ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉ: ପିସିସି ସଭାପତି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ ହେବା ଦରକାର। ଶନିବାର ଏକଥା  କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ସେ କହିଛନ୍ତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ସେଠିକାର ଛାତ୍ରୀମାନଙ୍କୁ ଅଟକ ରଖାଯାଇ ସେମାନଙ୍କ ମାନବାଧିକରକୁ କ୍ଷୁର୍ଣ୍ଣ କରାଯାଇଛି। ଏଭଳି ମାନବାଧିକାର ଉଲ୍ଲଂଘନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଦରକାର ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।  ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୨୦ (ଖ), […]

prasadharichandan

prasadharichandan

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 08:28 AM IST

Sports

Latest News

prasadharichandanଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଅଟକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ ହେବା ଦରକାର। ଶନିବାର ଏକଥା  କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ସେ କହିଛନ୍ତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ସେଠିକାର ଛାତ୍ରୀମାନଙ୍କୁ ଅଟକ ରଖାଯାଇ ସେମାନଙ୍କ ମାନବାଧିକରକୁ କ୍ଷୁର୍ଣ୍ଣ କରାଯାଇଛି। ଏଭଳି ମାନବାଧିକାର ଉଲ୍ଲଂଘନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଦରକାର ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।  ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୨୦ (ଖ), ୩୪୦, ୩୪୧ ଓ ୩୫୪ ଧାରାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ଆଜି ଅପରାହ୍ନରେ ଗୃହରେ ବିବୃତି ରଖିବାକୁ ବାଚସ୍ପତି ସରକାରଙ୍କୁ କହିଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଏହାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଟକ ଛାତ୍ରୀମାନେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିଛି ଛାତ୍ରୀଙ୍କୁ ସଭାସ୍ଥଳକୁ ଛାଡ଼ି ଦିଆଯାଇ ନ ଥିବା ନେଇ ଅଭିଯୋଗ ହୋଇଛି। ସେମାନଙ୍କୁ ତାଲା ପକାଇ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos