ପିକନିକ୍ ହେଲା କାଳ: ଋଷିକୂଲ୍ୟା ନଦୀରେ ବୁଡ଼ି ୩ ଛାତ୍ର ମୃତ

ଛତ୍ରପୁର: ପୁଣି ପିକନିକ୍ ଗାଧୁଆ ହେଲା କାଳ। ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠକୁ ଭଦ୍ରକ ସନସାଇନ୍ ମିଶନ ସ୍କୁଲର ଛାତ୍ରମାନେ  ପିକନିକ୍ ଆସିଥିଲେ। ଆଜି ସକାଳେ ୩ଜଣ ଛାତ୍ର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ଭଦ୍ରକ ଟାଉନ୍ ଅଞ୍ଚଳର। ମୃତ ଛାତ୍ରମାନେ ହେଲେ ପଙ୍କଜ ସାହୁ, ସନ୍ଦିପ ମହାରଣା ଏବଂ ଶାଶ୍ୱତ ବେହେରା। ଖବର ପାଇ ଘଟଣାସ୍ଥଳରେ ସ୍କୁଲର ପ୍ରଧାନଶିକ୍ଷକ ଓ ଜଣେ ଅଭିଭାବକ ପୁରୁଷୋତ୍ତମ ଗୋଷ୍ଠୀ […]

death

death

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 09:33 AM IST

Sports

Latest News

ଛତ୍ରପୁର: ପୁଣି ପିକନିକ୍ ଗାଧୁଆ ହେଲା କାଳ। ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠକୁ ଭଦ୍ରକ ସନସାଇନ୍ ମିଶନ ସ୍କୁଲର ଛାତ୍ରମାନେ  ପିକନିକ୍ ଆସିଥିଲେ। ଆଜି ସକାଳେ ୩ଜଣ ଛାତ୍ର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରମାନେ ହେଲେ ଭଦ୍ରକ ଟାଉନ୍ ଅଞ୍ଚଳର। ମୃତ ଛାତ୍ରମାନେ ହେଲେ ପଙ୍କଜ ସାହୁ, ସନ୍ଦିପ ମହାରଣା ଏବଂ ଶାଶ୍ୱତ ବେହେରା।

ଖବର ପାଇ ଘଟଣାସ୍ଥଳରେ ସ୍କୁଲର ପ୍ରଧାନଶିକ୍ଷକ ଓ ଜଣେ ଅଭିଭାବକ ପୁରୁଷୋତ୍ତମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶୀଷ ପଣ୍ଡା କହିଛନ୍ତି, ଏହା ସ୍କୁଲ ପିକନିକ ନ ଥିଲା। ସମ୍ପୃକ୍ତ ଶିକ୍ଷକ ସେମାନଙ୍କୁ ନେଇକି ଯାଇଥିଲେ। ଘଟଣାର ତଦନ୍ତ କରାଯିବ। ସେ ଫେରିବା ପରେ ପିଲାମାନଙ୍କୁ ନେବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ସେ କ’ଣ ବ୍ୟବସ୍ଥା କରିଥିଲେ ତାହା ପଚରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos