ମେଣ୍ଟ ଚର୍ଚ୍ଚାକୁ ନେଇ କଂଗ୍ରେସର ସଫେଇ: ଆମେ କିଛି ନୁହଁ, ଯାହା କରିବ ଏଆଇସିସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କାହା ସହିତ ମେଣ୍ଟ ହେବ ସେ ନିଷ୍ପତ୍ତି ଆମେ ନେଇପାରିବୁ ନାହିଁ। ନିଷ୍ପତ୍ତି ନେବ  ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)। ଆମେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସହିତ ଲଢ଼ୁଛୁ ବୋଲୁ କହି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ। ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରସାଦ କହିଥିଲେ-“ବିଜେପି ଏକ ସାମ୍ପ୍ରଦାୟିକ ଦଳ ବା ଶକ୍ତି। ଏହା ନୂଆକଥା […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କାହା ସହିତ ମେଣ୍ଟ ହେବ ସେ ନିଷ୍ପତ୍ତି ଆମେ ନେଇପାରିବୁ ନାହିଁ। ନିଷ୍ପତ୍ତି ନେବ  ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)। ଆମେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସହିତ ଲଢ଼ୁଛୁ ବୋଲୁ କହି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ।

ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରସାଦ କହିଥିଲେ-“ବିଜେପି ଏକ ସାମ୍ପ୍ରଦାୟିକ ଦଳ ବା ଶକ୍ତି। ଏହା ନୂଆକଥା ନୁହେଁ। ମେଣ୍ଟ ନେଇ ବିଜେଡି ଉପସଭାପତି ଦାମୋଦର ରାଉତ ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତ। କଂଗ୍ରେସ କାହା ସହ ମେଣ୍ଟ କରିବ, ସେନେଇ ନିଷ୍ପତ୍ତି ନେବ ଏଆଇସିସି। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ଏ.କେ ଆଣ୍ଟୋନୀ। ଏ.କେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ପ୍ରଦେଶ କଂଗ୍ରସ କମିଟି ସହିତ ଆଲୋଚନା କରି ନିଷ୍ପତ୍ତି ନିଅନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos