ସ୍ୱାଭାବିକ ହୋଇଛି ଭଦ୍ରକ: ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଭଦ୍ରକ: ସ୍ୱାଭାବିକ ହୋଇଛି ଭଦ୍ରକ ସ୍ଥିତି। ଗତକାଲି ଅପରାହ୍ନ ୪ଟାରୁ ବଳବତ୍ତର ରହିଥିବା କର୍ଫ୍ୟୁକୁ ଆଜି ସକାଳ ୭ଟାରୁ ହଟାଇ ଦିଆଯାଇଛି। ଆଜି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସ୍ଥିତି ସୁଧୁରୁଥିବାରୁ ଗତକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ପୁଣି ଅପରାହ୍ନ ୪ଟାରୁ କର୍ଫ୍ୟୁ ବଳବତ୍ତର ରହିଥିଲା। କାଲି ମଧ୍ୟ ଭଦ୍ରକରୁ ବିଭିନ୍ନ ଗ୍ରାମାଞ୍ଚଳକୁ ବସ୍ ସେବା ଆରମ୍ଭ ହୋଇଥିଲା। ଚାନ୍ଦବାଲି, ବନ୍ତ ଓ […]

bhadrak

bhadrak

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 07:58 AM IST

Sports

Latest News

ଭଦ୍ରକ: ସ୍ୱାଭାବିକ ହୋଇଛି ଭଦ୍ରକ ସ୍ଥିତି। ଗତକାଲି ଅପରାହ୍ନ ୪ଟାରୁ ବଳବତ୍ତର ରହିଥିବା କର୍ଫ୍ୟୁକୁ ଆଜି ସକାଳ ୭ଟାରୁ ହଟାଇ ଦିଆଯାଇଛି। ଆଜି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି।

ସ୍ଥିତି ସୁଧୁରୁଥିବାରୁ ଗତକାଲି ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ପୁଣି ଅପରାହ୍ନ ୪ଟାରୁ କର୍ଫ୍ୟୁ ବଳବତ୍ତର ରହିଥିଲା। କାଲି ମଧ୍ୟ ଭଦ୍ରକରୁ ବିଭିନ୍ନ ଗ୍ରାମାଞ୍ଚଳକୁ ବସ୍ ସେବା ଆରମ୍ଭ ହୋଇଥିଲା। ଚାନ୍ଦବାଲି, ବନ୍ତ ଓ ଧାମନଗର ଆଦି ଅଞ୍ଚଳକୁ ବସ୍ ଚଳାଚଳ କରିଥିଲା। ଫଳରେ ଯାତ୍ରୀମାନେ ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭଦ୍ରକ ଗସ୍ତରେ ଯାଇ ହିଂସା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos