଉଁରୁଟିରେ କେତେ ପରିମାଣର କେଉଁ ସାମଗ୍ରୀ ମିଶା ଯାଉଛି ତାହାର ଯାଞ୍ଚ କରାଯିବ। ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ।”

ପ୍ୟାକିଂ ହେଉଥିବା ଖାଦ୍ୟକୁ ବେଶି ଦିନ ସତେଜ ରଖିବାକୁ କେମିକାଲ ବ୍ୟବହାର କରାଯାଉଛି। ଯାହା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ବୋଲି କ୍ୟାନସର ରୋଗ ବିଶେଷଜ୍ଞ ଡା. ମନୋରଞ୍ଜନ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ପାଉଁରୁଟି ବିରୋଧରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos