ପିସିସି ମୁଖ୍ୟଙ୍କ ବିରୋଧରେ ଅସନ୍ତୋଷ ରହିଛି: ହେମାନନ୍ଦ

ଭୁବନେଶ୍ୱର: ପିସିସି ନେତୃତ୍ୱ ବିରୋଧରେ ଦଳରେ କିଛି ନେତାଙ୍କ ଅସନ୍ତୋଷ ରହିଛି। ଓଡ଼ିଶାରେ ଦଳକୁ ମଜବୁତ କରିବାକୁ ହେଲେ ଦଳରେ ଥିବା ବରିଷ୍ଠ ନେତାମାନଙ୍କୁ ଡାକି ଆଲୋଚନା କରିବା ପାଇଁ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ପିସିସିରୁ ବାଦ ପଡିଥିବା ବରିଷ୍ଠ ନେତାଙ୍କୁ ସମ୍ମାନଜନକ ପଦବୀର ଦାୟିତ୍ୱ ଦେବାକୁ ସେ ରାହୁଲଙ୍କୁ କହିଛନ୍ତି। ରାହୁଲଙ୍କୁ ଭେଟିବା ପରେ ବିଶ୍ୱାଳ କହିଛନ୍ତି, “ବିଭିନ୍ନ ସମୟରେ ବିଭିନ୍ନ ନେତା ରାଜ୍ୟର […]

hemananda

hemananda

Rakesh Mallick
  • Published: Wednesday, 08 June 2016
  • Updated: 08 June 2016, 07:17 PM IST

Sports

Latest News

hemanandaଭୁବନେଶ୍ୱର: ପିସିସି ନେତୃତ୍ୱ ବିରୋଧରେ ଦଳରେ କିଛି ନେତାଙ୍କ ଅସନ୍ତୋଷ ରହିଛି। ଓଡ଼ିଶାରେ ଦଳକୁ ମଜବୁତ କରିବାକୁ ହେଲେ ଦଳରେ ଥିବା ବରିଷ୍ଠ ନେତାମାନଙ୍କୁ ଡାକି ଆଲୋଚନା କରିବା ପାଇଁ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ପିସିସିରୁ ବାଦ ପଡିଥିବା ବରିଷ୍ଠ ନେତାଙ୍କୁ ସମ୍ମାନଜନକ ପଦବୀର ଦାୟିତ୍ୱ ଦେବାକୁ ସେ ରାହୁଲଙ୍କୁ କହିଛନ୍ତି।

ରାହୁଲଙ୍କୁ ଭେଟିବା ପରେ ବିଶ୍ୱାଳ କହିଛନ୍ତି, “ବିଭିନ୍ନ ସମୟରେ ବିଭିନ୍ନ ନେତା ରାଜ୍ୟର ନେତୃତ୍ୱ ନେଇଛନ୍ତି। ପ୍ରସାଦ ହରିଚନ୍ଦନ ନେତୃତ୍ୱ ନେବାର ଗୋଟେ ବର୍ଷ ପାଖାପାଖି ହୋଇଛି। ଦଳ ତରଫରୁ ବହୁ କାର୍ଯ୍ୟକ୍ରମ କରାଯାଉଛି। ୧୦ ତାରିଖରେ ବ୍ଲକ ଘେରାଉ କରାଯିବ। ଆଗାମୀ ଦିନରେ ନେତୃତ୍ୱ ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ମୁଁ ଆଲୋଚନା କରିବାକୁ ଆସି ନ ଥିଲି କି ଆଲୋଚନା କରିନାହିଁ। ଦଳର ନେତୃତ୍ୱକୁ ନେଇ ରାଜ୍ୟରେ କିଛି ନେତାଙ୍କ ଅସନ୍ତୋଷ ଥାଇପାରେ, ଏହାକୁ ମନା କରି ହେବ ନାହିଁ।”

ସେ କହିଛନ୍ତି, “ଦିଲ୍ଲୀକୁ ଯେଉଁ କାମରେ ଆସିଲେ ମଧ୍ୟ ଆମେ ଦଳର ନେତ୍ରୀ ଓ ନେତାଙ୍କୁ ଭେଟି ଥାଉ। ଆଜି ରାହୁଲ ଗାନ୍ଧିଙ୍କୁ ଭେଟିବା ଲାଗି ମୋତେ ସମୟ ମିଳିଥିଲା। ତାଙ୍କୁ ଭେଟି ଦଳର ପରିସ୍ଥିତି, ରାଜ୍ୟର ଓ ଜାତୀୟ ସ୍ତରର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲି। ଓଡ଼ିଶାରେ ପୁଣି ଥରେ କଂଗ୍ରେସ କିପରି ମଜଭୁତ ହେବ ସେ ବିଷୟରେ ଆମେ ଆଲୋଚନା କରିଥିଲୁ। ଦଳର ବରିଷ୍ଠ ନେତାଙ୍କୁ ଡାକି ଆଲୋଚନା କରିବାକୁ ରାହୁଲଙ୍କୁ କହିଥିଲି। ଏହାସହ ବରିଷ୍ଠ ନେତାମାନଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଛି।”

ସେ କହିଛନ୍ତି, “ରାଜ୍ୟରେ ଦଳ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ୨ ଥର ବ୍ଲକ ଘେରାଉ କରାଯାଇଛି। ବିପିଏଲ୍‌ କାର୍ଡ, ରାସନକାର୍ଡ ଅନିୟମିତତାକୁ ନେଇ ତୃତୀୟ ଥର ବ୍ଲକ ଘେରାଉ କରାଯିବ। ରାଜ୍ୟରେ ବିଜେଡି ସରକାର ୧୭ ବର୍ଷ ପୂରଣ କରିସାରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତିର ଉତ୍ସବ ମନାଉଛନ୍ତି। ଏହି ସମୟରେ ଏନଡିଏ ଓ ବିଜେଡି ସରକାର ଲୋକଙ୍କୁ ବହୁତ ଭୁଲ ତଥ୍ୟ ଦେଉଛନ୍ତି। ବ୍ଲକ ଘେରାଉ ବେଳେ ଏହାକୁ ଆମେ ଲୋକଲୋଚନକୁ ଆଣିବୁ। ଏ ନେଇ ରାଜ୍ୟପାଳଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯିବ।”

କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, “ସେମାନେ ବରିଷ୍ଠ ନେତା, ସେମାନଙ୍କ ମନ୍ତବ୍ୟ ଉପରେ ଟିପ୍ପଣି ଦେବା ଠିକ୍‌ ହେବନାହିଁ। ଦୁଇଦିନ ପରେ ଦଳ ‘ଧିକ୍କାର ଦିବସ’ ପାଳନ କରିବ। ଏବେ ଏପରି ମନ୍ତବ୍ୟ ଦେବା ଦଳୀୟ କର୍ମୀଙ୍କ ମନୋବଳକୁ ପ୍ରଭାବିତ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story