ଜାତିପାରିଲୋରେ ବୈଜୟନ୍ତଙ୍କୁ ବିରୋଧ: ସମର୍ଥକ-ବିରୋଧୀ ମୁହାଁମୁହିଁ

କଟକ: ବିରୋଧ ସତ୍ତ୍ୱେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ ଓଭର୍ ହେଡ ପାଣି ଟାଙ୍କି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶତାଧିକ କର୍ମୀଙ୍କ ଗହଣରେ ବୈଜୟନ୍ତ ଜାତିପାରିଲୋ ଯାଇ ପାଣିଟାଙ୍କି ଉଦଘାଟନ କରିଥିଲେ। ତେବେ ଉଦଘାଟନ ବେଳେ କିଛି ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସାଂସଦଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସାଂସଦ ପଣ୍ଡା, ସ୍ଥାନୀୟ ବିଧାୟକ ଓ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ […]

baijayanta

baijayanta

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 12:03 PM IST

Sports

Latest News

କଟକ: ବିରୋଧ ସତ୍ତ୍ୱେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ ଓଭର୍ ହେଡ ପାଣି ଟାଙ୍କି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶତାଧିକ କର୍ମୀଙ୍କ ଗହଣରେ ବୈଜୟନ୍ତ ଜାତିପାରିଲୋ ଯାଇ ପାଣିଟାଙ୍କି ଉଦଘାଟନ କରିଥିଲେ। ତେବେ ଉଦଘାଟନ ବେଳେ କିଛି ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ସାଂସଦଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ସାଂସଦ ପଣ୍ଡା, ସ୍ଥାନୀୟ ବିଧାୟକ ଓ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି। ଏପରିକି ଗତକାଲି ଏଠାରେ ଉଦ୍‌ଘାଟନ ଫଳକକୁ ମଧ୍ୟ ଭଙ୍ଗା ଯାଇଥିଲା। ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଘଟଣା ସ୍ଥଳରେ ୨ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି।

ତେବେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡକା ଯାଇ ନ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକା ଯାଇଥିବା କହିଛନ୍ତି ସାଂସଦ ପଣ୍ଡା। ସେ ଆହୁରି କହିଛନ୍ତି,“ଉତ୍ସବକୁ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଡକା ଯାଇଥିଲା। ପ୍ରକଳ୍ପ ଫଳକରେ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଥିଲା। ପୂର୍ବରୁ ଉଦ୍‌ଘାଟିତ ପ୍ରକଳ୍ପରେ ମଧ୍ୟ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଅଛି।”

ସେ କହିଛନ୍ତି,“କେନ୍ଦ୍ରାପଡ଼ାରେ ୫୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏଥିରୁ ପ୍ରତିଦିନି ୫୨ ଲକ୍ଷ ଲିଟର ପିଇବା ପାଣି ଯୋଗାଯିବ। ଏଭଳି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଉତ୍ତର ଦେବାକୁ ହେବ।”

ପଣ୍ଡାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ କହିଛନ୍ତି,“ଆମେ ବିଧାୟକ ପ୍ରତାପ ଜେନାଙ୍କ ପାଖକୁ ଯାଇଥିଲୁ। ସେ ମାହାଙ୍ଗାର ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାକୁ କହିଥିଲେ, ଆମେ ଭେଟିଲୁ। ଫଳକରେ କ’ଣ ଲେଖା ହେବ ମାହାଙ୍ଗା ଯୁବ ବିଜେଡି ସଭାପତି କହିଥିଲେ। ଏହାପରେ ବି କ’ଣ ପାଇଁ ବିରୋଧ କରାଯାଉଛି ଆମେ ବୁଝିପାରୁନାହୁଁ।”

ଘଟଣାକୁ ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,“ଘଟଣାରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ସାଂସଦ ଯେଉଁ ଦୋଷ ଦେଉଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ। ଯଦି ସ୍ଥାନୀୟ ଲୋକେ ଏଭଳି କରିଥିବା କଥା ସାଂସଦ କହୁଛନ୍ତି, ତେବେ ସ୍ଥାନୀୟ ବାସିନ୍ଦାଙ୍କ ମାନସିକତା ବୁଝିବାକୁ ପଡିବ। ଘଟଣା ସମ୍ପର୍କରେ ସାଂସଦ କର୍ମୀଙ୍କୁ ପଚାରନ୍ତୁ। ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଲୋକ ପ୍ରତିନିଧି ବୁଝିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos