ଫୁଲବାଣୀ: ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ପ୍ରସୂତି ମହିଳା ମୃତ, ୫ ଆହତ

କନ୍ଧମାଳ: ଫୁଲବାଣୀର ଶଙ୍କରାଖୋଲ ନିକଟରେ  ଆଜି  ଭୋର ପ୍ରାୟ ୪ଟା ବେଳେ ୧୦୨ ଆମ୍ବୁଲାନ୍ସ  ଦୁର୍ଘଟଣା ଘଟି ଜଣେ  ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଶାକର୍ମୀଙ୍କ ସମେତ ୫ ଜଣ  ଆହତ ହୋଇଛନ୍ତି। ମୃତ  ପ୍ରସୂତିଙ୍କ ନାଁ  କୁମୁଦୁନୀ ପ୍ରଧାନ। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରସୂତି ମହିଳାଙ୍କୁ  ମେଡିକାଲ ନେଇଆସୁଥିବା ବେଳେ ଡ୍ରାଇଭରର ଆଖିପଡ଼ିଯିବାରୁ ଆମ୍ବୁଲାନ୍ସଟି ଗଛରେ ପିଟି ହୋଇଯାଇଥିଲା ବୋଲି ଜଣାପଡ଼ିଛି। ମୃତ ମହିଳାଙ୍କ ସ୍ୱାମୀ ନରେଶ ପ୍ରଧାନ କହିଛନ୍ତି, “ପ୍ରସୂତି ପାଇଁ […]

prasuti

prasuti

Rakesh Mallick
  • Published: Monday, 18 July 2016
  • Updated: 18 July 2016, 11:45 AM IST

କନ୍ଧମାଳ: ଫୁଲବାଣୀର ଶଙ୍କରାଖୋଲ ନିକଟରେ  ଆଜି  ଭୋର ପ୍ରାୟ ୪ଟା ବେଳେ ୧୦୨ ଆମ୍ବୁଲାନ୍ସ  ଦୁର୍ଘଟଣା ଘଟି ଜଣେ  ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଶାକର୍ମୀଙ୍କ ସମେତ ୫ ଜଣ  ଆହତ ହୋଇଛନ୍ତି। ମୃତ  ପ୍ରସୂତିଙ୍କ ନାଁ  କୁମୁଦୁନୀ ପ୍ରଧାନ। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରସୂତି ମହିଳାଙ୍କୁ  ମେଡିକାଲ ନେଇଆସୁଥିବା ବେଳେ ଡ୍ରାଇଭରର ଆଖିପଡ଼ିଯିବାରୁ ଆମ୍ବୁଲାନ୍ସଟି ଗଛରେ ପିଟି ହୋଇଯାଇଥିଲା ବୋଲି ଜଣାପଡ଼ିଛି।

ମୃତ ମହିଳାଙ୍କ ସ୍ୱାମୀ ନରେଶ ପ୍ରଧାନ କହିଛନ୍ତି, “ପ୍ରସୂତି ପାଇଁ ରାଇକିଆରୁ ଫୁଲବାଣୀ  ମୁଖ୍ୟ ଡାକ୍ତରଖାନାକୁ ଆଣୁଥିବା ବେଳେ  ଶଙ୍କରାପୋଲ  ନିକଟରେ  ଗାଡ଼ିଟି ଗଛରେ ପିଟି ହୋଇଯାଇଥିଲା।”

ଚିକିତ୍ସା କରୁଥିବା ଡାକ୍ତର ସୁଦର୍ଶନ ସେଠୀ କହିଛନ୍ତି,“ରାଇକିଆରୁ ଫୁଲବାଣୀ ଅ଼ସୁଥିବା ଶଙ୍କରାଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ  ୫ଜଣ ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos